କନକ ବ୍ୟୁରୋ : ଚର୍ଚ୍ଚା ସାଉଁଟିଛି କଂଗ୍ରେସର ବରିଷ୍ଠ ନେତା ମନିଷ ତିୱାରୀଙ୍କ ସୋସିଆଲ ମିଡିଆ ପୋଷ୍ଟ । କଂଗ୍ରେସ ନେତା ମନୀଷ ତିୱାରୀଙ୍କ ନେପୋ କିଡ୍ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ରାଜନୀତି । ବିଜେପି ଏହାକୁ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସହ ଯୋଡ଼ି ସମାଲୋଚନା କରିଛି । ମନୀଷ ଲେଖିଥିଲେ, ଶ୍ରୀଲଙ୍କାରେ ଗୋଟାବାୟା ରାଜପକ୍ଷେ, ବାଂଲାଦେଶରେ ଶେଖ୍ ହସିନା, ନେପାଳରେ କେ.ପି ଶର୍ମା ଓଲି, ଫିଲିପାଇନ୍ସରେ ମାର୍କୋସଙ୍କ ଭଳି ନେତା ସାଧାରଣ ଲୋକଙ୍କ ଆକ୍ରୋଶର ଶିକାର ହୋଇ ପଦ ଛାଡ଼ିଛନ୍ତି ।
ନେତାଙ୍କ ପ୍ରତି ଜେନ୍-ଜିଙ୍କ ଆକ୍ରୋଶକୁ ଇସାରା କରିଥିଲେ ମନୀଷ ତିୱାରୀ । ବିଜେପି ଏହାକୁ ରାହୁଲ ଗାନ୍ଧୀଙ୍କୁ ଯୋଡ଼ି, ସେ ଦେଶର ବଡ଼ ନେପୋ କିଡ୍ ବୋଲି କହିଛି । ଜେନ୍ ଜି ଛାଡ଼ନ୍ତୁ, କଂଗ୍ରେସ ଭିତରେ ବି ବିଦ୍ରୋହ ମୁଣ୍ଡ ଟେକିଲାଣି । ଭୋଟ୍ ଚୋରି ରୋକିବାକୁ ନିକଟରେ ରାହୁଲ ଗାନ୍ଧୀ ଦେଶର ଯୁବବର୍ଗଙ୍କୁ ଆହ୍ୱାନ ଦେଇଥିଲେ । ବିଜେପି ସମାଲୋଚନା କରି କହିଥିଲା, ଜେନ ଜି ଆଗ ରାହୁଲ ଗାନ୍ଧୀଙ୍କୁ ଦେଶରୁ ବାହାର କରିବେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/09/23/congress-mp-2025-09-23-20-59-53.jpg)