କନକ ବ୍ୟୁରୋ: ଭାରତୀୟ ଟିମର ଷ୍ଟାର ୱିକେଟ କିପର ବ୍ୟାଟ୍ସମ୍ୟାନ ରିଷବ ପନ୍ତଙ୍କୁ ନେଇ ଚର୍ଚ୍ଚା । ଲମ୍ବା ସମୟ ଧରି ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଖେଳି ଆସୁଛନ୍ତି ପନ୍ତ । ୨୦୨୪ରେ ସେ ଦିଲ୍ଲୀର ଅଧିନାୟକ ମଧ୍ୟ ରହିଥିଲେ । ହେଲେ ତାଙ୍କ ଅଧିନାୟକତ୍ୱରେ ଦଳ ପ୍ଲେଅଫରେ ପ୍ରବେଶ କରିବାରେ ସଫଳ ହୋଇନଥିଲା । ତେବେ ଏହାରି ଭିତରେ ପନ୍ତଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ଯେ ସେ ୨୦୨୫ ଆଇପିଏଲରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପାଇଁ ଖେଳିପାରନ୍ତି । ବର୍ତ୍ତମାନ ଏହି ଗୁଜକୁ ନେଇ ପନ୍ତ କଣ ପ୍ରତିକ୍ରିୟା ରଖିଛନ୍ତି ଆସନ୍ତୁ ଜାଣିବା । 

Advertisment

ପନ୍ତ ଏକ୍ସ ୟୁଜରଙ୍କୁ ବୁଝାଇ କହିଥିଲେ କି, ଏହି ଦିନକୁ ଦିନ ବହୁତ ଖରାପ ହେଉଛି । ଏମିତି ପ୍ରଥମଥର ହେଉନାହିଁ । ଭୁଲ ଖବର ପ୍ରଚାର କରୁଥିବା ୟୁଜରଙ୍କୁ ଏଭଳି କଡା ଜବାବ ଦେଇଥିଲେ ପନ୍ତ । ତାଙ୍କ ରିପ୍ଲାଏରୁ ସ୍ପଷ୍ଟ ହୋଇଛି ଯେ ୨୦୨୫ ଆଇପିଏଲରେ ସେ ଆରସିବି ପାଇଂ ଖେଳିବେ ନାହିଁ । 

ଜଣେ ଏକ୍ସ ୟୁଜର ଏଭଳି ମିଛ ଖବର ପ୍ରଚାର କରି ଲେଖିଥିଲେ କି, ପନ୍ତ ନିଜ ମ୍ୟାନେଜରଙ୍କ ଜରିଆରେ ଆରସିବିକୁ ଆପ୍ରୋଚ କରିଛନ୍ତି । ପନ୍ତ ଆରସିବିର ଅଧିନାୟକ ହେବା ପାଇଁ ଏମିତି କରିଛନ୍ତି । ହେଲେ ବିରାଟ କୋହଲି ଚାହୁଁ ନାହାନ୍ତି ପନ୍ତ ଆରସିବିର ସଦସ୍ୟ ହୁଅନ୍ତୁ । ଆଉ ସେଥିପାଇଁ ତାଙ୍କୁ ମନା କରିଦିଆଯାଇଛି । 

ଏହି ପୋଷ୍ଟରେ ରିପ୍ଲାଏ ଦେଇ ପନ୍ତ କହିଛନ୍ତି, ଆପଣମାନେ ସୋସିଆଲମିଡିଆରେ ଏମିତି ଫେକ ନ୍ୟୁଜ କାହିଁକି ପ୍ରଚାର କରୁଛନ୍ତି । ବୁଦ୍ଧିମାନ ହୁଏ । ବିନା କାରଣରେ ଅବିଶ୍ୱସନୀୟ ମାହୋଲ ସୃଷ୍ଟି କରନ୍ତୁ ନାହିଁ । ଏହି ପ୍ରଥମ ଥର ହୋଇନି କି ଶେଷ ଥର ବି ହେବନି । ଦୟା କରି ସବୁବେଳେ ନିଜ ସୋର୍ସକୁ ଚେକ କରନ୍ତୁ । ଏହା ସେହି ଲୋକଙ୍କ ପାଇଁ ଯେଉଁମାନେ ଭୁଲ ସୂଚନା ଦେଉଛନ୍ତି । 
ରିଷବ ପନ୍ତ ବର୍ତ୍ତମାନ ସମୟରେ ବାଂଲାଦେଶ ବିପକ୍ଷରେ ଖେଳାଯାଉଥିବା ଟେଷ୍ଟ ସିରିଜ ଗସ୍ତରେ ରହିଛନ୍ତି । ପ୍ରାୟ ୨ ବର୍ଷ ପରେ ପନ୍ତ ଟେଷ୍ଟ କ୍ରିକେଟକୁ କମବ୍ୟାକ କରିଛନ୍ତି । ଆଉ ପ୍ରଥମ ଟେଷ୍ଟରେ ହିଁ ଶତକ ହାସଲ କରିଛନ୍ତି । ଦୁର୍ଘଟଣା ପରେ ଆଇପିଏଲରେ ପ୍ରଥମ ଖେଳିଥିଲେ ରିଷବ ପନ୍ତ । ଆଇପିଏଲ ୨୦୨୪ରେ ରିଷବଙ୍କୁ ଦମଦାର ଫର୍ମରେ ଦେଖିବାକୁ ମିଳିଥିଲା । ଏହାପରେ ଟି-୨୦ ବିଶ୍ୱକପ ବି ଖେଳିଥିଲେ ପନ୍ତ । ରିଷବ ପନ୍ତ ୨୦୨୧ରୁ ଦିଲ୍ଲୀର ଅଧିନାୟକ ଦାୟିତ୍ୱରେ ରହିଛନ୍ତି । ତାଙ୍କ ଦୁର୍ଘଟଣା ସମୟରେ ଡେଭିଡ ୱାର୍ଣ୍ଣର ଅଧିନାୟକ ରହିଥିଲେ ।