କନକ ବ୍ୟୁରୋ : ଭାରତ ଉପରେ ଆମେରିକା ୫୦ ପ୍ରତିଶତ ଟାରିଫ୍ ଲଗାଇବା ପରେ ଦୁଇଦେଶର ସମ୍ପର୍କ ପୂରା ଭାଙ୍ଗିଯାଇଛି। ଏହା ଭାରତ ସରକାରଙ୍କ ପାଇଁ ପଦକ୍ଷେପ ନେବାର ସମୟ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ କହିଛନ୍ତି । ସେ କହିଛନ୍ତି, ଆମକୁ କୌଣସି ଗୋଟିଏ ଦେଶ ଉପରେ ନିର୍ଭର ନକରି ବାଣିଜ୍ୟ ସମ୍ପର୍କକୁ ପ୍ରାଚ୍ୟ, ୟୁରୋପୀୟ ଓ ଆଫ୍ରିକୀୟ ଦେଶଙ୍କ ସହ ବ୍ୟାପକ କରିବାକୁ ପଡ଼ିବ । ଆମେରିକା ସହ ସମ୍ପର୍କ ରକ୍ଷା ପାଇଁ ମଧ୍ୟ ଚେଷ୍ଟା କରାଯିବା ଦରକାର । ଏକ ଜାତୀୟ ଗଣମାଧ୍ୟମକୁ ରଘୁରାମ ରାଜନ ସାକ୍ଷାତକାର ଦେଇ ଏହା କହିଛନ୍ତି ।
ରଘୁରାମ ରାଜନଙ୍କ ପ୍ରତିକ୍ରିୟା
ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ
ଆମେରିକା ଟାରିଫ୍ ଲଗାଇ ଭାରତ ସହ ସମ୍ପର୍କ ଭାଙ୍ଗିଦେଇଛି
ଭାରତ ପାଇଁ ପଦକ୍ଷେପ ନେବାର ସମୟ
ଗୋଟିଏ ଦେଶ ଉପରେ ନିର୍ଭର କରିବା ଅନୁଚିତ
ଅନ୍ୟଦେଶଙ୍କ ସହ ବାଣିଜ୍ୟ ସମ୍ପର୍କ ବଢ଼ାଇବାକୁ ପଡ଼ିବ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)
/kanak/media/media_files/2025/08/28/37-2025-08-28-20-30-31.jpg)