କନକ ବ୍ୟୁରୋ : ବିଶ୍ୱର ପ୍ରାୟ ୨୧୩ ଟି ଦେଶରେ ବ୍ୟାପିଥିବା କରୋନା ଭୂତାଣୁ ଯୋଗୁଁ ପ୍ରତିଦିନ ୨ରୁ ୩ଲକ୍ଷ ନୂଆ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ୱାର୍ଲଡୋ ମିଟରର ତଥ୍ୟ ଅନୁସାରେ ବର୍ତମାନ ବିଶ୍ୱରେ ୩ କୋଟି ୯ଲକ୍ଷ ୯୨ ହଜାର ୮୫୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨ କୋଟି ୨୫ ଲକ୍ଷ ୮୭ହଜାର ୯୦୫ଜଣ ସୁସ୍ଥ ହୋଇଛନ୍ତି । ସେହିପରି ବିଶ୍ୱରେ କରୋନା ଭୂତାଣୁ ସଂକ୍ରମଣରେ ୯ ଲକ୍ଷ ୬୧ ହଜାର ୪୭୧ଜଣଙ୍କ ମୃତ୍ୟୁ ହୋଇଛି । ମୋଟ ୭୪ ଲକ୍ଷ ୪୩ ହଜାର ୪୭୯ ଜଣ ସକ୍ରିୟ ସଂକ୍ରମିିତ ଅଛନ୍ତି । ସର୍ବାଧିକ ସଂକ୍ରମିତ ରାଷ୍ଟ୍ର ତାଲିକାର ପ୍ରଥମରେ ଆମେରିକା, ଦ୍ୱିତୀୟରେ ଭାରତ, ତୃତୀୟରେ ବ୍ରାଜିଲ ରହିଛି ।

Advertisment

ଆମେରିକାରେ ୬୯ ଲକ୍ଷ ୬୭ ହଜାର ୪୦୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୨୫ ଲକ୍ଷ ୩୯ ହଜାର ୮୮୬ ରହିଥିବା ବେଳେ ସୁସ୍ଥ ହୋଇଛନ୍ତି ୪୨ ଲକ୍ଷ ୨୩ ହଜାର ୬୯୩ ଜଣ । ସେହିପରି ଆମେରିକାରେ ୨ ଲକ୍ଷ ୩ ହଜାର ୮୨୪ ଜଣଙ୍କ କରୋନା ଜନିତ ମୃତ୍ୟୁ ହୋଇଛି । ଏହି ତାଲିକାର ଦ୍ୱିତୀୟରେ ଭାରତ ଥିବା ବେଳେ ତୃତୀୟରେ ଥିବା ବ୍ରାଜିଲରେ ମୋଟ ୪୫ଲକ୍ଷ ୨୮ହଜାର ୩୪୭ଜଣ କରୋନା ସଂକ୍ରମିତ ହୋଇଛନ୍ତି । ଏଯାଏ ୧ଲକ୍ଷ ୩୬ହଜାର ୫୬୫ଜଣଙ୍କର ମୃତ୍ୟୁ ହୋଇଛି । ବର୍ତମାନ ୫ଲକ୍ଷ ୭୧ ହଜାର ୬୮୭ ଟି ସକ୍ରିୟ ମାମଲା ଥିବା ବେଳେ ୩୮ଲକ୍ଷ ୨୦ହଜାର ୯୫ଜଣ ସୁସ୍ଥ ହୋଇଛନ୍ତି ।