କନକ ବ୍ୟୁରୋ : ବିଶ୍ୱର ପ୍ରାୟ ୨୧୩ଟି ଦେଶରେ ବ୍ୟାପିଥିବା କରୋନା ଭୂତାଣୁ ଯୋଗୁଁ ପ୍ରତିଦିନ ୨ରୁ ୩ଲକ୍ଷ ନୂଆ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ୱାର୍ଲଡୋ ମିଟରର ତଥ୍ୟ ଅନୁସାରେ ବର୍ତମାନ ବିଶ୍ୱରେ ୩ କୋଟି ୭ ଲକ୍ଷ ୫୩୫ ହଜାର ୧୪୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨ କୋଟି ୨୩ ଲକ୍ଷ ୪୧ ହଜାର ୫୭୮ ଜଣ ସୁସ୍ଥ ହୋଇଛନ୍ତି । ସେହିପରି ବିଶ୍ୱରେ କରୋନା ଭୂତାଣୁ ସଂକ୍ରମଣରେ ୯ ଲକ୍ଷ ୫୬ ହଜାର ୫୦୦ଜଣଙ୍କ ମୃତ୍ୟୁ ହୋଇଛି । ମୋଟ ୭୪ ଲକ୍ଷ ୩ ହଜାର ୪୫୭ ଜଣ ସକ୍ରିୟ ସଂକ୍ରମିିତ ଅଛନ୍ତି । ସର୍ବାଧିକ ସଂକ୍ରମିତ ରାଷ୍ଟ୍ର ତାଲିକାର ପ୍ରଥମରେ ଆମେରିକା, ଦ୍ୱିତୀୟରେ ଭାରତ, ତୃତୀୟରେ ବ୍ରାଜିଲ ରହିଛି ।

Advertisment

ଆମେରିକାରେ ୬୯ଲକ୍ଷ  ୨୫ ହଜାର ୯୪୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୨୫ ଲକ୍ଷ ୩୦ ହଜାର ୮୭୬ ରହିଥିବା ବେଳେ ସୁସ୍ଥ ହୋଇଛନ୍ତି ୪୧ ଲକ୍ଷ ୯୧ ହଜାର ୮୯୪ ଜଣ । ସେହିପରି ଆମେରିକାରେ ୨ ଲକ୍ଷ ୩ ହଜାର ୧୭୧ ଜଣଙ୍କ କରୋନା ଜନିତ ମୃତ୍ୟୁ ହୋଇଛି । ଏହି  ତାଲିକାର ଦ୍ୱିତୀୟରେ ଭାରତ ଥିବା ବେଳେ ତୃତୀୟରେ ଥିବା ବ୍ରାଜିଲରେ ମୋଟ ୪୪ଲକ୍ଷ ୯୭ହଜାର ୪୩୪ ଜଣ କରୋନା ସଂକ୍ରମିତ ହୋଇଛନ୍ତି । ଏଯାଏ ୧ଲକ୍ଷ ୩୫ହଜାର ୮୫୭ଜଣଙ୍କର ମୃତ୍ୟୁ ହୋଇଛି । ବର୍ତମାନ ୫ଲକ୍ଷ ୭୨ ହଜାର ୪୩୮ ଟି ସକ୍ରିୟ ମାମଲା ଥିବା ବେଳେ ୩୭ଲକ୍ଷ ୮୯ ହଜାର ୧୩୯ ଜଣ ସୁସ୍ଥ ହୋଇଛନ୍ତି ।