କନକ ବ୍ୟୁରୋ: କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ନେଇ ବିବାଦୀୟ ବୟାନ ଦେଲେ ଶିବସେନା (ସିନ୍ଦେ କ୍ୟାମ୍ପ) ବିଧାୟକ ସଞ୍ଜୟ ଗାଏକ୍ୱାଡ । ସୋମବାର ସଞ୍ଜୟ କହିଛନ୍ତି ଯେ, ଯିଏ ରାହୁଲ ଗାନ୍ଧୀଙ୍କ ଜିଭ କାଟିବ, ମୁଁ ତାକୁ ୧୧ଲକ୍ଷ ଟଙ୍କା ଦେବି। କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଆମେରିକାରେ ଦେଇଥିବା ବୟାନ ପାଇଁ ତାଙ୍କ ଜିଭ କାଟିବା କଥା କହିଛନ୍ତି ସଞ୍ଜୟ । ରାହୁଲ କହିଥଲେ ଯେ, କଂଗ୍ରେସ ସଂରକ୍ଷଣକୁ ହଟାଇବାକୁ ଚିନ୍ତା କରିବ। ତାଙ୍କର ଏହି ବୟାନକୁ ନାପସନ୍ଦ କରି ସଞ୍ଜୟ କହିଛନ୍ତି ଯେ, "ରାହୁଲ ଗାନ୍ଧୀ ସେହି ସମୟରେ ଦେଶରୁ ସଂରକ୍ଷଣକୁ ହଟାଇବାକୁ କହୁଛନ୍ତି ଯେଉଁ ସମୟରେ ସଂରକ୍ଷଣ ନେଇ ଦାବି କରାଯାଉଛି । ସେ ପଛୁଆ ଆଦିବାସୀ ତଥା ଅନ୍ୟମାନଙ୍କ ପାଇଁ ସଂରକ୍ଷଣ ଶେଷ କରିବାକୁ ଚାହୁଁଛନ୍ତି ଏବଂ ତେଣୁ ସେ ଏହାକୁ ଶେଷ କରିବା ପାଇଁ ଇଚ୍ଛା କରୁଛନ୍ତି । ଲୋକସଭା ନିର୍ବାଚନରେ ସେ ଭୋଟ୍ ପାଇବା ପାଇଁ  ମିଥ୍ୟା କାହାଣୀ ପ୍ରଚାର କରିଥିଲେ । ଆଜି ସେ ଦେଶରୁ ସଂରକ୍ଷଣ ହଟାଇବା କଥା କହୁଛନ୍ତି । ଏଭଳି କରି କଂଗ୍ରେସ ନିଜର ଅସଲ ଚେହେରା ଦେଖାଇଛି। ମୁଁ ପ୍ରତିଶ୍ରୁତି ଦେଉଛି ଯେ, ଯିଏ ରାହୁଲଙ୍କ ଜିଭ କାଟିବ, ତାକୁ ମୁଁ ୧୧ଲକ୍ଷ ଟଙ୍କା ଦେବି ।"