କନକ ବ୍ୟୁରୋ : ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ ୨୬୫ଜଣଙ୍କ ଜୀବନ ଯାଇଛି । ୬୦ ଜଣ ବିଦେଶୀ ଯାତ୍ରୀ ପ୍ରାଣ ହରାଇଛନ୍ତି । ଦୁର୍ଘଟଣା ପରେ ବିମାନରେ ନିଆଁ ଲାଗି ଯିବାରୁ ଯାତ୍ରୀଙ୍କୁ ଜୀବନ ବଞ୍ଚାଇବାକୁ କୌଣସି ସୁଯୋଗ ମଧ୍ୟ ମିଳି ନାହିଁ । ମୂହୁର୍ତ୍ତକରେ ବିମାନରେ ଥିବା ଯାତ୍ରୀଙ୍କର ମୃତ୍ୟୁ ହୋଇଛି । ଏହା ପ୍ରଥମ ଘଟଣା ନୁହେଁ । ପୂର୍ବରୁ ଏଭଳି ଅନେକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଗତବର୍ଷ ବିମାନ ଦୁର୍ଘଟଣା ନେଇ ଏକ ରିପୋର୍ଟ ପ୍ରକାଶ ପାଇଥିଲା । ଯେଉଁଥିରେ ପ୍ରଥମ ସ୍ଥାନରେ ରହିଛି ଆମେରିକା । ଏଥିରେ ଭାରତର ସ୍ଥାନ ୧୦ ନମ୍ବରରେ ରହିଛି । ତେବେ କାହିଁକି ଏତେ ଦୁର୍ଘଟଣା ଘଟୁଛି, ଏହା ପଛର କାରଣ କ’ଣ ରହିଛି?

Advertisment

କାହିଁକି ହୁଏ ବିମାନ ଦୁର୍ଘଟଣା?
ବିମାନ ଦୁର୍ଘଟଣା ପାଇଁ ଅନେକ କାରଣ ଦାୟୀ
ବୈଷୟିକ ତ୍ରୁଟି ବିମାନ ଦୁର୍ଘଟଣାର ପ୍ରମୁଖ କାରଣ
ଅନେକ ସମୟରେ ବିମାନର ଇଞ୍ଜିନ କାମ କରି ନଥାଏ
ନେଭିଗେସନ ସିଷ୍ଟମ ଖରାପ ହେଲେ ଦୁର୍ଘଟଣା ଘଟିପାରେ
ଲ୍ୟାଣ୍ଡିଙ୍ଗ ଗିୟର ଖରାପ ହେବା ଅନ୍ୟ ଏକ କାରଣ
ବିମାନ ଡେଣାରେ ସମସ୍ୟା ହେଲେ ଦୁର୍ଘଟଣା ଘଟିଥାଏ
ଅନେକ ସମୟରେ ପାଇଲଟଙ୍କ ଭୁଲ ପାଇଁ ଦୁର୍ଘଟଣା ଘଟେ
ଏୟାର ଟ୍ରାଫିକ କଣ୍ଟ୍ରୋଲରେ ତ୍ରୁଟି ମଧ୍ୟ ଏକ କାରଣ ହୋଇପାରେ
ଦୁର୍ଘଟଣା ପଛରେ ପାଣିପାଗର ବଡ଼ ଭୂମିକା ରହିଛି
ଝଡ଼ ବର୍ଷା କିମ୍ବା ବଜ୍ରପାତ ହେଲେ ବିମାନ ନିୟନ୍ତ୍ରଣ ହରାଇଥାଏ
ଅନେକ ସମୟରେ ବିମାନରେ ନିଆଁ ଲାଗିଯାଏ
ବିମାନରେ ଅତ୍ୟଧିକ ଇନ୍ଧନ ରହୁଥିବାରୁ ନିଆଁ ଲାଗିବା ଆଶଙ୍କା ଅଧିକ
୧ ଘଣ୍ଟା ଉଡ଼ାଣ ପାଇଁ ପ୍ରାୟ ୫ ହଜାର ଲିଟର ଇନ୍ଧନ ଆବଶ୍ୟକ