କନକ ବ୍ୟୁରୋ : ଡେବିଡ ମଲପାସ ଘୋଷଣା କରିଛନ୍ତି କି ଜଳବାୟୁ ପରିବର୍ତନ ନୀତିକୁ ନେଇ ଆମେରିକାର ରାଷ୍ଟ୍ରପତି ଜୋ-ବାଇଡେନଙ୍କ ସହ ମତାନ୍ତର ପରେ ସେ ବିଶ୍ୱ ବ୍ୟାଙ୍କର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବାକୁ ଯାଉଛନ୍ତି । ବୁଧବାର ଦିନ ମଲପାସ କହିଛନ୍ତି କି ତାଙ୍କ କାର୍ଯ୍ୟକାଳ ଆହୁରି ୧୦ ମାସ ବାକି ଥିଲେ ବି ସେ ଇସ୍ତଫା ଦେବେ ।

Advertisment

ଡେଭିଡ ମଲପାସ ଏଭଳି ସମୟରେ ଇସ୍ତଫା ଘୋଷଣା କରିଛନ୍ତି ଯେତେବେଳେ କି ସାରା ବିଶ୍ୱ ଆର୍ଥିକ ସଂକଟକୁ ସାମ୍ନା କରୁଛି । ବିଶ୍ୱବ୍ୟାଙ୍କର ଅଧ୍ୟକ୍ଷ ନିଯୁକ୍ତି କରିବା ନେଇ ଆମେରିକା ରାଷ୍ଟ୍ରପତିଙ୍କ ନିକଟରେ ରହିଛି ବିଶେଷ ଅଧିକାର । ଏହି କାରଣରୁ ଡେଭିଡ ମଲପାସଙ୍କ ଉତ୍ତରାଧିକାରୀଙ୍କୁ ନିଯୁକ୍ତି ଦେବେ ଆମେରିକାର ରାଷ୍ଟ୍ରପତି । କହିରଖୁ କି ମଲପାସ ଆମେରିକାର ପୂର୍ବ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିକଟତର ଥିଲେ । ୨୦୧୯ ମସିହାରେ ବିଶ୍ୱବ୍ୟାଙ୍କର ଅଧ୍ୟକ୍ଷ ପଦରୁ ୟଙ୍ଗ କିମ୍ ଇସ୍ତଫା ଦେବା ପରେ ବରାକ ଓବାମା ଡେଭିଡ ମଲପାସଙ୍କୁ ସେହି ପଦରେ ନିଯୁକ୍ତି ଦେଇଥିଲେ । ସେପେଟେ ମଲପାସ ୨୦୧୬ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଟ୍ରମ୍ପଙ୍କ ପାଇଁ କାମ କରିଥିଲେ । ସେ ବିଶ୍ୱବ୍ୟାଙ୍କର ଅଧ୍ୟକ୍ଷ ହେବା ପୂର୍ବରୁ ଅର୍ନ୍ତରାଷ୍ଟ୍ରୀୟ ମାମଲାରେ ଥିବା ଟ୍ରେଜେରୀରେ ଅଣ୍ଡରସେକ୍ରେଟାରୀ ଥିଲେ ।

ବାଇଡେନଙ୍କ ତୁଳନାରେ ବୈଚାରିକ ରୂପରେ ମଲପାସ ଟ୍ରମ୍ପଙ୍କ ନିକଟତର ଥିଲେ । ଗତବର୍ଷ ନ୍ୟୁୟର୍କ ଟାଇମ୍ସର ଏକ କାର୍ଯ୍ୟକ୍ରମରେ ସେ ସ୍ୱୀକାର କରିଥିଲେ କି ଜଳବାୟୁ ପରିବର୍ତନ ମାନବ ତ୍ର୍ିତ ଗ୍ରୀନ ହାଉସ ଗ୍ୟାସ କାରଣରୁ ହେଉଛି । ମଲପାସଙ୍କ ଏଭଳି ବୟାନକୁ ନେଇ ପୂର୍ବ ଉପ ରାଷ୍ଟ୍ରପତି ଅଲ ଗୌରଙ୍କ ସମେତ ଅନେକ ଲୋକ ସମାଲୋଚନା କରିଥିଲେ ।