କନକ ବ୍ୟୁରୋ: ଦିନକୁ ପ୍ରାୟ ଅଢେଇ ଘଣ୍ଟା ମୋବାଇଲ ଦେଖୁଛନ୍ତି ଛୋଟ ପିଲା । ଭାରତର ୫ ବର୍ଷରୁ କମ ବୟସ୍କ ପିଲାମାନେ ଦିନକୁ ଅତି କମରେ ମୋବାଇଲ ସ୍କ୍ରିନ୍ ସାମ୍ନାରେ ୨ ଘଣ୍ଟା ୨୦ ମିନିଟ୍ ସମୟ ବିତାଉଛନ୍ତି । ଯାହା ନିର୍ଦ୍ଧାରିତ ସମୟର ଦୁଇ ଗୁଣା ବୋଲି ଏକ ରିପୋର୍ଟ ପ୍ରକାଶ ପାଇଛି । ଏମ୍ସ ରାୟପୁର ଅଧ୍ୟୟନରୁ ଜଣାପଡିଛି ଯେ ୨ ବର୍ଷରୁ କମ୍ ବୟସର ପିଲାମାନେ ଦିନକୁ ଘଣ୍ଟାଏ ୨୦ ମିନିଟ ସମୟ ମୋବାଇଲ ଦେଖିବାରେ ବିତାଉଛନ୍ତି । ୨୮୫୭ ପିଲାଙ୍କୁ ନେଇ କରାଯାଇଥିବା ୧୦ ଟି ଅଧ୍ୟୟନରୁ ଏହା ଜଣାପଡିଛି ।
ଭାଷା ଶିଖାଇବା, ସ୍କିଲ୍ ଶିଖାଇବା କ୍ଷେତ୍ରରେ ପିଲାମାନେ ଅଧିକ ମୋବାଇଲ, ଟିଭି ଓ ଲାପଟପ ଦେଖୁଛନ୍ତି । ପ୍ରାୟ ୫ ବର୍ଷ ବୟସରୁ କମ୍ ୬୦ରୁ ୭୦ ପ୍ରତିଶତ ପିଲା ମୋବାଇଲ ଦେଖୁଥିବା ନେଇ ରିପୋର୍ଟରୁ ଜଣାପଡିଛି । ଅଧିକ ମୋବାଇଲ ଦେଖିବା ଦ୍ବାରା ଶିଶୁମାନଙ୍କ ଉପରେ ଏହା ନକରାତ୍ମକ ପ୍ରଭାବ ପକାଉଛି । ଏହାର ପ୍ରଭାବରେ ଶିଶୁଙ୍କଠାରେ ମୋଟାପଣ ଦେଖାଦେଉଛି । ଶୋଇବାରେ ବାଧା ସୃଷ୍ଟି କରୁଛି । ଶିଶୁର ଶାରୀରିକ ଏବଂ ବ୍ୟବହାରରେ ପ୍ରଭାବ ପକାଉଛି । ବିଶେଷକରି ଶିଶୁଙ୍କୁ ଖାଦ୍ୟ ଖୁଆଇବା ସମୟରେ ଅବା ଶିଶୁ କାନ୍ଦିଲେ ତାଙ୍କୁ ମୋବାଇଲ ଦେଖାଉଛନ୍ତି ଅଭିଭାବକ । ଏହାକୁ କମ୍ କରିବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି ।
ଶିଶୁଙ୍କ ମୋବାଇଲ ଦେଖା
କ’ଣ ପଡ଼ୁଛି ପ୍ରଭାବ?
ଦିନକୁ ପ୍ରାୟ ଅଢ଼େଇ ଘଣ୍ଟା ମୋବାଇଲ ଦେଖୁଛନ୍ତି ଛୋଟ ପିଲା
ଭାରତର ୫ ବର୍ଷରୁ କମ୍ ବୟସ୍କ ପିଲାମାନେ ଅଧିକ ମୋବାଇଲ ଦେଖୁଛନ୍ତି
ମୋବାଇଲ ସ୍କ୍ରିନ୍ ସାମ୍ନାରେ ଦୁଇ ଘଣ୍ଟା ୨୦ ମିନିଟ୍ ସମୟ ବିତାଉଛନ୍ତି ଶିଶୁ
ଯାହା ନିର୍ଦ୍ଧାରିତ ସମୟର ଦୁଇ ଗୁଣା ବୋଲି ଏକ ରିପୋର୍ଟ ପ୍ରକାଶ ପାଇଛି
ଏମ୍ସ ରାୟପୁର ଅଧ୍ୟୟନରୁ ଏସମ୍ପର୍କରେ ସୂଚନା ମିଳିଛି
ଦୁଇ ବର୍ଷରୁ କମ୍ ବୟସର ପିଲା ଦିନକୁ ଘଣ୍ଟାଏ ୨୦ ମିନିଟ୍ ମୋବାଇଲ ଦେଖୁଛନ୍ତି
୨୮୫୭ ପିଲାଙ୍କୁ ନେଇ କରାଯାଇଥିବା ୧୦ଟି ଅଧ୍ୟୟନରୁ ଏହା ଜଣାପଡ଼ିଛି
ଭାଷା ଓ ସ୍କିଲ୍ ଶିଖିବାକୁ ପିଲାମାନେ ଅଧିକ ମୋବାଇଲ ଦେଖୁଛନ୍ତି
ମୋବାଇଲ, ଟିଭି ଓ ଲାପଟପ୍ ସ୍କ୍ରିନ୍ ଦେଖୁଛନ୍ତି ଶିଶୁ
୫ ବର୍ଷ ବୟସରୁ କମ୍ ୬୦ରୁ ୭୦% ପିଲା ମୋବାଇଲ ଦେଖୁଥିବା ନେଇ ରିପୋର୍ଟ
ଅଧିକ ମୋବାଇଲ ଦେଖିବା ଦ୍ବାରା ଶିଶୁମାନଙ୍କ ଉପରେ ପଡୁଛି ନକାରାତ୍ମକ ପ୍ରଭାବ
ଏହା ପ୍ରଭାବରେ ଶିଶୁଙ୍କ ଠାରେ ମୋଟାପଣ ଦେଖାଦେଉଛି
ଶିଶୁଙ୍କ ଶୋଇବାରେ ବାଧା ସୃଷ୍ଟି କରୁଛି
ଶିଶୁର ଶାରୀରିକ ଏବଂ ବ୍ୟବହାରରେ ପ୍ରଭାବ ପକାଉଛି
ବିଶେଷକରି ଶିଶୁଙ୍କୁ ଖାଦ୍ୟ ଖୁଆଇବା ସମୟରେ ମୋବାଇଲ ଦେଖାଉଛନ୍ତି ଲୋକେ
ଅବା ଶିଶୁ କାନ୍ଦିଲେ ତାଙ୍କୁ ମୋବାଇଲ ଦେଖାଉଛନ୍ତି ଅଭିଭାବକ
ଏହାକୁ କମ୍ କରିବାକୁ ଡାକ୍ତର ଦେଇଛନ୍ତି ପରାମର୍ଶ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/07/09/young-children-2025-07-09-14-57-04.jpg)