କନକ ବ୍ୟୁରୋ : ଟଙ୍କା ଲଗାଇ ଅନଲାଇନ ଗେମ ଖେଳିବା ଏବେ ଦଣ୍ଡନୀୟ ଅପରାଧ ହେବ । ଏ ନେଇ କେନ୍ଦ୍ର କ୍ୟାବିନେଟ ଆଜି ବଡ଼ ନିଷ୍ପତ୍ତି ନେଇଛି । ଅନଲାଇନ ଗେମ୍‌ ବିଲକୁ ଆଜି ମଞ୍ଜୁରୀ ଦେଇଛି କେନ୍ଦ୍ର କ୍ୟାବିନେଟ । ବିଲ ଅନୁସାରେ, ଅନଲାଇନ ଜୁଆଖେଳ ଓ ଏହା ସହିତ ଜଡ଼ିତ ଆର୍ଥିକ ଦେଣନେଣ ଉପରେ ପ୍ରତିବନ୍ଧକ ଲାଗିବ । ଅନଲାଇନ ଜୁଆ ପ୍ରଥମରୁ ହିଁ ଟ୍ୟାକ୍ସ ପରିଧି ମଧ୍ୟରେ ଅଛନ୍ତି । କାଲି ଏହି ବିଲ୍ ଲୋକସଭାରେ ଉପସ୍ଥାପିତ ହେବ ।

Advertisment

ବିଲ ଅନୁସାରେ, କୌଣସି ବ୍ୟାଙ୍କ କିମ୍ବା ଆର୍ଥିକ ଅନୁଷ୍ଠାନ ଅନଲାଇନ ମନି ଗେମ୍ସକୁ ଟଙ୍କା ଟ୍ରାନସଫର କରିପାରିବେ ନାହିଁ । ଅନଲାଇନ ଜୁଆ ବିଜ୍ଞାପନ ଓ ପ୍ରମୋସନ ଉପରେ ରୋକ୍ ଲାଗିବ ।ବିଜ୍ଞାପନ ଓ ପ୍ରମୋସନ କଲେ ଅପରାଧ ବୋଲି ଗଣାଯିବ । ପଞ୍ଜୀକୃତ ହୋଇନଥିବା ପ୍ଲାଟଫର୍ମ ଉପରେ ପ୍ରତିବନ୍ଧକ ଲାଗିବ । ଅନଲାଇନ ଗେମିଂ ପ୍ଲାଟଫର୍ମ ଉପରେ  ୨୮% ଜିଏସଟି ଲାଗୁଛି । ବିଦେଶୀ ଗେମିଂ ଅପରଟେର ଟ୍ୟାକ୍ସ ନେଟୱର୍କ ପରିଧି ମଧ୍ୟରେ ଆସିବେ । ବେଆଇନ ଆପ୍ ଯୋଗୁଁ ଲୋକେ କୋଟି କୋଟି ଟଙ୍କାର ଠକେଇ ସହୁଛନ୍ତି । କୌଣସି ସେଲିବ୍ରିଟ ଏଭଳି ଆପ୍ସରେ ବିଜ୍ଞାପନ କରିପାରିବେ ନାହିଁ ।

ଅନଲାଇନ ଜୁଆ ଆପ୍ସରେ ପ୍ରାୟ ୨୨କୋଟି ଭାରତୀୟ ୟୁଜର୍ସ ଅଛନ୍ତି । ଆଇନର ଉଲ୍ଲଙ୍ଘନ କଲେ କଡ଼ା ଦଣ୍ଡ ମିଳିବ । ସର୍ବାଧିକ୧ କୋଟିର ଜୋରିମାନା କିମ୍ବା ୩ ବର୍ଷ ଜେଲ କିମ୍ବା ଉଭୟ ହୋଇପାରେ । ବିଜ୍ଞାପନ କଲେ ୨ ବର୍ଷ ଜେଲ କିମ୍ବା ୫୦ ଲକ୍ଷ ଯାଏଁ ଜୋରିମାନା କିମ୍ବା ଭଭୟ ବି ହୋଇପାରେ । ତାଦରଖ ପାଇଁ ଏକ ସଂସ୍ଥା ବି ଗଠନ ହେବ । ଏମାନଙ୍କ ମଧ୍ୟରୁ ୧୧ କୋଟି ନିୟମିତ ୟୁଜର୍ସ । ଭାରତ ବଜାରରେ ଅନଲାଇନ ଜୁଆଖେଳ ବଜାର ପ୍ରାୟ ୧୦ ହଜାର କୋଟି ଡଲାର । ଇ-ସ୍ପୋର୍ଟସକୁ ପ୍ରୋତ୍ସାହନ ଦେବେ ସରକାର ।