ଭଗବାନ ଭରସାରେ ରୋଗୀ .. ଡାକ୍ତରଙ୍କ ମିଳୁନି ଦେଖା, ତଳେ ବସି ନିଜେ ନିଜକୁ ଅକ୍ସିଜେନ୍ ଲଗାଇଲେ ରୋଗୀ

ଜୁଲାଇ ୧୯ ତାରିଖରେ ସୋସିଆଲ୍ ମିଡିଆରେ ପୋଷ୍ଟ୍ ହୋଇଥିବା ଏହି ଭିଡିଓରେ ଜଣେ ରୋଗୀ ଅକ୍ସିଜେନ୍ ମାସ୍କ୍ ଲଗାଇ ହାତରେ ଧରିଥିବା ଦେଖିବାକୁ ମିଳୁଛନ୍ତି । ଯାହା ଏବେ ଭାଇରାଲ୍ ହେବା ସହ ହସ୍ପିଟାଲର ବିଚିତ୍ର ବ୍ୟବସ୍ଥା ଉପରେ ଆଙ୍ଗୁଠି ଉଠାଇବାକୁ ବାଧ୍ୟ କରୁଛି । 

aajamagaugdhha

aajamagaugdhha Photograph: (google)

କନକ ବ୍ୟୁରୋ : ଭାରତକୁ ସ୍ବାଧୀନତା ହେବାକୁ ଏତେ ବର୍ଷ ବିତିଗଲାଣି କିନ୍ତୁ ଦେଶର ସ୍ବାସ୍ଥ୍ୟ ବ୍ୟବସ୍ଥା ଏଯାଏଁ ପରାଧିନ ଅବସ୍ଥାରେ ଅଛି । ଅନେକ ସମୟରେ ବିଭିନ୍ନ ସ୍ଥାନରୁ ସ୍ବାସ୍ଥ୍ୟ ବ୍ୟବସ୍ଥାର ବିକଳ ଚିତ୍ର ଦେଖିବାକୁ ମିଳୁଥିବା ବେଳେ ବର୍ତ୍ତମାନ ଉତ୍ତରପ୍ରଦେଶର ଆଜମଗଢ଼ରୁ ଏମିତି ହିଁ କିଛି ଚିତ୍ର ଭାଇରାଲ୍ ହେଉଛି ଯାହା ମନକୁ ଆନ୍ଦୋଳିତ କରୁଛି । ଜୁଲାଇ ୧୯ ତାରିଖରେ ସୋସିଆଲ୍ ମିଡିଆରେ ପୋଷ୍ଟ୍ ହୋଇଥିବା ଏହି ଭିଡିଓରେ ଜଣେ ରୋଗୀ ଅକ୍ସିଜେନ୍ ମାସ୍କ୍ ଲଗାଇ ହାତରେ ଧରିଥିବା ଦେଖିବାକୁ ମିଳୁଛନ୍ତି । ଯାହା ଏବେ ଭାଇରାଲ୍ ହେବା ସହ ହସ୍ପିଟାଲର ବିଚିତ୍ର ବ୍ୟବସ୍ଥା ଉପରେ ଆଙ୍ଗୁଠି ଉଠାଇବାକୁ ବାଧ୍ୟ କରୁଛି । 

Oxygen
Oxygen Photograph: (google)

ଏହି ଭିଡିଓ ଭାଇରାଲ୍ ହେବା ପରେ ଉତ୍ତରପ୍ରଦେଶ ସରକାର ଏବଂ ବିଶ୍ବସ୍ତରୀୟ ସ୍ବାସ୍ଥ୍ୟ ସେବା ଉପରେ ଆଙ୍ଗୁଠି ଉଠାଇଛନ୍ତି ବିରୋଧୀ ଦଳ । ଏହି ଭିଡିଓକୁ ସେୟାର କରି ଏକ୍ସ ୟୁଜର୍ ଭାନୁ ନନ୍ଦ କହିଛନ୍ତି ଯେ ‘ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବ୍ୟବସ୍ଥା ଏତେ ତଳକୁ ଖସିଗଲାଣି ଯେ ରୋଗୀ ନିଜେ ଚିକିତ୍ସା କରିବାକୁ ବାଧ୍ୟ ହେଉଛନ୍ତି । ଏହି ଭିଡିଓ ଦେଖି ଏମିତି ଲାଗୁଛି ଯେ ଉଭୟ ବ୍ୟବସ୍ଥା ଏବଂ ସରକାର ଆଖି ବନ୍ଦ କରି ଲୋକଙ୍କୁ ମରିବା ପାଇଁ ଛାଡ଼ି ଦେଉଛନ୍ତି । ରାଜ୍ୟ ସରକାର ହସ୍ପିଟାଲର ସୁବିଧାକୁ ସଙ୍କୁଚିତ କଲା ପରି କାମ କରୁଛନ୍ତି ।’ ଆଜମଗଢ଼ର କଂଗ୍ରେସ ନେତା ଅନିଲ ଯାଦବ କହିଛନ୍ତି ଯେ ‘ ଡବଲ୍ ଇଞ୍ଜିନ୍ ସରକାରର ‘ସ୍ବାସ୍ଥ୍ୟ କ୍ରାନ୍ତି’ ସୁବିଧାର ଏ ହେଉଛି ଅସଲ ଚେହେରା । ନା ବେଡ୍ , ନା ସଫାସୁତୁରା , ନା ସ୍ବାସ୍ଥ୍ୟକର ମାହୋଲ .. ଆଉ ଏବେ ଚିକିତ୍ସାରେ ଅବହେଳା .. ଆଉ କେତେ ଅସୁବିଧା ଦେଖିବେ ରୋଗୀ? ଉତ୍ତରପ୍ରଦେଶ ସରକାର ବିଶ୍ବସ୍ତରୀୟ ସ୍ବାସ୍ଥ୍ୟ ସେବାର ଡିଣ୍ଡିମ ପିଟୁଛନ୍ତି କିନ୍ତୁ ବାସ୍ତବ ଚିତ୍ର ଏବେ ସମସ୍ତଙ୍କ ସାମ୍ନାରେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe