କନକ ବ୍ୟୁରୋ : ଲଦାଖର ସାମାଜିକ କର୍ମୀ ସୋନମ ୱାଙ୍ଗଚୁକଙ୍କୁ ଗିରଫ କରାଯିବା ପ୍ରତିବାଦରେ ତାଙ୍କ ପତ୍ନୀ ଗୀତାଞ୍ଜଳି ଆଙ୍ଗମୋ ସୁପ୍ରିମକୋର୍ଟକୁ ଯାଇଛନ୍ତି । ୱାଙ୍ଗଚୁକଙ୍କୁ ତୁରନ୍ତ ମୁକ୍ତ କରିବାକୁ ଗୀତାଞ୍ଜଳି ଦାବି କରିଛନ୍ତି । ଲଦାଖରେ ଗତ ୨୪ ତାରିଖରେ ଘଟିଥବା ହିଂସାକାଣ୍ଡ ପାଇଁ ୱାଙ୍ଗଚୁକଙ୍କୁ ଜାତୀୟ ନିରାପତ୍ତା ଆଇନ ବଳରେ ଗତ ୨୬ ତାରିଖରେ ଗିରଫ କରି ରାଜସ୍ଥାନରେ ଯୋଧପୁର ଜେଲକୁ ପଠାଇ ଦିଆଯାଇଛି । ୱାଙ୍ଗଚୁକ୍ ନିର୍ଦ୍ଦୋଷ ଓ ତାଙ୍କୁ ଗିରଫ କରାଯିବା ବେଆଇନ ବୋଲି କହିଆସୁଛନ୍ତି ପତ୍ନୀ ଗୀତାଞ୍ଜଳି । ଏଥିରେ ହସ୍ତକ୍ଷେପ କରିବା ପାଇଁ ବୁଧବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଗୀତାଞ୍ଜଳି ଚିଠି ଲେଖିଥିଲେ । ୱାଙ୍ଗଚୁକଙ୍କ ସମ୍ପର୍କରେ ତାଙ୍କୁ କିଛି କୁହାଯାଉନାହିଁ ବୋଲି ପତ୍ନୀ ଗୀତାଞ୍ଜଳି ଆଙ୍ଗମୋ ଅଭିଯୋଗ କରିଛନ୍ତି ।
ସୁପ୍ରିମକୋର୍ଟରେ ୱାଙ୍ଗଚୁକଙ୍କ ପତ୍ନୀ
ୱାଙ୍ଗଚୁକଙ୍କୁ ମୁକ୍ତ କରିବା ପାଇଁ ପତ୍ନୀ ଗୀତାଞ୍ଜଳିଙ୍କ ଦାବି
ଲଦାଖ ହିଂସା ପାଇଁ ୱାଙ୍କଚୁକଙ୍କୁ ଏନଏସଏରେ ଗିରଫ କରାଯାଇଛି
ଗିରଫଦାରି ବେଆଇନ ବୋଲି କହିଛନ୍ତି ଗୀତାଞ୍ଜଳି
ପୂର୍ବରୁ ରାଷ୍ଟ୍ରପତିଙ୍କୁ ଚିଠି ଲେଖିଥିଲେ ଗୀତାଞ୍ଜଳି
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)
/kanak/media/media_files/2025/10/03/sonam_wangchuk_wife_murmu_letter-2025-10-03-14-42-22.jpg)