କନକ ବ୍ୟୁରୋ: ସଂସଦରେ ଅପରେସନ ସିନ୍ଦୂର ଉପରେ ଚାଲିଥିବା ଆଲୋଚନାରେ ଭାଗନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବେ ଲୋକସଭାରେ ବିବୃତ୍ତି ରଖୁଛନ୍ତି । ମୋଦୀ କହିଛନ୍ତି, ଏପ୍ରିଲ ୨୨ରେ ପହଲଗାମ୍ ଆକ୍ରମଣର ପ୍ରତିଶୋଧ ମାତ୍ର ୨୨ ମିନିଟରେ ନିଆଯାଇଛି । ଯେଉଁମାନେ ଏହାକୁ ଗ୍ରହଣ କରୁନାହାନ୍ତି, ସେମାନଙ୍କ ସାମ୍ନାରେ ମୁଁ ଆଇନା ଧରି ଛିଡ଼ା ହୋଇଛି । ଏହାସହ ପିଓକେକୁ ନେଇ ସଂସଦରେ ଗରମାଗରମ ଆଲୋଚନା ହୋଇଥିଲା । ପିଓକେ ଦଖଲ ପାଇଁ ସୁଯୋଗ ଥିଲା? କାହିଁକି ପିଓକେ ଦଖଲ କରାଗଲାନି ବୋଲି ପ୍ରଶ୍ନ କରିଥିଲା କଂଗ୍ରେସ ।
ଜବାବରେ ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି, ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କ ଭୁଲ୍ ପାଇଁ ପିଓକେ ଗଠନ ହେଲା । ଯଦି ପିଓକେର ଆଜି କୌଣସି ଅସ୍ତିତ୍ୱ ଅଛି, ତାହା କେବଳ ନେହରୁଙ୍କ ପାଇଁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ପିଓକେ ପ୍ରସଙ୍ଗରେ କଂଗ୍ରେସକୁ ଘେରିଛନ୍ତି ।
ପିଓକେ କାହିଁକି ଆଣିଲନି?
କଂଗ୍ରେସର ପ୍ରଶ୍ନ, ମୋଦୀଙ୍କ ଉତ୍ତର
ଅପରେସନ ସିନ୍ଦୂରରେ କାହିଁକି ପିଓକେକୁ ଦଖଲ କଲାନି ଭାରତ?
ସୁଯୋଗ ଥାଇ ମଧ୍ୟ କାହିଁକି ନିଆଗଲାନି ବୋଲି ସଂସଦରେ ପ୍ରଶ୍ନ କରିଥିଲା କଂଗ୍ରେସ
କଂଗ୍ରେସ ପ୍ରଶ୍ନର କଡା ଜବାବ ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ପିଓକେ ଦଖଲ ପାଇଁ ପାକିସ୍ତାନକୁ କେଉଁ ସରକାର ସୁଯୋଗ ଦେଇଥିଲା?
ଏଭଳି ପ୍ରଶ୍ନ କରି କଂଗ୍ରେସକୁ ବାଣ ମାରିଛନ୍ତି ମୋଦୀ
ନେହେରୁଙ୍କ ନାଁ ନେଲେ କଂଗ୍ରେସ ଓ ତାଙ୍କର ଟିମ୍ ମଧ୍ୟରେ ଛନକା ପଶୁଛି
ସ୍ବାଧୀନତା ପରେ ଏମିତି କିଛି ନିଷ୍ପତ୍ତି ନିଆଯାଇଛି ଯାହାର ଦଣ୍ଡ ଦେଶ ଆଜିଯାଏଁ ଭୋଗୁଛି
ମରୁଭୂମି କହି ଯେଉଁ ଜମିକୁ ଛାଡି ଦିଆଯାଇଥିଲା ତାହାକୁ ଦଖଲ କଲା ଚୀନ୍
ସାମରିକ ଦୃଷ୍ଟିକୋଣରୁ ଅକସାଇ ଚୀନର ଗୁରୁତ୍ବ ଢେର ଅଧିକ ଥିଲା
୧୯୬୬ରେ ରଣ ଅଫ୍ କଚ୍ଛ ବିବାଦରେ ପାକିସ୍ତାନକୁ ୮୦୦ ବର୍ଗ କିମି ଛାଡିଥିଲା କଂଗ୍ରେସ
ଯେଉଁଠାରେ ଛଡବେଟ ଭଳି ଗୁରୁତ୍ବପୂର୍ଣ୍ଣ ଅଞ୍ଚଳ ରହିଛି
୧୯୭୧ରେ ଭାରତ ଯୁଦ୍ଧ ଜିତିଥିଲା, ପାକ୍ର ହଜାର ହଜାର କିଲୋମିଟର କବଜା କରିଥିଲା
ସେତେବେଳେ କିନ୍ତୁ ପିଓକେ ଦଖଲ କରିବାକୁ କୌଣସି ଆନ୍ତରିକତା ଦେଖାଇନଥିଲେ ସରକାର
କର୍ତ୍ତାରପୁର ସାହିବକୁ ମଧ୍ୟ ଦଖଲ କରିବାର ସୁଯୋଗ ଥିଲା, କିନ୍ତୁ ଏହା ମଧ୍ୟ କରିନଥିଲେ ସରକାର
ଅପରେସନ ସିନ୍ଦୂର ସମୟରେ ଅସ୍ତ୍ରବିରତି ଉଲ୍ଲଘଂନ କ୍ଷେତ୍ରରେ ଅନ୍ୟ କୌଣସି ଦେଶର ଭୂମିକା ନଥିଲା
ଆମେରିକା ଉପ-ରାଷ୍ଟ୍ରପତି ଫୋନ୍ କରି ଭୟଭୀତ କରିବାକୁ ଚେଷ୍ଟା କରିଥିଲେ
ପାକିସ୍ତାନକୁ ବହୁମୂଲ୍ୟ ଦେବାକୁ ପଡିବ ବୋଲି ସିଧାସଳଖ କହିଥିଲା ଭାରତ
ଭାରତୀୟ ସେନାର ଘନଘନ ଆକ୍ରମଣ ପରେ ପାକିସ୍ତାନ ଡିଜିଏମଓ ଫୋନ୍ କରିଥିଲେ
ଅସ୍ତ୍ରବିରତି କରିବାକୁ ପାକିସ୍ତାନ ନେହୁରା ହୋଇଥିଲା
ସଂସଦରେ ଅପରେସନ୍ ସିନ୍ଦୂରକୁ ନେଇ ସରକାରଙ୍କୁ ବିରୋଧୀ ଘେରୁଥିବା ବେଳେ କିଛି ଏମିତି ଢଙ୍ଗରେ ମୋଦୀ ବିରୋଧୀଙ୍କୁ ଜବାବ ଦେଇଥିଲେ ।