କନକ ବ୍ୟୁରୋ: ଆସିଲା ଜାମ୍ମୁ କାଶ୍ମୀର ନିର୍ବାଚନର ଏକଜିଟ ପୋଲ । ପ୍ରାୟ ୧୦ ବର୍ଷ ପରେ ହେଉଛି ଜାମ୍ମୁ କାଶ୍ମୀରରେ ନିର୍ବାଚନ । ଜାମ୍ମୁ ଗଡ ଜିତିବାକୁ ଜୋରଦାର କସରତ କରୁଛନ୍ତି ବିଜେପି ଆଉ କଂଗ୍ରେସ । କାହାର ହେବ ଏହି ଗଡ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଆଉ ଏହାରି ଭିତରେ ସାମ୍ନାକୁ ଆସିଛି ବୁଥ ବାହୁଡା ମତ । 

Advertisment

ଆଜତକର ଆକଳନ ବିଜେପି ହାତରେ ୨୭ରୁ ୩୧ ସିଟ । କଂଗ୍ରେସ ହାତରେ ୧୧ରୁ ୧୫ ସିଟ । ପିଡିପି ଖାତାକୁ ଆସିପାରେ ୨ଟି ସିଟ୍ । ସେହିପରି ଏନଡିଟିଭି ପିପୁଲ୍ସ ପଲ୍ସର ଆକଳନ ଅନୁସାରେ ବିଜେପିକୁ ୨୩ରୁ ୨୭, କଂଗ୍ରେସକୁ ୪୬ରୁ ୫୦, ପିଡିପିକୁ ୭ରୁ ୧୧ ଓ ଅନ୍ୟ ଦଳ ହାତରେ ରହିପାରେ ୪ରୁ ୬ । 

ଏବିପି ସି ଭୋଟର ଆକଳନ ଅନୁସାରେ ବିଜେପିକୁ ୨୭ରୁ ୩୧, କଂଗ୍ରେସକୁ ୧୧ରୁ ୧୫, ପିଡିପିକୁ ୩ ଓ ଅନ୍ୟ ଦଳକୁ ୧ ସିଟ ମିଳିପାରେ । ବୁଥ ବାହୁଡା ମତ ଆସିବା ପରେ ଜଣା ପଡୁଛି ଜାମ୍ମୁେରେ କଡା ଟକ୍କର ଦେଖିବାକୁ ମିଳିପାରେ ।