ସୁପ୍ରିମକୋର୍ଟରେ ୱାଙ୍ଗଚୁକଙ୍କ ପତ୍ନୀ : ତାଙ୍କ ସ୍ବାମୀ ନିର୍ଦ୍ଦୋଷ ବୋଲି ରାଷ୍ଟ୍ରପତିଙ୍କୁ ଲେଖିଛନ୍ତି ଚିଠି

Advertisment

ଲଦାଖରେ ଗତ ୨୪ ତାରିଖରେ ଘଟିଥବା ହିଂସାକାଣ୍ଡ ପାଇଁ ୱାଙ୍ଗଚୁକଙ୍କୁ ଜାତୀୟ ନିରାପତ୍ତା ଆଇନ ବଳରେ ଗତ ୨୬ ତାରିଖରେ ଗିରଫ କରି ରାଜସ୍ଥାନରେ ଯୋଧପୁର ଜେଲକୁ ପଠାଇ ଦିଆଯାଇଛି ।

ଲଦାଖରେ ଗତ ୨୪ ତାରିଖରେ ଘଟିଥବା ହିଂସାକାଣ୍ଡ ପାଇଁ ୱାଙ୍ଗଚୁକଙ୍କୁ ଜାତୀୟ ନିରାପତ୍ତା ଆଇନ ବଳରେ ଗତ ୨୬ ତାରିଖରେ ଗିରଫ କରି ରାଜସ୍ଥାନରେ ଯୋଧପୁର ଜେଲକୁ ପଠାଇ ଦିଆଯାଇଛି ।

sonam_wangchuk_wife_murmu_letter

କନକ ବ୍ୟୁରୋ : ଲଦାଖର ସାମାଜିକ କର୍ମୀ ସୋନମ ୱାଙ୍ଗଚୁକଙ୍କୁ ଗିରଫ କରାଯିବା ପ୍ରତିବାଦରେ ତାଙ୍କ ପତ୍ନୀ ଗୀତାଞ୍ଜଳି ଆଙ୍ଗମୋ ସୁପ୍ରିମକୋର୍ଟକୁ ଯାଇଛନ୍ତି । ୱାଙ୍ଗଚୁକଙ୍କୁ ତୁରନ୍ତ ମୁକ୍ତ କରିବାକୁ ଗୀତାଞ୍ଜଳି ଦାବି କରିଛନ୍ତି । ଲଦାଖରେ ଗତ ୨୪ ତାରିଖରେ ଘଟିଥବା ହିଂସାକାଣ୍ଡ ପାଇଁ ୱାଙ୍ଗଚୁକଙ୍କୁ ଜାତୀୟ ନିରାପତ୍ତା ଆଇନ ବଳରେ ଗତ ୨୬ ତାରିଖରେ ଗିରଫ କରି ରାଜସ୍ଥାନରେ ଯୋଧପୁର ଜେଲକୁ ପଠାଇ ଦିଆଯାଇଛି । ୱାଙ୍ଗଚୁକ୍ ନିର୍ଦ୍ଦୋଷ ଓ ତାଙ୍କୁ ଗିରଫ କରାଯିବା ବେଆଇନ ବୋଲି କହିଆସୁଛନ୍ତି ପତ୍ନୀ ଗୀତାଞ୍ଜଳି । ଏଥିରେ ହସ୍ତକ୍ଷେପ କରିବା ପାଇଁ ବୁଧବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଗୀତାଞ୍ଜଳି ଚିଠି ଲେଖିଥିଲେ । ୱାଙ୍ଗଚୁକଙ୍କ ସମ୍ପର୍କରେ ତାଙ୍କୁ କିଛି କୁହାଯାଉନାହିଁ ବୋଲି ପତ୍ନୀ ଗୀତାଞ୍ଜଳି ଆଙ୍ଗମୋ ଅଭିଯୋଗ କରିଛନ୍ତି । 

ସୁପ୍ରିମକୋର୍ଟରେ ୱାଙ୍ଗଚୁକଙ୍କ ପତ୍ନୀ
ୱାଙ୍ଗଚୁକଙ୍କୁ ମୁକ୍ତ କରିବା ପାଇଁ ପତ୍ନୀ ଗୀତାଞ୍ଜଳିଙ୍କ ଦାବି
ଲଦାଖ ହିଂସା ପାଇଁ ୱାଙ୍କଚୁକଙ୍କୁ ଏନଏସଏରେ ଗିରଫ କରାଯାଇଛି
ଗିରଫଦାରି ବେଆଇନ ବୋଲି କହିଛନ୍ତି ଗୀତାଞ୍ଜଳି
ପୂର୍ବରୁ ରାଷ୍ଟ୍ରପତିଙ୍କୁ  ଚିଠି ଲେଖିଥିଲେ ଗୀତାଞ୍ଜଳି  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe