କୃଷକ ଆନ୍ଦୋଳନରେ ଭିନେଶ ଫୋଗଟ; କହିଲେ, ଅଧିକାର ପାଇଁ ରାସ୍ତାକୁ ଓହ୍ଳାଇବା ଆବଶ୍ୟକ

Advertisment

ଶମ୍ଭୁ ସୀମାରେ କୃଷକଙ୍କ ବିଶାଳ ଆନ୍ଦୋଳନ ଚାଲିଥିବା ବେଳେ ସେଠାରେ ପହଞ୍ଚିଛନ୍ତି କୁସ୍ତିଯୋଦ୍ଧା ଭିନେଶ ଫୋଗାଟ।

ଶମ୍ଭୁ ସୀମାରେ କୃଷକଙ୍କ ବିଶାଳ ଆନ୍ଦୋଳନ ଚାଲିଥିବା ବେଳେ ସେଠାରେ ପହଞ୍ଚିଛନ୍ତି କୁସ୍ତିଯୋଦ୍ଧା ଭିନେଶ ଫୋଗାଟ।

Vinesh Phogat

କନକ ବ୍ୟୁରୋ : କୃଷକ ଆନ୍ଦୋଳନରେ ସାମିଲ ହେଲେ ଭିନେଶ ଫୋଗଟ। ଶମ୍ଭୁ ସୀମାରେ କୃଷକଙ୍କ ବିଶାଳ ଆନ୍ଦୋଳନ ଚାଲିଥିବା ବେଳେ ସେଠାରେ ପହଞ୍ଚିଛନ୍ତି କୁସ୍ତିଯୋଦ୍ଧା ଭିନେଶ ଫୋଗାଟ। ଶମ୍ଭୁ ସୀମାରେ କୃଷକଙ୍କ ଆନ୍ଦୋଳନ ୨ଶହ ଦିନ ପୂର୍ତ୍ତି ଅବସରରେ ଏଠାରେ ବହୁ ସଂଖ୍ୟାରେ କୃଷକ ଏକତ୍ରିତ ହୋଇଛନ୍ତି। ବିଭିନ୍ନ ଦାବି ପାଇଁ ବିକ୍ଷୋଭକାରୀ ଚାଷୀ ଏକାଠି ହୋଇଛନ୍ତି।

ଏପରି ସମୟରେ ରେସଲର ଭିନେଶ ଫୋଗାଟ୍ ସକାଳେ ସେଠାରେ ପହଞ୍ଚିଥିଲେ ଏବଂ କୃଷକଙ୍କର ପ୍ରଶଂସା କରିବା ସହ ସେମାନଙ୍କୁ ଆଶ୍ୱସନା ଦେଇ କହିଛନ୍ତି ଯେ ସେ କୃଷକଙ୍କ ସହ ରହିଛନ୍ତି। ଏହି ଅବସରରେ କୃଷକମାନେ ଭିନେଶ ଫୋଗାଟଙ୍କୁ ସମ୍ମାନିତ କରିଛନ୍ତି। ସେ ସାମ୍ବାଦିକମାନଙ୍କୁ କହିଥିଲେ ଯେ ତାଙ୍କର ରାଜନୀତି ବିଷୟରେ କୌଣସି ଜ୍ଞାନ ନାହିଁ କିନ୍ତୁ ସେ ସର୍ବଦା କୃଷକଙ୍କ ସହ ଅଛନ୍ତି। ସେ ପୂର୍ବରୁ ମଧ୍ୟ କ୍ଷେତରେ କାମ କରିଛନ୍ତି। ସେ ଆହୁରି କହିଛନ୍ତି, ସମସ୍ତେ ବାଧ୍ୟ ହୋଇ ଆନ୍ଦୋଳନ କରନ୍ତି। ଜଣେ ନିଜ ଅଧିକାର ପାଇଁ ରାସ୍ତାକୁ ଓହ୍ଲାଇବା ଉଚିତ୍ ବୋଲି କହିଛନ୍ତି ଭିନେଶ।

ଚଳିତ ପ୍ୟାରିସ ଅଲମ୍ପିକ୍ସରେ ସ୍ୱର୍ଣ୍ଣ ପଦକରୁ ବଞ୍ଚିତ ରହିଲେ ରେସଲର ଭିନେଶ ଫୋଗାଟ। ମାତ୍ର ୧୦୦ ଗ୍ରାମ ଓଜନ ଅଧିକ ଯୋଗୁ ତାଙ୍କୁ ଫାଇନାଲରେ ଅଯୋଗ୍ୟ ଘୋଷଣା କରାଯାଇଥିଲା । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe