ସତ ମାନିଲା ପାକିସ୍ତାନ; ଆମେରିକା ଓ ପାଶ୍ଚାତ୍ୟ ଦେଶ ପାଇଁ ୩୦ ବର୍ଷ ଧରି ଆତଙ୍କବାଦୀଙ୍କୁ ପୋଷୁଥିଲା ପାକିସ୍ତାନ

Advertisment

ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ୍ ଏକ ଟିଭି ଚ୍ୟାନେଲକୁ ସାକ୍ଷାତକାର ଦେଇ କହିଛନ୍ତି, ଆମେରିକା, ଇଂଲଣ୍ଡ ଏବଂ ପାଶ୍ଚାତ୍ୟ ଦେଶଙ୍କ ପାଇଁ ୩୦ ବର୍ଷ ଧରି ପାକିସ୍ତାନ ଏଭଳି ଘୃଣ୍ୟ କାର୍ଯ୍ୟ କରୁଥିଲା । ଯାହା ପାକିସ୍ତାନର ସବୁଠୁ ବଡ଼ ଭୁଲ ଥିଲା ।

ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ୍ ଏକ ଟିଭି ଚ୍ୟାନେଲକୁ ସାକ୍ଷାତକାର ଦେଇ କହିଛନ୍ତି, ଆମେରିକା, ଇଂଲଣ୍ଡ ଏବଂ ପାଶ୍ଚାତ୍ୟ ଦେଶଙ୍କ ପାଇଁ ୩୦ ବର୍ଷ ଧରି ପାକିସ୍ତାନ ଏଭଳି ଘୃଣ୍ୟ କାର୍ଯ୍ୟ କରୁଥିଲା । ଯାହା ପାକିସ୍ତାନର ସବୁଠୁ ବଡ଼ ଭୁଲ ଥିଲା ।

Pakistan Agree Truth

Photograph: (KANAK NEWS)

କନକ ବ୍ୟୁରୋ : ସତ ମାନିଲା ପାକିସ୍ତାନ । ଆମେରିକା ଓ ପାଶ୍ଚାତ୍ୟ ଦେଶ ପାଇଁ ୩୦ ବର୍ଷ ଧରି ଆତଙ୍କବାଦୀଙ୍କୁ ପୋଷୁଥିଲା ପାକିସ୍ତାନ । ଆତଙ୍କବାଦୀ ଆକ୍ରମଣ ପଛରେ ପାକିସ୍ତାନ ହାତ ଥିବା ଭାରତର ବୟାନ ପରେ ଏଭଳି କହିଛନ୍ତି ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖାୱାଜା ଅସିଫ୍ ।

ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ୍ ଏକ ଟିଭି ଚ୍ୟାନେଲକୁ ସାକ୍ଷାତକାର ଦେଇ କହିଛନ୍ତି, ଆମେରିକା, ଇଂଲଣ୍ଡ ଏବଂ ପାଶ୍ଚାତ୍ୟ ଦେଶଙ୍କ ପାଇଁ ୩୦ ବର୍ଷ ଧରି ପାକିସ୍ତାନ ଏଭଳି ଘୃଣ୍ୟ କାର୍ଯ୍ୟ କରୁଥିଲା । ଯାହା ପାକିସ୍ତାନର ସବୁଠୁ ବଡ଼ ଭୁଲ ଥିଲା । ଯେଉଁଥି ପାଇଁ ପାକିସ୍ତାନକୁ ପରିଣାମ ଭୋଗିବାକୁ ପଡୁଛି । ଋଷ ସହ ଶୀତଳ ଯୁଦ୍ଧ ସମୟରେ ଆମେରିକାକୁ ପାକିସ୍ତାନ ସମର୍ଥନ କରିଥିଲା ଏବଂ ୨୦୦୧ ସେପ୍ଟେମ୍ବର ୧୧ରେ ନ୍ୟୁୟର୍କରେ ଆତଙ୍କୀ ସଙ୍ଗଠନ ଅଲ-କାଇଦାର ଆକ୍ରମଣ ପରେ ଆଫଗାନିସ୍ତାନ ଉପରେ ଆକ୍ରମଣକୁ ପାକିସ୍ତାନ ସମର୍ଥନ କରଥିଲା ବୋଲି କହିଛନ୍ତି ଖାୱାଜା ଅସିଫ୍ ।

ଖାୱାଜା ଅସିଫ୍ କହିଛନ୍ତି ଯେ, ଋଷ ସହ ଶୀତଳ ଯୁଦ୍ଧ ସମୟରେ ଆମେରିକା ଆତଙ୍କବାଦୀଙ୍କୁ ପ୍ରୋକ୍ସି ଭାବେ ବ୍ୟବହାର କରୁଥିଲା । ପାକିସ୍ତାନ ମନ୍ତ୍ରୀ ଅଭିଯୋଗ କରିଛନ୍ତି ଯେ, ଭାରତ ପାହଲଗାମ ଆତଙ୍କୀ ଆକ୍ରମଣକୁ ନେଇ ପାକିସ୍ତାନରେ ଅସ୍ଥିରତା ସୃଷ୍ଟି କରୁଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe