କନକ ବ୍ୟୁରୋ: ବିଜେପି ଶାସିତ ହରିୟାଣାରେ ସରିଲା ବିଧାନସଭା ନିର୍ବାଚନ। ଗୋଟିଏ ପର୍ୟ୍ୟାୟରେ ସମସ୍ତ ୯୦ଟି ଯାକ ଆସନରେ ପଡ଼ିଲା ଭୋଟ୍। ୨କୋଟିରୁ ଉର୍ଦ୍ଧ୍ବ ମତାଦାତା ନିଜ ନିଜର ମତ ସାବ୍ୟସ୍ତ କରିଛନ୍ତି। ବିଜେପି ପକ୍ଷରୁ ମୁଖ୍ୟମନ୍ତ୍ରୀ ନାଏବ ସିଂ ସାଇନି, ଅନୀଲ  ବିଜଙ୍କ ଭଳି ହେଭିୱେଟ ମୈଦାନକୁ ଓହ୍ଲାଇଛନ୍ତି। କଂଗ୍ରେସ ପକ୍ଷରୁ ପିସିସି ସଭାପତି ଉଦୟ ଭାନ, ଅନିରୁଦ୍ଧ ଚୌଧୁରୀ, ରେସଲର ଭିନେଶ ଫୋଗଟ ନିର୍ବାଚନ ଲଢିଥିବା ବେଳେ ଜେଜେପିର ଦୁଶ୍ୟନ୍ତ ଚୌଟାଲା ମଧ୍ୟ ନିଜର ଭାଗ୍ୟ ପରୀକ୍ଷା କରିଛନ୍ତି। ନଜର ପକାନ୍ତୁ ହରିୟାଣାର ଏହି ସବୁ ଚର୍ଚ୍ଚିତ ଆସନ ଗୁଡ଼ିକ ଉପରେ। 

Advertisment

ଲଡ଼ୱା ବିଧାନସଭା ଆସନ
ଲଡୱା ବିଧାନସଭା ଆସନରେ ହେଭିୱେଟ ଲଢେଇ
ମୁଖ୍ୟମନ୍ତ୍ରୀ ନାଏବ ସିଂ ସାଇନି ବନାମ କଂଗ୍ରେସର ମେବା ସିଂ
ମନୋହର ଲାଲ ଖଟ୍ଟରଙ୍କ ଇସ୍ତଫା ପରେ ସାଇନି ହୋଇଥିଲେ ମୁଖ୍ୟମନ୍ତ୍ରୀ

ଅମ୍ବାଲା କଣ୍ଟେନମେଣ୍ଟ ବିଧାନସଭା ଆସନ
ଅମ୍ବାଲା ଆସନରେ ଅନିଲ ବିଜ ବନାମ ବରିବିନ୍ଦର ସିଂ ପରୀ ଲଢେଇ
ଅନୀଲ ବିଜ୍ ହରିୟାଣା ସରକାରରେ ବରିଷ୍ଠ ମନ୍ତ୍ରୀ
କଂଗ୍ରେସର ଅନ୍ୟତମ ଚର୍ଚ୍ଚିତ ଚେହେରା ପରିବିନ୍ଦର ସିଂ ପରୀ

ବଦଲି ବିଧାନସଭା ଆସନ
ବଦଲି ବିଧାନସଭା ଆସନରେ ବିଜେପି ପ୍ରାର୍ଥୀ ଓ.ପି ଧନକର ଲଢେଇ
ଓ.ପି ଧନକର ହରିୟାଣା ବିଜେପିର ପୂର୍ବତନ ସଭାପତି
ଓ.ପି ଧନକରଙ୍କ ବିରୋଧରେ କଂଗ୍ରେସର ପ୍ରାର୍ଥୀ କୁଳଦୀପ ଭାଟସ

ଗରି ସମ୍ପଲା-କିଓଲି ବିଧାନସଭା ଆସନ 
ଗରି ସମ୍ପଲା-କିଓଲି ବିଧାନସଭା ଆସନରେ କଂଗ୍ରେସ ପ୍ରାର୍ଥୀ ଭୂପିନ୍ଦର ସିଂ ହୁଡ୍ଡା
କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପିନ୍ଦର ସିଂ ହୁଡ୍ଡା
କଂଗ୍ରେସର ଏହି ହେଭିୱେଟଙ୍କ ବିରୋଧରେ ବିଜେପି ପ୍ରାର୍ଥୀ ମଞ୍ଜୁ ହୁଡ୍ଡା 

ଜୁଲାନା ବିଧାନସଭା ଆସନ
ଜୁଲାନା ଆସନରୁ କଂଗ୍ରେସ ପ୍ରାର୍ଥୀ ରେସଲର ଭିନେଶ ଫୋଗଟ
ପ୍ରଥମ ଥର ପାଇଁ ନିର୍ବାଚନ ଲଢୁଛନ୍ତି ଭିନେଶ
ଭିନେଶଙ୍କ ବିରୋଧରେ ଲଢୁଛନ୍ତି ଆପର ହେଭିୱେଟ୍ କବିତା ଦଲାଲ

ଉଚାନା ବିଧାନସଭା ଆସନ
ଉଚାନା ବିଧାନସଭା ଆସନରେ ବଡ଼ ଲଢେଇ
ଏହି ଆସନରୁ ଲଢୁଛନ୍ତି ଜେଜେପି ନେତା ଦୁଶ୍ୟନ୍ତ ଚୌଟାଲା
କଂଗ୍ରେସରୁ ପ୍ରାର୍ଥୀ ହୋଇଛନ୍ତି ବ୍ରିଜେନ୍ଦ୍ର ସିଂ
ବିଜେପି ପକ୍ଷରୁ ଲଢୁଛନ୍ତି ଦେବେନ୍ଦ୍ର ଅତ୍ରି

ଆସନ୍ତା ୮ ତାରିଖରେ ଆସିବ ହରିୟାଣା ବିଧାନସଭା ନିର୍ବାଚନ ଫଳାଫଳ। ବିଜେପି ହ୍ରାଟ୍ରିକ ମାରିବ କି କଂଗ୍ରେସ ପୁଣିଥରେ କ୍ଷମତାକୁ ଫେରିବ ତା ଉପରେ ରାଜନୈତିକ ସମୀକ୍ଷକଙ୍କ ନଜର ରହିଛି।