ଭାରତ ସହ ସମ୍ପର୍କ ସୁଧାରୁଛି କଲୋମ୍ବୋ, ମୋଦୀଙ୍କୁ ମିଳିଲା ‘ମିତ୍ର ବିଭୂଷଣ’ ସମ୍ମାନ

Advertisment

ଶୁକ୍ରବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଲୋମ୍ବୋରେ ପହଞ୍ଚିଛନ୍ତି । ଯେଉଁଠି ପିଏମଙ୍କୁ ସ୍ୱାଗତ କରିବା ପାଇଁ ଦେଖିବାକୁ ମିଳିଥିଲା ପ୍ରବାସୀ ଭାରତୀୟଙ୍କ ଭିଡ଼ । ମୋଦୀଙ୍କୁ ଭବ୍ୟ ସ୍ୱାଗତ କରିଥିଲେ ଶ୍ରୀଲଙ୍କା ସରକାର ।

Updated On

ଶୁକ୍ରବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଲୋମ୍ବୋରେ ପହଞ୍ଚିଛନ୍ତି । ଯେଉଁଠି ପିଏମଙ୍କୁ ସ୍ୱାଗତ କରିବା ପାଇଁ ଦେଖିବାକୁ ମିଳିଥିଲା ପ୍ରବାସୀ ଭାରତୀୟଙ୍କ ଭିଡ଼ । ମୋଦୀଙ୍କୁ ଭବ୍ୟ ସ୍ୱାଗତ କରିଥିଲେ ଶ୍ରୀଲଙ୍କା ସରକାର ।

ଅଦ୍ୟତନ ହୋଇଛି
rr

srilanka Photograph: (Kanak News )

କନକ ବ୍ୟୁରୋ: ତିନି ଦିନିଆ ଶ୍ରୀଲଙ୍କା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । କଲୋମ୍ବୋ ଗ୍ରାଣ୍ଡ୍ ୱେକମ୍‌ କଲେ ଶ୍ରୀଲଙ୍କା ସରକାର ।  ବିମାନବନ୍ଦରରେ ମୋଦୀ ମୋଦୀ ନାରା ଲଗାଇଲେ ପ୍ରବାସୀ ଭାରତୀୟ । ଦ୍ୱିପାକ୍ଷିକ ଚୁକ୍ତି ସହ ଶ୍ରୀଲଙ୍କାରେ ମୋଦୀଙ୍କୁ ଦିଆଗଲା ‘ମିତ୍ର ବିଭୂଷଣ’ ସମ୍ମାନ ।

ଶୁକ୍ରବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଲୋମ୍ବୋରେ ପହଞ୍ଚିଛନ୍ତି । ଯେଉଁଠି ପିଏମଙ୍କୁ ସ୍ୱାଗତ କରିବା ପାଇଁ ଦେଖିବାକୁ ମିଳିଥିଲା ପ୍ରବାସୀ ଭାରତୀୟଙ୍କ ଭିଡ଼ । ମୋଦୀଙ୍କୁ ଭବ୍ୟ ସ୍ୱାଗତ କରିଥିଲେ ଶ୍ରୀଲଙ୍କା ସରକାର । ଦ୍ୱିପାକ୍ଷିକ ସମ୍ପର୍କକୁ ମଜଭୁତ କରିବା ତଥା ଦୁଇ ଦେଶ ମଧ୍ୟରେ ସାଂସ୍କୃତିକ ଏବଂ ଆଧ୍ୟାତ୍ମିକ ପୃଷ୍ଠଭୂମିକୁ ପ୍ରୋତ୍ସାହନ ଦେବା ଦିଗରେ ମୋଦୀଙ୍କ ଅସାଧାରଣ ଉଦ୍ୟମ ପାଇଁ ମୋଦୀଙ୍କୁ ‘ମିତ୍ର ବିଭୂଷଣ’ ସମ୍ମାନ ପ୍ରଦାନ କରିଛି ଶ୍ରୀଲଙ୍କା । ଯାହାକୁ ପ୍ରଧାନମନ୍ତ୍ରୀ ମୋଦୀ ଗ୍ରହଣ କରିବା ସହ ଶ୍ରୀଲଙ୍କା ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି । 

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗସ୍ତର ଉେଦ୍ଦଶ୍ୟ ହେଉଛି ସାମଗ୍ରିକ ଦ୍ଵିପାକ୍ଷିକ ସମ୍ପର୍କକୁ ସୁଦୃଢ଼ କରିବା । ଗତ ୭ ମାସ ମଧ୍ୟେର କୌଣସି ବିଦେଶୀ ନେତାଙ୍କ ଏହା ପ୍ରଥମ ଶ୍ରୀଲଙ୍କା ଗସ୍ତ । ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ଅନେକ ଦୃଷ୍ଟିରୁ ଅତ୍ୟନ୍ତ ସ୍ଵତନ୍ତ୍ର । ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ପ୍ରତିରକ୍ଷା ସମ୍ପର୍କକୁ ସୁଦୃଢ଼ କରିବା ସହ ଶକ୍ତି, ବାଣିଜ୍ୟ ଓ ଯୋଗାଯୋଗ କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଇଁ ଏହି ଚୁକ୍ତି ହୋଇଛି  ।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଶ୍ରୀଲଙ୍କା ଗସ୍ତ କାହିଁକି ସ୍ଵତନ୍ତ୍ର?

ପ୍ରତିରକ୍ଷା ସମ୍ପର୍କର ବୃଦ୍ଧି, ଶକ୍ତି, ବାଣିଜ୍ୟ ଏବଂ ଯୋଗାଯୋଗକୁ ଗୁରୁତ୍ୱ
ପ୍ରତିରକ୍ଷା ସହଯୋଗ ଚୁକ୍ତିକୁ ଚୂଡ଼ାନ୍ତ ରୂପ ଦିଆଯାଇଛି
ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ୭ଟି କ୍ଷେତ୍ରରେ ଚୁକ୍ତି ସ୍ଵାକ୍ଷରିତ ହୋଇଛି 
ଶ୍ରୀଲଙ୍କାରେ ଥିବା ତାମିଲ ପରିବାର ପାଇଁ ଗୃହ ନିର୍ମାଣ କରାଯିବ
ଶ୍ରୀଲଙ୍କା ମାଟିକୁ ଭାରତ ବିରୋଧରେ ନ ବ୍ୟବହାର ପାଇଁ ଅଲୋଚନା
ଭାରତୀୟ ମତ୍ସଜୀବୀମାନଙ୍କୁ ମୁକ୍ତ କରିବା ପାଇଁ ପ୍ରକ୍ରିୟା ଆରମ୍ଭ

୨୦୧୯ ଆତଙ୍କବାଦୀ ଆକ୍ରମଣ ହେଉ କିମ୍ବା କୋଭିଡ୍ ମହାମାରୀ ହେଉ ଅଥବା ନିକଟରେ ଆସିଥିବା ଆର୍ଥିକ ସଙ୍କଟ, ଭାରତ ସମସ୍ତ କଠିନ ପରିସ୍ଥିତିରେ ଶ୍ରୀଲଙ୍କାବାସୀଙ୍କ ସହିତ ଛିଡ଼ା ହୋଇଛି । ଏହି କ୍ରମରେ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ବେଶ୍ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି କୂଟନୈତିକ ବିଶେଷଜ୍ଞମାନେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe