ୱାକଫ ଆଇନ ନେଇ ସୁପ୍ରିମକୋର୍ଟରେ ଶୁଣାଣି; ଉଚ୍ଚତମ ନ୍ୟାୟାଳୟଙ୍କ ଟିପ୍ପଣୀ, ହିନ୍ଦୁ ଧାର୍ମିକ ଟ୍ରଷ୍ଟ ବୋର୍ଡରେ ରହିପାରିବେ କି ମୁସଲିମ?

ୱାକଫ ବାୟ ୟୁଜର ସମ୍ପତ୍ତି ଉପରେ ସରକାର କେନ୍ଦ୍ର ସରକାରଙ୍କଠୁ ଜବାବ ମାଗିଛନ୍ତି । ଆଜି ୱାକଫ ଆଇନ ବିରୋଧରେ ଦାଖଲ ପିଟିସନ ଉପରେ ଆଜି ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ ।

ଅଦ୍ୟତନ ହୋଇଛି
dgdgdgd

supreme court Photograph: (KANAK NEWS)

କନକ ବ୍ୟୁରୋ: ହିନ୍ଦୁ ଧାର୍ମିକ ପୀଠ ପରିଚାଳନା କମିଟିରେ ମୁସଲମାନ ରହିପାରିବେ କି ? ଏଭଳି କଡ଼ା ପ୍ରଶ୍ନ କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟ ପଚାରିଛନ୍ତି । ୱାକଫ ଆଇନକୁ ବିରୋଧ କରି ଆଗତ ପିଟିସନ ଉପରେ ସୁପ୍ରିମକୋର୍ଟ ଆଜିଠାରୁ ଗୁରୁତ୍ବପୂର୍ଣ୍ଣ ଶୁଣାଣି କରିଛନ୍ତି । ୱାକଫ ବାୟ ୟୁଜର ସମ୍ପତ୍ତି ଉପରେ ସରକାର କେନ୍ଦ୍ର ସରକାରଙ୍କଠୁ ଜବାବ ମାଗିଛନ୍ତି । ଆଜି ୱାକଫ ଆଇନ ବିରୋଧରେ ଦାଖଲ ପିଟିସନ ଉପରେ ଆଜି ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ । ପ୍ରଥମଦିନର ଶୁଣାଣିରେ କୋର୍ଟ କିଛି ଗୁରୁତ୍ବପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି । ପ୍ରଧାନ ବିଚାରପତି ଜଷ୍ଟିସ ସଞ୍ଜୀବ ଖନ୍ନା, ଜଷ୍ଟିସ ସଞ୍ଜୟ କୁମାର, ଜଷ୍ଟିସ କେବି ବିଶ୍ବନାଥନଙ୍କ ଦ୍ବାରା ଗଠିତ ଖଣ୍ଡପୀଠ ଶୁଣାଣି କରିଛନ୍ତି ।

ଆବେଦନରେ କୁହାଯାଇଛି ଯେ, ୱାକଫ ଆଇନରେ କରାଯାଇଥିବା ସଂଶୋଧନ ଅସାମ୍ବିଧାନିକ । ଏହା ମୁସଲିମ ସମୁଦାୟ ପ୍ରତି ଭେଦଭାବ କରୁଛି । ମନମୁଖି ନିଷ୍ପତ୍ତି ନେବା ପାଇଁ ଏହି ସଂଶୋଧିତ ଆକ୍ଟ ସରକାରଙ୍କୁ ଅନୁମତି ପ୍ରଦାନ କରୁଛି । ତେଣୁ ଏହି ଆକ୍ଟ ରଦ୍ଦ କରିବା ଏବଂ ଏହାର ଲାଗୁ କରିବା ଉପରେ ରୋକ୍ ଲଗାଇବା ଉଚିତ୍ । କଂଗ୍ରେସ, ଜେଡିୟୁ, ଆପ୍‌, ଡିଏମକେ, ସିପିଆଇ ପରି ଦଳ ଏହି ଆଇନ ବିରୋଧରେ ସୁପ୍ରିମକୋର୍ଟରେ ଯାଚିକା ଦାୟର କରିଛନ୍ତି । ଏହା ସହିତ ଜମିୟତ ଉଲେମା-ଏ-ହିନ୍ଦ , ଅଲ ଇଣ୍ଡିଆ ମୁସଲିମ ପର୍ସନାଲ ଲ ବୋର୍ଡ ଓ କିଛି ଏନଜିଓ ମଧ୍ୟ ଏହି ଆଇନର ସଂଶୋଧନ ବିରୋଧରେ ଅଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Subscribe