କନକ ବ୍ୟୁରୋ : ହାଇଦ୍ରାବାଦରେ ହୋଇଥିବା ଏକ ବିଭତ୍ସ ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିଛି ବେଙ୍ଗାଳୁରୁ ପୋଲିସ । ପ୍ରେମିକ ସହ ମିଶି ସ୍ୱାମୀଙ୍କୁ ତଣ୍ଟି ଚିପି ହତ୍ୟା କରିଥିଲା ପତ୍ନୀ । ପରେ ଯେପରି ଧରାନଡିବେ ସେଥିପାଇଁ ମୃତ ଶରୀରକୁ ୮୦୦ କିଲୋମିଟର ଦୂର ଏକ ଅଞ୍ଚଳରେ ନେଇ ପୋଡ଼ି ଦେଇଥିଲେ । ପରେ ସ୍ୱାମୀ ନିଖୋଜ ଥିବା ନେଇ ଥାନାରେ ଏଫଆରଇ ଦେଇଥିଲା ପତ୍ନୀ ।
କେମିତି ଧରାପଡିଲା ଅଭିଯୁକ୍ତ ସ୍ତ୍ରୀ?
ଅକ୍ଟୋବର ୮ରେ ବେଙ୍ଗାଳୁରୁ କୋଡାଗୁରୁ ଏକ ପୋଡା ଶରୀରର କିଛି ଅଂଶ ମିଳିଥିଲା
ସେଠାକାର ସିସିଟିଭି ଫୁଟେଜରୁ ଏକ ନାଲି ରଙ୍ଗର ମର୍ସିଡିଜ୍ କାର ଉପରେ ପୁଲିସର ସନ୍ଦେହ ହୋଇଥିଲା
କାର ନମ୍ବରରୁ ପୁଲିସ ଏହା ତେଲେଙ୍ଗାନାର ରମେଶଙ୍କ କାର ବୋଲି ଜାଣିଥିଲା
ପରେ ବେଙ୍ଗାଳୁରୁ ପୋଲିସ ତେଲେଙ୍ଗାନା ପୁଲିସକୁ ଯୋଗାଯୋଗ କରିଥିଲା
ତେଲେଙ୍ଗାନା ପୁଲିସ ନିକଟରେ ପୂର୍ବରୁ ରମେଶ ନିଖୋଜ ଥିବା ପତ୍ନୀ ରିପୋର୍ଟ କରିଥିଲେ
ପତ୍ନୀ ନିହାରିକାଙ୍କୁ ପଚରାଉଚରା କରିବାରୁ ପୁରା ଘଟଣା ସମ୍ପର୍କରେ ଜଣାପଡିଥିଲା
ହତ୍ୟା ପଛରେ ପତ୍ନୀ ନିହାରିକା ଏବଂ ପ୍ରେମିକ ନିଖିଲ, ସହଯୋଗୀ ଅଙ୍କୁର ଥିବା ଜଣାପଡିଛି
ନିହାରିକା ୧୬ ବର୍ଷ ବୟସରେ ଥିବା ବେଳେ ତା ବାପାଙ୍କ ମୃତ୍ୟୁ ହୋଇଥିଲା । ବାପାଙ୍କ ମୃତ୍ୟୁ ପରେ ତାଙ୍କ ମାଆ ଅନ୍ୟ ଜଣଙ୍କୁ ବିବାହ କରିବାରୁ ନିହାରିକା ଏକା ହୋଇଯାଇଥିଲେ । କିନ୍ତୁ ନିହାରିକା ଇଞ୍ଜନିୟରିଂ ପଢିବା ପରେ ବିବାହ କରିଥିଲେ ଓ କିଛି ମାସ ପରେ ଛାଡ଼ପତ୍ର ଦେଇଥଲେ । ଏହାର କିଛି ମାସ ପରେ ବ୍ୟବସାୟୀ ରମେଶଙ୍କୁ ଦ୍ୱିତୀୟ ବିବାହ କରିଥିଲେ ନିହାରିକା ।
କାହିଁକି ସ୍ୱାମୀଙ୍କୁ ହତ୍ୟା କଲା ପତ୍ନୀ?
ବିବାହର କିଛି ମାସ ପରେ ସ୍ୱାମୀଙ୍କୁ ୮ କୋଟି ଟଙ୍କା ଦେବାକୁ କରିଥିଲେ ନିହାରିକା
ରମେଶ ଏତେ ଟଙ୍କା ଦେବାକୁ ମନା କରିବାକୁ ରାସ୍ତାରୁ ହଟାଇଦେବାକୁ ଯୋଜନା କରିଥିଲା
ପ୍ରେମିକ ନିଖିୂଲ ଏବଂ ସହଯୋଗୀ ଅଙ୍କୁରଙ୍କୁ ଯୋଗାଯୋଗ କରିବା ସହ ମର୍ଡର ପ୍ଳାନ କରିଥିଲେ
ଗତ ଅକ୍ଟୋବର ୧ ତାରିଖରେ ତଣ୍ଟିଚିପି ରମେଶଙ୍କ ହତ୍ୟା କରିଥିଲେ ପତ୍ନି ଓ ପ୍ରେମିକ
ପରେ ମୃତ ଶରୀରକୁ ସେଠାରୁ ୮୦୦ କିଲୋମିଟର ଦୂର ଉପ୍ପାଲ ଅଞ୍ଚଳକୁ ନେଇଯାଇଥିଲେ
ରମେଶ ଦେହରେ ବେଡସିଟ୍ ଘୋଡାଇ ନିଆଁ ଲଗାଇଥିଲେ ତିନି ଅଭିଯୁକ୍ତ
ସବୁ ପ୍ଲାନ ଠିକ୍ ଥିଲା କିନ୍ତୁ ଧରାନପଡିବା ପାଇଁ ନିହାରିକା ହାଇଦ୍ରାବାଦ ଫେରି ରମେଶଙ୍କ ନିଖୋଜ ଥିବା ନେଇ ଥାନାରେ ରିପୋର୍ଟ କରିଥିଲେ । ଯାହା ତାଙ୍କୁ ଧରାପକାଇ ଦେବାରେ ପ୍ରମୁଖ କାରଣ ବୋଲି କୁହାଯାଉଛି ।