Israel : ମୋଦୀଙ୍କୁ ନେଇ ନେତାନ୍ୟାହୁଙ୍କ ବଡ଼ ବୟାନ, କହିଲେ ସବୁ ଶିଖାଇଦେବି...

Advertisment

ଇସ୍ରାଏଲ୍‌ ଓ ଭାରତ ମଧ୍ୟରେ ସମ୍ପର୍କ କେମିତି ତାହା ଆମେ ସମସ୍ତେ ଜାଣନ୍ତି । ସେଇଥି ଲାଗିତ ଇସ୍ରାଏଲ ଭାରତ ଓ ଆମେରିକାର ସମ୍ପର୍କକୁ ନେଇ ବୟାନ ଦେଇଛି । ପିଏମ୍‌ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଡୋନାଲ୍ଡ ଟ୍ରମ୍ପ ଉଭୟ ତାଙ୍କର "ଉତ୍ତମ ବନ୍ଧୁ"

ଇସ୍ରାଏଲ୍‌ ଓ ଭାରତ ମଧ୍ୟରେ ସମ୍ପର୍କ କେମିତି ତାହା ଆମେ ସମସ୍ତେ ଜାଣନ୍ତି । ସେଇଥି ଲାଗିତ ଇସ୍ରାଏଲ ଭାରତ ଓ ଆମେରିକାର ସମ୍ପର୍କକୁ ନେଇ ବୟାନ ଦେଇଛି । ପିଏମ୍‌ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଡୋନାଲ୍ଡ ଟ୍ରମ୍ପ ଉଭୟ ତାଙ୍କର "ଉତ୍ତମ ବନ୍ଧୁ"

India Israel Deal

India Israel Deal Photograph: (Kanak News)

କନକ ବ୍ୟୁରୋ: ଆମେରିକା ଭାରତ ମଧ୍ୟରେ ଏବେ ସମ୍ପର୍କରେ ତିକ୍ତତା ଆସିଛି । ଭାରତ ଋଷିଆଠାରୁ ତେଲ କିଣିବା ପରେ ରାଗି ପଞ୍ଚମ ହୋଇଛନ୍ତି ଟ୍ରମ୍ପ । ଖାଲି ରାଗିଛନ୍ତି ତାହା ନୁହେଁ ବରଂ ଭାରତ ଉପରେ ୫୦ ପ୍ରତିଶତ ଟାରିଫ୍‌ ଲଗାଇଛନ୍ତି । ସେପଟେ ମୋଦୀ କିନ୍ତୁ ସ୍ପଷ୍ଟ କରିଛନ୍ତି ଭାରତ କାହା ସାମ୍ନାରେ ମୁଣ୍ଡ ନୁଆଁଇବ ନାହିଁ । ଅର୍ଥାତ୍‌ ଆମେରିକା କଥାରେ ଭାରତ ଉଠବସ ହେବାର ପ୍ରଶ୍ନ ଉଠୁନି । ଆଉ ଏହାରି ଭିତରେ ଭାରତର ବନ୍ଧୁରାଷ୍ଟ୍ର ଇସ୍ରାଏଲ୍‌ ବଡ଼ ବୟାନ ଦେଇଛି । ଯାହାକୁ ନେଇ ଏବେ ସବୁଠି ଚର୍ଚ୍ଚା ଚାଲିଛି । ଇସ୍ରାଏଲ୍‌ ପିଏମ୍‌ କହିଛନ୍ତି, ଆମେରିକା ସହ କେମିତି ଡିଲ୍‌ କରାଯିବ ସେନେଇ ମୋଦୀଙ୍କ ସହ ମୁଁ କଥା ହେବି…

ଟ୍ରମ୍ପଙ୍କ ସହ କେମିତି ଡିଲ୍‌ କରିବାକୁ ହେବ
ମୋଦୀଙ୍କୁ ଶିଖାଇବେ ନେତାନ୍ୟାହୁ
ଇସ୍ରାଏଲ୍‌ ପିଏମ୍‌ଙ୍କ ବୟାନ
ପୂରା ଦେଶରେ ବଢ଼ିଲା ଚର୍ଚ୍ଚା

ଭାରତ-ଆମେରିକା ସମ୍ପର୍କ ସୁଧାରିବ ଇସ୍ରାଏଲ୍‌
ପିଏମ୍‌ଙ୍କ ବୟାନ ପରେ ସମସ୍ତଙ୍କ ନଜର

ବିଶ୍ବର ଦୁଇ ବୃହତ୍‌ ଗଣତନ୍ତ୍ର ରାଷ୍ଟ୍ର ମଧ୍ୟରେ କେଁ ଦେଖାଯିବା ପରେ ପୂରା ବିଶ୍ବର ଭାରତ ଓ ଆମେରିକା ଉପରେ ନଜର ରହିଛି । ଏହାରି ଭିତରେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଦୁଇ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି ଯାହା ଭାରତୀୟ ଏବଂ ଅନ୍ତର୍ଜାତୀୟ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି । ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ କେମିତି ମୁକାବିଲା କରାଯିବ ସେନେଇ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ "ବ୍ୟକ୍ତିଗତ ଭାବେ" ପରାମର୍ଶ ଦେବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଦ୍ୱିତୀୟରେ, ସେ ସ୍ୱୀକାର କରିଛନ୍ତି ଅପରେସନ୍‌ ସିନ୍ଦୂର ସମୟରେ ଭାରତ ଇସ୍ରାଏଲ୍‌ର ଅସ୍ତ୍ରଶସ୍ତ୍ର ବ୍ୟବହାର କରିଥିଲା ।

ନେତାନ୍ୟାହୁ କହିଲେ, ଭାରତ ଆମର ମିତ୍ର ରାଷ୍ଟ୍ର
ଆମେରିକା ସହ ରହିଛି ଉତ୍ତମ ସମ୍ପର୍କ

ଇସ୍ରାଏଲ୍‌ ଓ ଭାରତ ମଧ୍ୟରେ ସମ୍ପର୍କ କେମିତି ତାହା ଆମେ ସମସ୍ତେ ଜାଣନ୍ତି । ସେଇଥି ଲାଗିତ ଇସ୍ରାଏଲ ଭାରତ ଓ ଆମେରିକାର ସମ୍ପର୍କକୁ ନେଇ ବୟାନ ଦେଇଛି । ପିଏମ୍‌ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଡୋନାଲ୍ଡ ଟ୍ରମ୍ପ ଉଭୟ ତାଙ୍କର "ଉତ୍ତମ ବନ୍ଧୁ"। ଆମେରିକା ଏବଂ ଭାରତ ମଧ୍ୟରେ ଚାଲିଥିବା ଶୁଳ୍କ ବିବାଦ ପ୍ରସଙ୍ଗରେ ସେ କହିଥିଲେ ଯେ ଉଭୟ ଦେଶ ଏକ ସମାଧାନର ରାସ୍ତା ବାହାର କରିବା ଉଚିତ୍, କାରଣ ଏହା ଉଭୟଙ୍କ ସ୍ୱାର୍ଥରେ ହିତକର ହେବ । ପରେ ପରେ ମଜାଳିଆ ଅନ୍ଦାଜରେ କହିଥିଲେ ମୋଦୀଙ୍କୁ ମୁଁ ଶିଖାଇଦେବି ଟ୍ରମ୍ପଙ୍କ ସହ କେମିତି ଡିଲ୍‌ କରିବାକୁ ପଡ଼େ । 

ଅପରେସନ୍‌ ସିନ୍ଦୂରକୁ ନେଇ ରଖିଲେ ବୟାନ
କହିଲେ, ଅସ୍ତ୍ରଶସ୍ତ୍ର ସଜାଇ ରଖିବା ପାଇଁ ତିଆରି ହୋଇନି

ଏହାରି ଭିତରେ ଅପରେସନ୍‌ ସିନ୍ଦୂରକୁ ନେଇ ବଡ଼ ବୟାନ ରଖିଛନ୍ତି ନେତାନ୍ୟାହୁ । କହିଛନ୍ତି, ଭାରତ ପାକିସ୍ତାନ ବିରୋଧରେ ଯେଉଁ ଅପରେସନ୍‌ କରିଥିଲା ସେଥିରେ ଇସ୍ରାଏଲର ଅନେକ ଅସ୍ତ୍ରଶସ୍ତ୍ର ବେଶ୍‌ ଭଲରେ କାମ କରିଥିଲା । ଆମେ ଅସ୍ତ୍ରଶସ୍ତ୍ର ତିଆରି କରିଛୁ ଯୁଦ୍ଧରେ କାମ କରିବାକୁ, ଷ୍ଟୋର୍‌ କରି ରଖିବାକୁ ନୁହେଁ । ଏଠାରେ ସ୍ପଷ୍ଟଭାବରେ କହିରଖୁଛୁ କି, ଗତ ଦଶନ୍ଧି ମଧ୍ୟରେ ଭାରତ ଇସ୍ରାଏଲଠାରୁ ପ୍ରାୟ ୨.୯ ବିଲିୟନ ଡଲାରର ସାମରିକ ଉପକରଣ ଆମଦାନୀ କରିଛି । ଯେଉଁଥିରେ ରାଡାର, ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ସାମିଲ ରହିଛି । ଏହା ଇସ୍ରାଏଲକୁ ଋଷ, ଫ୍ରାନ୍ସ ଏବଂ ଆମେରିକା ପରେ ଭାରତର ଚତୁର୍ଥ ବୃହତ୍ତମ ଅସ୍ତ୍ର ଯୋଗାଣକାରୀ ଦେଶ ଭାବରେ ପ୍ରତିଷ୍ଠିତ କରିଛି। ନେତାନ୍ୟାହୁଙ୍କ ଏହି ବୟାନ ଦୁଇ ଦେଶ ମଧ୍ୟରେ ବଢୁଥିବା ପ୍ରତିରକ୍ଷା ସହଯୋଗ ଏବଂ ବିଶ୍ୱାସକୁ ପ୍ରତିଫଳିତ କରୁଛି । ହେଲେ ଟ୍ରମ୍ପଙ୍କୁ ନେଇ ଦେଇଥିବା ବୟାନ ଭାରି ଚର୍ଚ୍ଚାରେ ଅଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe