କନକ ବ୍ୟୁରୋ: ପୁଟିନ ଆଲାସ୍କା ବୈଠକ ବିଫଳ ହେଲେ ଭାରତ ଉପରେ ଅଧିକ ଶୁଳ୍କ ଲାଗୁ ହେବ । ଏପରି ଚେତାବନୀ ଦେଇଛନ୍ତି ଯୁକ୍ତରାଷ୍ଟ୍ରର ଟ୍ରେଜେରି ସେକ୍ରେଟାରି ସ୍କଟ ବେସେଣ୍ଟ । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ଆଲାସ୍କାରେ ହେବାକୁ ଥିବା ବୈଠକ ବିଫଳ ହେଲେ ଭାରତ ଉପରେ ଅତିରିକ୍ତ ଦ୍ଵିତୀୟ ଶୁଳ୍କ ଲାଗୁ ହୋଇପାରେ । ସାକ୍ଷାତକାରରେ ବେସେଣ୍ଟ କହିଛନ୍ତି, ଆମେ ରୁଷିଆରୁ ତେଲ କିଣୁଥିବାରୁ ଭାରତ ଉପରେ ଦ୍ଵିତୀୟ ଶୁଳ୍କ ଲଗାଇଛୁ । ଯଦି ଆଲୋଚନା ସଫଳ ନହୁଏ, ତେବେ ଭାରତ ଉପରେ ଶୁଳ୍କ ବୃଦ୍ଧି ପାଇପାରେ । ଟ୍ରମ୍ପ ପୂର୍ବରୁ ଭାରତୀୟ ଆମଦାନୀ ଉପରେ ୨୫% ଜରିମାନା ଓ ରୁଷିଆରୁ ତେଲ କିଣିବା ପାଇଁ ଅତିରିକ୍ତ ୨୫% ଶୁଳ୍କ ଲାଗୁ କରିଛନ୍ତି, ଯାହା ମୋଟ ୫୦ ପ୍ରତିଶତ ହେଉଛି ।

ଭାରତର ଟାରିଫ୍‌ ଭାଗ୍ୟ ନିର୍ଦ୍ଧାରଣ କରିବ ଟ୍ରମ୍ପ-ପୁଟିନ୍ ଆଲୋଚନା

Advertisment

ଆଲାସ୍କା ବୈଠକ: ଟ୍ରମ୍ପ ଓ ପୁଟିନ ଅଗଷ୍ଟ ୧୫ରେ ଆଲାସ୍କାରେ ୟୁକ୍ରେନ ଯୁଦ୍ଧ ଶେଷ କରିବା ପାଇଁ ଆଲୋଚନା କରିବେ
ଆଲାସ୍କାରେ ହେବାକୁ ଥିବା ବୈଠକ ବିଫଳ ହେଲେ ଭାରତ ଉପରେ ଅତିରିକ୍ତ ଦ୍ଵିତୀୟ ଶୁଳ୍କ ଲାଗୁ ହୋଇପାରେ
ଯୁକ୍ତରାଷ୍ଟ୍ରର ଟ୍ରେଜେରି ସେକ୍ରେଟାରି ସ୍କଟ୍‌ ବେସେଣ୍ଟ ଭାରତକୁ ଦେଲେ ଚେତାବନୀ
ଭାରତ ଉପରେ ୫୦% ଶୁଳ୍କ ଲାଗୁ ହୋଇଛି, ଯାହା ଅଗଷ୍ଟ ୨୭ରେ କାର୍ଯ୍ୟକାରୀ ହେବ
ଯୁକ୍ତରାଷ୍ଟ୍ର ଭାରତକୁ ରୁଷିଆର ଯୁଦ୍ଧକୁ ଅପ୍ରତ୍ୟକ୍ଷ ଭାବେ ସମର୍ଥନ କରୁଥିବା ଅଭିଯୋଗ କରିଛି