କନକ ବ୍ୟୁରୋ : ପୁଣି ପାକିସ୍ତାନ ଉପରେ ବର୍ଷିଛନ୍ତି ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର । କହିଛନ୍ତି, ଆମକୁ ଖରାପ ପଡ଼ୋଶୀ ମିଳିଛନ୍ତି । କେତେବେଳେ ସୀମାରେ ଅଶାନ୍ତି କରୁଛନ୍ତି ତ ଆଉ କେତେବେଳେ ଆମ ବିରୋଧରେ ବିଷୋଦଗାର କରୁଛନ୍ତି । ହେଲେ ସେମାନେ ମନେ ରଖିବା ଦରକାର ଆମେ ଦୁର୍ବଳ ନୁହେଁ । ଆମ ଦେଶର ସୁରକ୍ଷା ଆମେ ନିଜେ କରିପାରିବୁ । ଖାଲି ଏତିକି ନୁହେଁ ବରଂ ଶତ୍ରୁକୁ କେମିତି ଜବାବ ଦିଆଯିବ ତାହା ବି ଆମକୁ ଜଣାବୋଲି ସ୍ପଷ୍ଟ ଭାବରେ କହିଛନ୍ତି ଜୟଶଙ୍କର । 

Advertisment

ପାକିସ୍ତାନକୁ ଟାର୍ଗେଟ୍‌ କଲେ ଜୟଶଙ୍କର
କହିଲେ, ଆମକୁ ମିଳିଛି ଖରାପ ପଡ଼ୋଶୀ 
ଆମ ଦେଶର ସୁରକ୍ଷା ଆମେ କରିବୁ
ଚେନ୍ନାଇରୁ ପାକିସ୍ତାନକୁ ଟାର୍ଗେଟ୍‌ କଲେ ଜୟଶଙ୍କର
କହିଲେ, ଭାରତର ସୁରକ୍ଷା ଆମର ଦାୟିତ୍ବ

ଆଇଆଇଟି ମାଡ୍ରାସରେ ଗର୍ଜିଲେ ଜୟଶଙ୍କର । ସିଧାସିଧା ପାକିସ୍ତାନକୁ ଗଲେ ଟାର୍ଗେଟ୍‌ । ଚେନ୍ନାଇର ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଜୟଶଙ୍କର ଏଭଳି କହିଛନ୍ତି । ଯାହାକୁ ନେଇ ପୂରା ଦେଶରେ ଚର୍ଚ୍ଚା ଚାଲିଛି ।  କହିଛନ୍ତି,"ଭାରତ ତାର ସୁରକ୍ଷା ଏବଂ ଜାତୀୟ ସ୍ୱାର୍ଥକୁ ରକ୍ଷା କରିବ ଏବଂ ଆତଙ୍କବାଦର ମୁକାବିଲା କରିବା ପାଇଁ କୌଣସି ବାହ୍ୟ ଚାପ କିମ୍ବା ପରାମର୍ଶ ଗ୍ରହଣ କରିବ ନାହିଁ । ଯେତେବେଳେ ଏକ ପଡ଼ୋଶୀ ଦେଶ ନିରନ୍ତର ଆତଙ୍କବାଦକୁ ପ୍ରୋତ୍ସାହିତ କରେ, ସେତେବେଳେ ନିଜ ଲୋକଙ୍କୁ ସୁରକ୍ଷା ଦେବାର ସମ୍ପୂର୍ଣ୍ଣ ଅଧିକାର ଭାରତର ଅଛି । ଆମେ ଯାହା ଆବଶ୍ୟକ ତାହା କରିବୁ । ଆମ ଦେଶରେ ଆତଙ୍କୀ କାର୍ଯ୍ୟକଳାପ କରି ଆମ ସହିତ ପାଣି ବାଣ୍ଟିବାର ଆଶା ତୁମେ ରଖିପାରିବ ନାହିଁ । ଆତଙ୍କବାଦ ପ୍ରତି ଭାରତର ପ୍ରତିକ୍ରିୟା କ’ଣ ହେବ, ତାହା କେବଳ ଭାରତ ସ୍ଥିର କରିବ । ଆମେ ଆମର ଅଧିକାର କିପରି ବ୍ୟବହାର କରିବୁ ସେ ନିଷ୍ପତ୍ତି ଆମର ହେବ ବୋଲି ରୋକ୍‌ଠୋକ୍‌ କହିଛନ୍ତି ଏସ୍‌ ଜୟଶଙ୍କର । ଅବଶ୍ୟ ପାକିସ୍ତାନର ନାଁ ସେ ସିଧାସଳଖ ନେଇ ନାହାନ୍ତି କିନ୍ତୁ କଡ଼ା ଭାଷାରେ ଶତ୍ରୁ ରାଷ୍ଟ୍ରକୁ ସମାଲୋଚନା କରିଛନ୍ତି ।

ଆହୁରି ପଢ଼ନ୍ତୁ :  ବେଲୁଚିସ୍ତାନରୁ ଆସିଲା ଭାରତ ପାଇଁ ଚିଠି; ପାକିସ୍ତାନକୁ ଖୋଲା ଚ୍ୟାଲେଞ୍ଜ୍, ଅପରେସନ୍ ସିନ୍ଦୂରକୁ ପ୍ରଂଶସା

କଥାହେଲା, ପାକିସ୍ତାନ ଅନେକ ସମୟରେ ଭାରତ ବିରୋଧରେ ବିଷୋଦ୍‌ଗାର କରୁଛି । ଖାଲି ବିଷୋଦ୍‌ଗାର କରୁଛି ତାହା ନୁହେଁ ବରଂ ଭାରତରେ କେମିତି ଅଶାନ୍ତି ସୃଷ୍ଟି କରିବ ସେନେଇ ପ୍ଲାନ୍‌ ବି କରୁଛି । ହେଲେ ଭାରତ ପ୍ରତି ମୁହୂର୍ତ୍ତରେ ଶତ୍ରୁ ରାଷ୍ଟ୍ରକୁ ଜବାବ ଦେବା ସହ ସିଧାସଳଖ ସମ୍ପର୍କ ରଖିବାକୁ ମନା କରିଦେଇଛି । ପୂର୍ବରୁ ଅପରେସନ୍‌ ସିନ୍ଦୂରରେ ବି ଶତ୍ରୁ ରାଷ୍ଟ୍ରର ଅଣ୍ଟା ଭାଙ୍ଗିଦେଇଥିଲା ଭାରତ । ଶେଷରେ ଆମେରିକା ଶରଣରେ ପଶି ବଞ୍ଚିଯାଇଥିଲା । କିନ୍ତୁ ଏବେ ପୁଣି ଥରେ ପାକିସ୍ତାନକୁ ଜୟଶଙ୍କରଙ୍କ  ଜବାବକୁ ନେଇ ଏବେ ଚର୍ଚ୍ଚା ଜୋର ।