କନକ ବ୍ୟୁରୋ: ସାମ୍ନାକୁ ଆସିଲା ହରିୟାଣା ନିର୍ବାଚନର ଏଗଜିଟ ପୋଲ୍ । ଏଥିରେ ବିଜେପିକୁ ବଡ କ୍ଷତି ହେଉଥିବାର ଦେଖିବାକୁ ମିଳୁଛି । ୧୦ ବର୍ଷ ଧରି ସରକାର ଚଳାଉଥିବା ବିଜେପିକୁ ଏଥର ଗାଦି ଛାଡିବାକୁ ପଡିପାରେ । କାରଣ ଏଗଜିଟ ପୋଲର ଆକଳନ କହୁଛି ବିଜେପି ଏଥର ହରିୟାଣାର ବାଜି ଜିତିପାରିବନି । ଲାଗୁଛି ଏଥର ଚାଷୀ, ଯବାନ, କୁସ୍ତି ଯୋଦ୍ଧାଙ୍କ ମୁଦ୍ଦାକୁ ନେଇ ଭୋଟ ପଡିଛି । ତେବେ ନଜର ପକାନ୍ତୁ କଣ କହୁଛି କାହାର ଆକଳନ । 

Advertisment

ରିପ୍ଲବିକ ଭାରତର ଆକଳନ ଅନୁସାରେ ହରିୟାଣାରେ ବିଜେପିକୁ ମିଳିପାରେ ୧୮-୨୪ ସିଟ୍, କଂଗ୍ରେସକୁ ମିଳିପାରେ ୫୫ରୁ ୬୨, ଆପର ହାତ ଖାଲି । ସେହିପରି ଦୈନିକ ଭାସ୍କରର ଆକଳନ ଅନୁସାରେ ବିଜେପିକୁ ମିଳିପାରେ ୧୫ରୁ ୨୯ ସିଟ୍ । କଂଗ୍ରେସ ଖାତାକୁ ଆସିପାରେ ୪୪ରୁ ୫୪, ଆପକୁ ଗୋଟେ । 

ହରିୟାଣାରେ କଂଗ୍ରେସର ଏଥର କରିପାରେ ହଲ୍ଲାବୋଲ । ଧ୍ରୁବ ରିସର୍ଚ୍ଚର ଆକଳନ ଅନୁସାରେ କଂଗ୍ରେସକୁ ମିଳିପାରେ ୫୦ରୁ ୬୪ ସିଟ୍, ବିଜେପିକୁ ମିଳିପାରେ ୨୨ରୁ ୩୨ । ଆପର ହାସ ଖାଲି, ଅନ୍ୟ ଦଳ ହାତରେ ୨ରୁ ୮ ସିଟ୍ । ଏନଡିଟିଭି ପିପୁଲ୍ସ ପଲ୍ସର ଆକଳନ ଅନୁସାରେ ବିଜେପିକୁ ମିଳିପାରେ ୨୨ରୁ ୩୨ ସିଟ । କଂଗ୍ରେସକୁ ମିଳିପାରେ ୫୦ରୁ ୬୫ ସିଟ୍ । ଅନ୍ୟ ଦଳ ହାତରେ ୨ରୁ ୮ ।