କନକ ବ୍ୟୁରୋ : ବିଶ୍ୱର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ର ଆମେରିକାର ସର୍ବୋଚ୍ଚ ପଦ ରାଷ୍ଟ୍ରପତି ପଦ ପାଇଁ ଭୋଟ ଦେଇଛି ୟୁଏସଏ । ଏଥର ମୁକାବିଲା  ରିପବ୍ଲିକାନ ପାର୍ଟିର ଡେନାଲ୍ଡ ଟ୍ରମ୍ପ ଓ ଡୋମୋକ୍ରାଟିକ ପାର୍ଟି ପ୍ରାର୍ଥୀ କମଳା ହ୍ୟାରିସଙ୍କ ମଧ୍ୟରେ ହେଉଛି । ଭାରତୀୟ ସମୟ ଅନୁସାରେ ସାଢ଼େ ୫ଟାରୁ ସାଢେ ୭ ମଧ୍ୟର ଭୋଟିଂ ହେଉଛି । ଫଳାଫଳ ଭୋଟିଂ ଦିନ ହିଁ ବାହାରିବା ଆରମ୍ଭ ହୋଇଥାଏ । ହେଲେ ଚୂଡାନ୍ତ ଫଳ ପ୍ରକାଶ ପାଇବାରେ ଦୀର୍ଘ ସମୟ ଲାଗିଥାଏ ।

Advertisment

ପ୍ରତି ୪ ବର୍ଷରେ ଆମେରିକାରେ ହେଉଥିବା ରାଷ୍ଟ୍ରପତି ନିର୍ବାଚନ ପ୍ରଭାବ କେବଳ ଭାରତ ଉପରେ ପଡେ ନାହିଁ, ପୁରା ବିଶ୍ୱ ଉପରେ ପ୍ରଭାବ ପଡିଥାଏ । ଏହି ନିର୍ବାଚନକୁ ଅନ୍ତର୍ଜାତୀୟ ସମ୍ପର୍କ, ଅର୍ଥନୀତି ଓ ବିଶ୍ୱ ଶାନ୍ତି ସହ ଯୋଡି ଦେଖାଯାଏ । ଆମେରିକା ରାଷ୍ଟ୍ରପତି ନିର୍ବାଚନ ଏଭଳି ସମୟରେ ହେଉଛି, ଯେଉଁ ସମୟରେ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ସ୍ଥିତି ଦେଖାଦେଇଛି ଓ ଋଷ-ୟୁକ୍ରେନ ଯୁଦ୍ଧ ଥମିବାର ନାଁ ନେଉନାହିଁ ।

-ଟ୍ରମ୍ପ ଜିତିଲେ ଋଷ-ୟୁକ୍ରେନ ଯୁଦ୍ଧ ଭିନ୍ମ ମୋଡ ନେଇପାରେ
-ପୁଟିନ ଓ ଋଷ ଉପରୁ ପ୍ରତିବନ୍ଧକ ହଟିପାରେ
-ୟୁକ୍ରେନକୁ ଦିଆଯାଉଥିବା ସୈନ୍ୟ ଓ ଆର୍ଥିକ ସହାୟତା ବନ୍ଦ ହୋଇପାର
-କମଳା ହ୍ୟାରିସ ଜିତିଲେ ବାଇଡେନଙ୍କ ନୀତି ଜାରି ରହିବ
-ଇସ୍ରାଏଲର ଆକ୍ରମଣକୁ ଟ୍ରମ୍ପ ସମର୍ଥନ କରୁଛନ୍ତି
-ପାଲେଷ୍ଟାଇନରେ ନିରୀହ ଲୋକଙ୍କ ମୃତ୍ୟୁ ନେଇ ହ୍ୟାରିସ ଦୁଃଖ ପ୍ରକାଶ କରିଛନ୍ତି
-ଟ୍ରମ୍ପ ଜିତିଲେ ନାଟୋ ଉପରେ ପ୍ରଭାବ ପଡିପାରେ
-କାରଣ ସେ ଏଥିରୁ ବାହାରିବାକୁ ଧମକ ଦେଇସାରିଛନ୍ତି

ଭାରତ ଉପରେ ଆମେରିକା ରାଷ୍ଟ୍ରପତି ନିର୍ବାଚନର କି ପ୍ରଭାବ ପଡିବ ?

-ଟ୍ରମ୍ପ ଜିତିଲେ ଭାରତ ପାଇଁ ଲାଭପ୍ରଦ ହୋଇପାରେ
-ଟ୍ରମ୍ପଙ୍କ ନୀତି ଭାରତ ପାଇଁ ହେବ ଲାଭଦାୟକ
-ବାଇଡେନଙ୍କ ନୀତି ଋଷ-ଚୀନକୁ ନିକଟତର କରିଛି
-ଟ୍ରମ୍ପ ଆସିଲେ ଋଷ-ଆମେରିକା ସମ୍ପର୍କ ସୁଧୁରିବ
-ଏହା ଭାରତ ପାଇଁ ଲାଭପ୍ରଦ ହୋଇପାରେ
-କମଳା ହ୍ୟାରିସ ଜିତିଲେ ଭାରତକୁ ନିଜ ଆଡକୁ ଆଣିବାକୁ ଉଦ୍ୟମ କରିପାରନ୍ତି
-କାରଣ ଚୀନର ମୁକାବିଲା ଭାରତ ହିଁ କରିପାରିବ
-କମଳା ହ୍ୟାରିସ ଜିତିଲେ ଭାରତ-ଆମେରିକା ପ୍ରତିରକ୍ଷା ସମ୍ପର୍କ ସୁଦୃଢ ହୋଇପାରେ

ଏବେ ଭୋଟଗ୍ରହଣ ସରିବା ପରେ ସାରା ବିଶ୍ୱ ଆମେରିକା ରାଷ୍ଟ୍ରପତି ନିର୍ବାଚନ ଫଳାଫଳକୁ ଚାହିଁ ରହିଛି । ଆସନ୍ତାବର୍ଷ ଜାନୁଆରୀ ୨୦ ତାରିଖରେ ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଶପଥ ନେବେ ।