କନକ ବ୍ୟୁରୋ : ମୋ ବିନା ଟ୍ରମ୍ପ ଜିତି ପାରିନଥାନ୍ତେ ନିର୍ବାଚନ । ମୁଁ ନଥିଲେ ରାଷ୍ଟ୍ରପତି ସ୍ବପ୍ନ ପୂରା ହୋଇନଥାନ୍ତା । ଏଭଳି କିଛି ବଡ଼ ଦାବି କରି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଖୁଲମଖୁଲା ସମାଲୋଚନା କରିଛନ୍ତି ଟେସଲା ମୁଖ୍ୟ ଏଲନ ମସ୍କ । ଆମେରିକା ସରକାର ଦେଉଥିବା ସବସିଡ୍ ହ୍ରାସ କରିବାକୁ ନେଇ ଟ୍ରମ୍ପଙ୍କ ଘନିଷ୍ଠ ସହଯୋଗୀ ଏଲନ ମସ୍କ ମୁହାଁମୁହିଁ ହୋଇଛନ୍ତି । ଏକ୍ସରେ ପୋଷ୍ଟ କରି ମସ୍କ ଲେଖିଛନ୍ତି, ମୁଁ ନଥିଲେ ଟ୍ରମ୍ପ୍ ନିର୍ବାଚନରେ ହାରିଥା’ନ୍ତେ । ଡେମୋକ୍ରାଟ୍ସ ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭସ କବ୍‌ଜା କରିନେଇଥାନ୍ତେ ଏବଂ ସିନେଟ୍‌ରେ ରିପବ୍ଲିକାନ୍‌ ୫୧-୪୯ ବ୍ୟବଧାନରେ ଜିତିଥାନ୍ତେ । ଯେବେଠୁ ଟ୍ରମ୍ପ ମସ୍କଙ୍କୁ ଧମକ ଦେଇ ସମସ୍ତ ଚୁକ୍ତି ରଦ୍ଦ ପାଇଁ କହିଛନ୍ତି ସେବେଠୁ ଉଭୟଙ୍କ ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି । ଏହି ବିବାଦର ମୂଳ କାରଣ ଟ୍ରମ୍ପ ପ୍ରଶାସନର ଟିକସ ନୀତି । ମସ୍କ ଏହି ନୀତିକୁ ଟାର୍ଗେଟ୍‌ କରିଥିଲେ ।

Advertisment

ପରେ ଟ୍ରମ୍ପ ମସ୍କଙ୍କ କମ୍ପାନିଗୁଡ଼ିକ ପାଇଁ ସବ୍‌ସିଡି ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଥିଲା । ସେପଟେ ମସ୍କ ଆମେରିକାର ସରକାରୀ ଦକ୍ଷତା ବିଭାଗ ଡିଓଜିଇର ମୁଖ୍ୟ ପଦରୁ ଇସ୍ତଫା ଦେଇଥିଲେ । ଯାହା ଟ୍ରମ୍ପଙ୍କ ସହ ତାଙ୍କର ସମ୍ପର୍କକୁ ଆହୁରି ଜଟିଳ କରିଛି । ସେପଟେ ଉଭୟଙ୍କ ବିବାଦ ଏଣିକି ସ୍ପେଶ ମିଶନ ପାଇଁ ବାଧା ସାଜିପାରେ । କାରଣ ମସ୍କଙ୍କ ସହ ଏକାଠି ମିଶି ନାଶା ଜୁନ ୧୦ରେ ଲଞ୍ଚ କରିବାକୁ ଥିବା ଡ୍ରାଗନ ସ୍ପେଶ ଏୟାରକ୍ରାପ୍ଟକୁ ବନ୍ଦ କରିବାକୁ ଯାଉଛନ୍ତି ମସ୍କ । ଏହି ମହାକାଶ ମିଶନରେ ଭାରତରୁ ଶୁଭାଂଶ ଶୁକ୍ଲାଙ୍କ ସହ ଆଛ ୩ଜଣ ମହାକାଶଚାରୀଙ୍କ ନାଁ ସ୍ଥିର ହୋଇଛି । ସେପଟେ ଉଭୟଙ୍କ ସର୍ମ୍ପକରେ ଦେଖାଯାଇଥିବା ଫାଟର ପ୍ରଭାବ ସେୟାର ମାର୍କେଟ ମାର୍କେଟ ଉପରେ ପଡିଲାଣି । ଆଜି ସେୟାର ବଜାର ଖସିବା ସହ ନିବେଶକଙ୍କୁ ଝଟକା ଲାଗିଛି । ତେବେ ଦେଖିବାକୁ ବାକି ରହିଲା ତେବେ ମସ୍କ-ଟ୍ରମ୍ପଙ୍କ ଯୁଗଳବନ୍ଦୀ ଭାଙ୍ଗିବା ପରେ ଏହାର କି ପ୍ରଭାବ ବିଶ୍ବ ବଜାରରେ ଉପରେ ପଡୁଛି ।