ଭାରତ ଉପରେ ଟାରିଫ ହ୍ରାସ କଲା ଆମେରିକା; ୨୫ପ୍ରତିଶତରୁ ୧୮ ପ୍ରତିଶତକୁ ଖସିଲା ଶୁଳ୍କ

Advertisment

ଦୁଇ ଦେଶ ମଧ୍ୟରେ ବାଣିଜ୍ୟ କାରବାର ନେଇ ମୋଦୀଙ୍କ ସହ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହୋଇଥିବା ଟ୍ରମ୍ପ ସୂଚନା ଦେଇଛନ୍ତି । ମୋଦୀ-ଟ୍ରମ୍ପଙ୍କ କଥାବର୍ତ୍ତା ନେଇ ଆମେରିକାର ରାଷ୍ଟ୍ରଦୂତ ସର୍ଜିଓ ଗୋରଙ୍କ ସୂଚନା ଦେଇଛନ୍ତି । ମୋଦୀ-ଟ୍ରମ୍ପଙ୍କ କଥାବାର୍ତ୍ତା ପରେ ଦୀର୍ଘଦିନ ଧରି ଆମେରିକା-ଭାରତ ମଧ୍ୟରେ ଲାଗିରହିଥିବା ବାଣିଜ୍ୟ ବିବାଦର ସମାଧାନ ହେବ ବୋଲି କୁହାଯାଉଛି ।

ଦୁଇ ଦେଶ ମଧ୍ୟରେ ବାଣିଜ୍ୟ କାରବାର ନେଇ ମୋଦୀଙ୍କ ସହ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହୋଇଥିବା ଟ୍ରମ୍ପ ସୂଚନା ଦେଇଛନ୍ତି । ମୋଦୀ-ଟ୍ରମ୍ପଙ୍କ କଥାବର୍ତ୍ତା ନେଇ ଆମେରିକାର ରାଷ୍ଟ୍ରଦୂତ ସର୍ଜିଓ ଗୋରଙ୍କ ସୂଚନା ଦେଇଛନ୍ତି । ମୋଦୀ-ଟ୍ରମ୍ପଙ୍କ କଥାବାର୍ତ୍ତା ପରେ ଦୀର୍ଘଦିନ ଧରି ଆମେରିକା-ଭାରତ ମଧ୍ୟରେ ଲାଗିରହିଥିବା ବାଣିଜ୍ୟ ବିବାଦର ସମାଧାନ ହେବ ବୋଲି କୁହାଯାଉଛି ।

Tariff

Photograph: (KanakNews )

କନକ ବ୍ୟୁରୋ : ଭାରତ ଉପରେ ଟାରିଫ ହ୍ରାସ କଲା ଆମେରିକା । ୨୫ପ୍ରତିଶତରୁ ୧୮ ପ୍ରତିଶତକୁ ଖସିଲା ଶୁଳ୍କ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ କଥାବାର୍ତ୍ତା ପରେ ସୋସିଆଲ ମିଡିଆରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ସୂଚନା । ଋଷ ଠୁ ତେଲ ନ କିଣିବାକୁ ଭାରତ ନିଷ୍ପତ୍ତି ନେଇଥିବା ନେଇ ଟ୍ରମ୍ପ ସୂଚନା ଦେଇଛନ୍ତି । ଟ୍ରମ୍ପ କହିଛନ୍ତି, ମୋଦୀ ମୋର ଅତି ବଡ଼ ବନ୍ଧୁ ଏବଂ ତାଙ୍କ ଦେଶର ଏକ ଶକ୍ତିଶାଳୀ ଓ ସମ୍ମାନିତ ନେତା । ବାଣିଜ୍ୟ ସହ ଅନେକ ବିଷୟ ଉପରେ ମୋଦୀଙ୍କ ସହ ଆଲୋଚନା କରିଛି । ରୁଷ ଓ ଯୁକ୍ରେନ ଯୁଦ୍ଧ ସମାପ୍ତ କରିବା ଉପରେ ମଧ୍ୟ ଆଲୋଚନା ହୋଇଛି । ସେ ରୁଷୀୟ ତୈଳ କ୍ରୟ ବନ୍ଦ କରିବାକୁ ରାଜି ହୋଇଛନ୍ତି ଏବଂ ଆମେରିକାଏବଂ ଭେନେଜୁଏଲାରୁ ଅଧିକ ପରିମାଣରେ କିଣିବାକୁ ମୋଦୀ ନିଷ୍ପତ୍ତି ନେଇଥିବା ଟ୍ରମ୍ପ କହିଛନ୍ତି ।

ଅଧିକ ପଢ଼ନ୍ତୁ : ଇରାନ-ଆମେରିକା ଉତ୍ତେଜନା ହ୍ରାସ ପାଇଁ ପଦକ୍ଷେପ,  ଶାନ୍ତି ଚୁକ୍ତି ଲାଗି ଚଳିତ ସପ୍ତାହରେ ତୁର୍କୀର ଆଙ୍କାରାରେ ବସିବ ବୈଠକ

ଦୁଇ ଦେଶ ମଧ୍ୟରେ ବାଣିଜ୍ୟ କାରବାର ନେଇ ମୋଦୀଙ୍କ ସହ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହୋଇଥିବା ଟ୍ରମ୍ପ ସୂଚନା ଦେଇଛନ୍ତି । ମୋଦୀ-ଟ୍ରମ୍ପଙ୍କ କଥାବର୍ତ୍ତା ନେଇ ଆମେରିକାର ରାଷ୍ଟ୍ରଦୂତ ସର୍ଜିଓ ଗୋରଙ୍କ ସୂଚନା ଦେଇଛନ୍ତି । ମୋଦୀ-ଟ୍ରମ୍ପଙ୍କ କଥାବାର୍ତ୍ତା ପରେ ଦୀର୍ଘଦିନ ଧରି ଆମେରିକା-ଭାରତ ମଧ୍ୟରେ ଲାଗିରହିଥିବା ବାଣିଜ୍ୟ ବିବାଦର ସମାଧାନ ହେବ ବୋଲି କୁହାଯାଉଛି । ଘୋଷଣା ପୂର୍ବରୁ ଟ୍ରମ୍ପ୍ ପିଏମ୍ ମୋଦୀଙ୍କ ସହ କଥାବାର୍ତ୍ତା କରିଥିଲେ । ଏହି ଚୁକ୍ତି କେତେକ ମାସ ଧରି ଚାଲିଥିବା ଆଲୋଚନା ପରେ ହୋଇଛି । ଭାରତର ରୁଷରୁ ଅଶୋଧିତ ତୈଳ କିଣୁଥିବାରୁ ଭାରତ ଉପରେ ୨୫ ପ୍ରତିଶତ ଟାରିଫ ଲଗାଇଥିଲା ଆମେରିକା । ଯୁକ୍ତରାଷ୍ଟ୍ର ଦାବି କରିଥିଲା ଯେ ଏହା ପରୋକ୍ଷରେ ରୁଷର ଯୁକ୍ରେନ ବିରୋଧୀ ଯୁଦ୍ଧକୁ ଅର୍ଥ ଯୋଗାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe