ମାତିଛନ୍ତି ମଣିଷଖିଆ ଗଧିଆ; ଭଗବାନଙ୍କ ଭରସାରେ ବହରାଇଚବାସୀ

Advertisment

ଉତ୍ତରପ୍ରଦେଶ ବହରାଇଚରେ ବଢ଼ୁଛି ମଣିଷଖିଆ ଗଧିଆ ଆତଙ୍କ । ଛୋଟଛୁଆ ଓ ବୃଦ୍ଧ ବ୍ୟକ୍ତିଙ୍କୁ କରୁଛି ଟାର୍ଗେଟ । ୮ଜଣଙ୍କ ମୃତ୍ୟୁ, ୩୫ରୁ ଅଧିକ ଆହତ ହେଲେଣି ।

ଉତ୍ତରପ୍ରଦେଶ ବହରାଇଚରେ ବଢ଼ୁଛି ମଣିଷଖିଆ ଗଧିଆ ଆତଙ୍କ । ଛୋଟଛୁଆ ଓ ବୃଦ୍ଧ ବ୍ୟକ୍ତିଙ୍କୁ କରୁଛି ଟାର୍ଗେଟ । ୮ଜଣଙ୍କ ମୃତ୍ୟୁ, ୩୫ରୁ ଅଧିକ ଆହତ ହେଲେଣି ।

Wolves

କନକ ବ୍ୟୁରୋ : ଉତ୍ତରପ୍ରଦେଶ ବହରାଇଚରେ ଥମୁନି ମଣିଷଖିଆ ଗଧିଆ ଆତଙ୍କ । ଆକ୍ରମଣ ଭୟରେ ଲୋକମାନେ ଘରୁ ବାହାରିବାକୁ ମଧ୍ୟ ଡରୁଛନ୍ତି । ଏସବୁ ମଧ୍ୟରେ ବନ ବିଭାଗ ପକ୍ଷରୁ ଲୋକ ମାନଙ୍କୁ ସଚେତନ କରାଯାଉଛି । ଘରକୁ ଘର ବୁଲି ଲୋକଙ୍କୁ ସଚେତନ କରୁଛନ୍ତି ବନ ବିଭାଗ ଅଧିକାରୀ । ସେପଟେ ହିଂସ୍ର ଗଧିଆଙ୍କୁ ଧରିବାକୁ ବନ ବିଭାଗ ପକ୍ଷରୁ ଅପରେସନ ଆରମ୍ଭ କରାଯାଇଛି । ବିଭିନ୍ନ ସ୍ଥାନରେ ଯନ୍ତା ବସାଇବା ସହ ଥର୍ମାଲ ଡ୍ରୋନ ଜରିଆରେ ଗଧିଆ ମାନଙ୍କ ଗତିବିଧି ଉପରେ ନଜର ରଖିଛି ବନ ବିଭାଗ । ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରୁଛନ୍ତି ବନ ବିଭାଗର ବରିଷ୍ଠ ଅଧିକାରୀ ।

ସେପଟେ ପ୍ରଶାସନ ନୁହେଁ ଏବେ ଇଶ୍ୱର ଭରଷାରେ ବହରାଇଚ ବାସୀ । ଉତ୍ତରପ୍ରଦେଶ ଗତ ଏକ ମାସ ହେବ ମାତିଛନ୍ତି ମଣିଷଖିଆ ଗଧିଆ । ୟୁପି ବହରାଇଚର ୩୫ଟି ଗାଁରେ ଗଧିଆ ଆତଙ୍କରେ ୧୦ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ  ୪୦ରୁ ଅଧିକ ଆହତ ହେଲେଣି । ଗଧିଆଙ୍କୁ କାବୁ କରିବାରେ ପ୍ରଶାସନ ବିଫଳ ହୋଇଥିବା ନେଇ ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ । ଏବେ ପ୍ରଶାସନ ନୁହେଁ ବରଂ ଇଶ୍ୱରଙ୍କ ଭରଷାରେ ପୂଜାର୍ଚ୍ଚନା ଆରମ୍ଭ କରିଦେଇଛନ୍ତି ଗ୍ରାମବାସୀ । ବହରାଇଚର ପାନ୍ଧୋଇଆ ଗ୍ରାମର ଲୋକମାନଙ୍କୁ ପୂଜାର୍ଚ୍ଚନା କରୁଥିବାର ଦେଖିବାକୁ ମିଳିଛି । ଗାଁରେ ଥିବା ମନ୍ଦିରରେ ରାମାୟଣର ସୁନ୍ଦରାକାଣ୍ଡ ପାଠ କରିଛନ୍ତି ଗ୍ରାମବାସୀ ।

୫୨ଦିନ ହେବ ଗାଁରେ ଆତଙ୍କ ଖେଳାଇଛି ଗଧିଆ । ଏବେସୁଦ୍ଧାର ୧୦ରୁ ଅଧିକଙ୍କ ମାରିବା ସହ ୩୫ଜଣଙ୍କୁ ଆକ୍ରମଣ କରି ଗୁରୁତର ଆହତ କରିଛି ମଣିଷଖିଆ ପଶୁ । ସ୍ଥାନୀୟ ଲୋକଙ୍କ ମତରେ ଠିକ ଏଭଳି କୋକୁଆ ଭୟ ୧୯୫୦ ମସିହାରେ ଶତାଧିକ ସଂଖ୍ୟକ ଗଧିଆ ଗାଁରେ ପଶି ମୃତ୍ୟୁର ତାଣ୍ଡବ ରଚିଥିଲେ । ସେହି ସମୟରେ ଏକ ୨୫ଦିନ ଅପରେସନ ଚଳାଇ ଗଧିଆଙ୍କୁ ହତ୍ୟା କରାଯାଇଥିଲା । ଯେଉଁଥିରେ ୪ଶହ ଶିକାରୀ ଓ ସେନା ମଧ୍ୟ ୨୫ଦିନ ଧରି କସରତ କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe