କନକ ବ୍ୟୁରୋ : କଳାଠାକୁର.. ଭାବର ଠାକୁର ସେ ଭାବ ବିନୋଦିଆ ବଡ଼ ଦେଉଳର ରତ୍ନସିଂହାସନରେ ବସିଥିବା ବଡ଼ ଠାକୁରଙ୍କ ଭାବରେ ଥରେ ଯିଏ ବାନ୍ଧି ହୋଇଯାଇଛି ସେ ଯେକୌଣସି ପରିସ୍ଥିତିର ସାମ୍ନା କରିପାରେ କିନ୍ତୁ ତା କଳା ଠାକୁରଙ୍କ ଦର୍ଶନ ପାଇଁ ଶ୍ରୀକ୍ଷେତ୍ର ଯିବାକୁ ଯଦି ଥରେ ମନସ୍ଥ କରିଛି, ସେ ନିଶ୍ଚିୟ ଯିବ ମାଧ୍ୟମ ଯାହା ବି ହେଉନା କାହିଁକି

ରାସ୍ତା ଉପରେ ଏମିତି ଦଣ୍ଡ ପ୍ରଣାମ କରି କରି ପୁରୀ ଯାଉଛନ୍ତି ଜଣେ ଶ୍ରଦ୍ଧାଳୁ ଯାତ୍ରା ରାଜସ୍ଥାନରୁ ଜଗନ୍ନାଥ ଧାମ ପୁରୀକୁ ପାଖରେ ଅଛି ଗୋଟିଏ ଧଳା ରଙ୍ଗର ସୋଲ ପଟ୍ଟା ଆଉ ଛୋଟ ପଥର ଖଣ୍ଡ ୧୯ ମାସ ଧରି ରାସ୍ତାରେ ଅଧିଆ ପଡି ଜଗନ୍ନାଥଙ୍କ ଦର୍ଶନ କରିବାକୁ ପୁରୀ ଯାଉଛନ୍ତି ରାଜସ୍ଥାନ ସବାଇମାଧପୁରରୁ ହରି ସିଂ ମାଲି ଅନେକ ରାଜ୍ୟ ଜିଲ୍ଲା ଅତିକ୍ରମ କରି ପହଞ୍ଚିଛନ୍ତି ଢେଙ୍କାନାଳ ଜିଲ୍ଲା ପରଜଙ୍ଗରେ

ରାସ୍ତାରେ ଦଣ୍ଡବତ କରି ଜଗନ୍ନାଥଙ୍କୁ ସ୍ମରଣ  କରି ଯାତ୍ରା ଜାରି ରଖିଛନ୍ତି ଆଉ କେତେ ଦିନ ଲାଗିବ ଜାଣିନାହାନ୍ତି କିନ୍ତୁ ଏତିକି ଜାଣିଛନ୍ତି ଯେ, ଯେମିତି ହେଲେ ବି ସେ ବଡ଼ଦାଣ୍ଡରେ ପହଂଚିବେ ବଡ଼ ଦେଉଳରେ ବଡ଼ ଦିଅଁଙ୍କ ଦର୍ଶନ କରିବେ