ପ୍ରତିବର୍ଷ ୧୪ ଜୁନକୁ ବିଶ୍ୱ ରକ୍ତଦାତା ଦିବସ ପାଳନ କରାଯାଏ । ଏହାକୁ ଅଷ୍ଟ୍ର୍ରିଆର ଜୀବ ବିଜ୍ଞାନୀ ଓ ଭୌତିକ ବିଜ୍ଞାନୀ କାର୍ଲ ଲେଣ୍ଡଷ୍ଟାଇନରଙ୍କ ସ୍ମରଣରେ ପାଳନ କରାଯାଏ । ସେ ହିଁ ରକ୍ତରେ ଥିବା ବ୍ଲଡ ଗ୍ରୁପର ବର୍ଗୀକରଣ କରିଥିଲେ । ଆକଳନ ମୁତାବକ, ଭାରତରେ ବାର୍ଷିକ ୧ କୋଟି ରକ୍ତ ୟୁନିଟର ଆବଶ୍ୟକତା ପଡେ । ସେଥିପାଇଁ ସମୟ ସମୟରେ ରକ୍ତଦାନ କଲେ ହୃଦୟ ସମ୍ବନ୍ଧିତ ରୋଗର ଆଶଙ୍କା କମ ହୋଇଯାଇଥାଏ ।

Advertisment

ଆପଣ ଜାଣନ୍ତି କି ରକ୍ତଦାନ କରିବା ପୂର୍ବରୁ ଓ କରିବା ପରେ କ’ଣ କରିବା ଉଚିତ୍ ଓ କ’ଣ ନୁହେଁ ?

• ସର୍ବପ୍ରଥମେ ତ ଆପଣ ନିଜ ସ୍ୱାସ୍ଥ୍ୟ ପରୀକ୍ଷା ଓ ରକ୍ତ ପରୀକ୍ଷା କରିନିଅନ୍ତୁ । ଏହା ଦ୍ୱାରା ଜଣାପଡିବ କି ଆପଣଙ୍କ ରକ୍ତ ସୁସ୍ଥ ଓ ରକ୍ତରେ ହିମୋଗ୍ଲୋବିନର ସ୍ତର ସର୍ବନିମ୍ନ ୧୨.୫% ଥିବା ଜରୁରୀ ।

• ଧ୍ୟାନ ରଖନ୍ତୁ କି କୌଣସି ବି ସୁସ୍ଥ ଓ ଫିଟ୍ ବ୍ୟକ୍ତି, ଯାହାକୁ କୌଣସି ପ୍ରକାରର ସଂକ୍ରମଣ ହୋଇନଥିବ । ସେମାନେ ରକ୍ତଦାନ କରିପାରିବେ । ୧୮ରୁ ୨୦ ବର୍ଷର ଯୁବକ ମଧ୍ୟ ରକ୍ତଦାନ କରିପାରିବେ, ଯାହାଙ୍କ ଓଜନ ୫୦ କିଲୋ ।

• ଯଦି ଉଚ୍ଚ ରକ୍ତଚାପ, କିଡନୀ କିମ୍ବା ଡାଇବେଟିଜ୍ ରୋଗ ଥିବ, ସେମାନେ ରକ୍ତଦାନ କରନ୍ତୁନି ।

• ଯେଉଁ ମହିଳାର ଗର୍ଭପାତ ହୋଇଛି । ତାଙ୍କୁ ୬ମାସ ପର୍ଯ୍ୟନ୍ତ ରକ୍ତଦାନ କରିବା ଉଚିତ୍ ନୁହେଁ ।

ରକ୍ତଦାନ ପରେ କ’ଣ କରିବେ ?

• ହାତର ଯେଉଁ ସ୍ଥାନରୁ ରକ୍ତ ନିଆଯାଇଥିବ, ସେହି ସ୍ଥାନକୁ ରକ୍ତଦାନ ପରେ ସଫା ପାଣି ଓ ସାବୁନରେ ଧୋଇ ନିଅନ୍ତୁ ।

• ରକ୍ତଦାନ ପରେ ଅତିକମରେ ଅଧ ଘଣ୍ଟା ଆରାମ କରନ୍ତୁ ଓ କଠିନ କାମ ଓ ବ୍ୟାୟାମ କରନ୍ତୁନି ।

• ରକ୍ତଦାନର ତୁରନ୍ତ ପରେ ଗାଡି ଚଲାନ୍ତୁ ନାହିଁ । ଯେଉଁଥିରେ ଶର୍କରାର ମାତ୍ରା ଅଧିକ ଥିବ, ସେମିତି ଜୁସ୍ କିମ୍ବା ଖାଦ୍ୟ ନିଅନ୍ତୁ । ଏହା ଦ୍ୱାରା ଆପଣଙ୍କ ରକ୍ତରେ ଶର୍କରା ମାତ୍ରା ନର୍ମାଲ ହୋଇଯିବ ।

• ରକ୍ତଦାନ କରିବାର ୮ ଘଣ୍ଟା ପର୍ଯ୍ୟନ୍ତ ମଦ ପିଅନ୍ତୁ ନାହିଁ ।