ମୋଦୀଙ୍କୁ ବିଜୟଙ୍କ ସମାଲୋଚନା; କହିଲେ, ତାମିଲନାଡୁ ପାଇଁ କିଛି କରିନାହାନ୍ତି ପ୍ରଧାନମନ୍ତ୍ରୀ...

Advertisment

ଡିଏମ୍‌ ଆମର ରାଜନୈତିକ ଶତ୍ରୁ । ଦଳ ଟିଭିକେ କାହାକୁ ଭୟ କରୁନାହିଁ । ଏହାର କୌଣସି କଳାଧନ୍ଦା ନାହିଁ ।

ଡିଏମ୍‌ ଆମର ରାଜନୈତିକ ଶତ୍ରୁ । ଦଳ ଟିଭିକେ କାହାକୁ ଭୟ କରୁନାହିଁ । ଏହାର କୌଣସି କଳାଧନ୍ଦା ନାହିଁ ।

119644613

କନକ ବ୍ୟୁରୋ: ଆସନ୍ତା ୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନ ପାଇଁ ବିଜେପି କିମ୍ବା ଡିଏମ୍‌ ସହ ମେଣ୍ଟ କରିବା ଚର୍ଚ୍ଚାକୁ ଖାରଜ କରିଛନ୍ତି ଅଭିନେତା ବିଜୟ ମଦୁରାଇର ପାରାପଥିଠାରେ ଦଳର ଦ୍ବିତୀୟ ରାଜ୍ୟସ୍ତରୀୟ ସମ୍ମିଳନୀରେ ବିଜୟ କହିଛନ୍ତି, ବିଜେପି ସହିତ ଆମର ଆଦର୍ଶଗତ ଶତ୍ରୁତା ରହିଛି । ଡିଏମ୍‌ ଆମର ରାଜନୈତିକ ଶତ୍ରୁ । ଦଳ ଟିଭିକେ କାହାକୁ ଭୟ କରୁନାହିଁ । ଏହାର କୌଣସି କଳାଧନ୍ଦା ନାହିଁ । ତାଙ୍କ ପାଖରେ ପୂରା ତାମିଲନାଡୁ ବାସିନ୍ଦାଙ୍କ ସମର୍ଥନ ରହିଛି । ତେଣୁ ତାଙ୍କ ଦଳ ଉଭୟ ବିଜେପି ଓ ଡିଏମକେ ବିରୋଧରେ ଲଢ଼ିବ ବୋଲି ସେ ଘୋଷଣା କରିଛନ୍ତି । 

ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମଧ୍ୟ ସେ ସମାଲୋଚନା କରି କହିଛନ୍ତି, ଆରଏସ୍ଏସ୍ ସହିତ ତାଳଦେଇ ବିଜେପି କାମ କରୁଛି ଏବଂ ପ୍ରଧାନମନ୍ତ୍ରୀ ତାମିଲନାଡୁ ପାଇଁ କିଛି କରିନାହାନ୍ତି । ତାମିଲନାଡୁ ମତ୍ସ୍ୟଜୀବୀଙ୍କୁ ଶ୍ରୀଲଙ୍କା ଗିରଫ କରିବାକୁ ନେଇ ମଧ୍ୟ ବିଜୟ ଅସନ୍ତୋଷ ପ୍ରକାଶ କରିଥିଲେ । କାଜାତିଭୁ ଦ୍ବୀପ ଆମ ମତ୍ସ୍ୟଜୀବୀଙ୍କୁ ଫେରାଇ ଦିଆଯାଉ ବୋଲି ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସେ କହିଛନ୍ତି । ସଂଖ୍ୟାଲଘୁ ପ୍ରସଙ୍ଗରେ ବିଜୟ ବିଜେପିକୁ ସମାଲୋଚନା କରିଛନ୍ତି । ସମ୍ମିଳନୀରେ ବିଜୟ ପ୍ରଥମ ଥର ପାଇଁ ଏଆଇଏଡିଏମ୍‌କୁ ସମାଲୋଚନା କରିଥିବା ଦେଖିବାକୁ ମିଳିଛି । ବିଧାନସଭା ନିର୍ବାଚନ ପାଇଁ ସମସ୍ତ ନିର୍ବାଚନ ମଣ୍ଡଳୀରୁ ତାଙ୍କ ଦଳ ପ୍ରାର୍ଥୀ ଦେବ ବୋଲି ଏହି ଅବସରରେ ବିଜୟ ଘୋଷଣା କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe