କନକ ବ୍ୟୁରୋ : ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବଡ ବୟାନ । ଆମ୍ ଆଦମୀ ପାର୍ଟିର ଆବାହକ ଅରବିନ୍ଦ କେଜ୍ରିଓ୍ଵାଲ ଏକ ବଡ଼ ବୟାନ ଦେଇଛନ୍ତି । ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଦିଲ୍ଲୀ ନିର୍ବାଚନରେ ଆମ୍ ଆଦମୀ ପାର୍ଟି କାହା ସହ ମେଣ୍ଟ କରିବ ନାହିଁ । ତେବେ ଆପ୍ ଜାତୀୟ ସ୍ତରରେ ଇଣ୍ଡି ମେଣ୍ଟରେ ସାମିଲ ରହିବ ବୋଲି କେଜ୍ରିୱାଲ କହିଛନ୍ତି । ଆଜି ସାମ୍ବାଦିକ ସମ୍ମିଳନୀରେ କେଜ୍ରିୱାଲ ଏହା କହିଛନ୍ତି ।
ହରିୟାଣା ଓ ମହାରାଷ୍ଟ୍ରରେ ଇଣ୍ଡି ମେଣ୍ଟର ପରାଜୟ ପରେ କେଜ୍ରିୱାଲ ଏହି ନିଷ୍ପତ୍ତି ନେଇଥିବା କୁହାଯାଉଛି । ଏହା ପୂର୍ବରୁ ଆମ୍ ଆଦମୀ ପାର୍ଟିର ଅନେକ ନେତା ହରିୟାଣା ନିର୍ବାଚନ ପରେ କହିଥିଲେ ଯେ, ଦିଲ୍ଲୀରେ ଆମ୍ ଆଦମୀ ପାର୍ଟି କଂଗ୍ରେସ ସହ ମେଣ୍ଟ କରିବ ନାହିଁ । ଆମ୍ ଆଦମୀ ପାର୍ଟି ଲୋକସଭା ନିର୍ବାଚନରେ କଂଗ୍ରେସ ସହ ମେଣ୍ଟ କରିସାରିଛି ଏବଂ ମେଣ୍ଟର କୌଣସି ଫାଇଦା ପାଇନାହିଁ । ଆସନ୍ତା ବର୍ଷ ଦିଲ୍ଲୀରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି ଏବଂ ଆମ୍ ଆଦମୀ ପାର୍ଟି ପ୍ରସ୍ତୁତି ଆରମ୍ଭ କରିସାରିଛି । ଏଥିପାଇଁ ଆପ୍ କିଛି ଆସନରେ ପ୍ରାର୍ଥୀଙ୍କ ନାମ ମଧ୍ୟ ଘୋଷଣା କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2024/12/01/qcF2pm13kfhu0l3TxPdp.jpg)