କନକ ବ୍ୟୁରୋ : ଭାରତକୁ ସ୍ବାଧୀନତା ହେବାକୁ ଏତେ ବର୍ଷ ବିତିଗଲାଣି କିନ୍ତୁ ଦେଶର ସ୍ବାସ୍ଥ୍ୟ ବ୍ୟବସ୍ଥା ଏଯାଏଁ ପରାଧିନ ଅବସ୍ଥାରେ ଅଛି । ଅନେକ ସମୟରେ ବିଭିନ୍ନ ସ୍ଥାନରୁ ସ୍ବାସ୍ଥ୍ୟ ବ୍ୟବସ୍ଥାର ବିକଳ ଚିତ୍ର ଦେଖିବାକୁ ମିଳୁଥିବା ବେଳେ ବର୍ତ୍ତମାନ ଉତ୍ତରପ୍ରଦେଶର ଆଜମଗଢ଼ରୁ ଏମିତି ହିଁ କିଛି ଚିତ୍ର ଭାଇରାଲ୍ ହେଉଛି ଯାହା ମନକୁ ଆନ୍ଦୋଳିତ କରୁଛି । ଜୁଲାଇ ୧୯ ତାରିଖରେ ସୋସିଆଲ୍ ମିଡିଆରେ ପୋଷ୍ଟ୍ ହୋଇଥିବା ଏହି ଭିଡିଓରେ ଜଣେ ରୋଗୀ ଅକ୍ସିଜେନ୍ ମାସ୍କ୍ ଲଗାଇ ହାତରେ ଧରିଥିବା ଦେଖିବାକୁ ମିଳୁଛନ୍ତି । ଯାହା ଏବେ ଭାଇରାଲ୍ ହେବା ସହ ହସ୍ପିଟାଲର ବିଚିତ୍ର ବ୍ୟବସ୍ଥା ଉପରେ ଆଙ୍ଗୁଠି ଉଠାଇବାକୁ ବାଧ୍ୟ କରୁଛି । 

Advertisment
Oxygen
Oxygen Photograph: (google)

ଏହି ଭିଡିଓ ଭାଇରାଲ୍ ହେବା ପରେ ଉତ୍ତରପ୍ରଦେଶ ସରକାର ଏବଂ ବିଶ୍ବସ୍ତରୀୟ ସ୍ବାସ୍ଥ୍ୟ ସେବା ଉପରେ ଆଙ୍ଗୁଠି ଉଠାଇଛନ୍ତି ବିରୋଧୀ ଦଳ । ଏହି ଭିଡିଓକୁ ସେୟାର କରି ଏକ୍ସ ୟୁଜର୍ ଭାନୁ ନନ୍ଦ କହିଛନ୍ତି ଯେ ‘ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବ୍ୟବସ୍ଥା ଏତେ ତଳକୁ ଖସିଗଲାଣି ଯେ ରୋଗୀ ନିଜେ ଚିକିତ୍ସା କରିବାକୁ ବାଧ୍ୟ ହେଉଛନ୍ତି । ଏହି ଭିଡିଓ ଦେଖି ଏମିତି ଲାଗୁଛି ଯେ ଉଭୟ ବ୍ୟବସ୍ଥା ଏବଂ ସରକାର ଆଖି ବନ୍ଦ କରି ଲୋକଙ୍କୁ ମରିବା ପାଇଁ ଛାଡ଼ି ଦେଉଛନ୍ତି । ରାଜ୍ୟ ସରକାର ହସ୍ପିଟାଲର ସୁବିଧାକୁ ସଙ୍କୁଚିତ କଲା ପରି କାମ କରୁଛନ୍ତି ।’ ଆଜମଗଢ଼ର କଂଗ୍ରେସ ନେତା ଅନିଲ ଯାଦବ କହିଛନ୍ତି ଯେ ‘ ଡବଲ୍ ଇଞ୍ଜିନ୍ ସରକାରର ‘ସ୍ବାସ୍ଥ୍ୟ କ୍ରାନ୍ତି’ ସୁବିଧାର ଏ ହେଉଛି ଅସଲ ଚେହେରା । ନା ବେଡ୍ , ନା ସଫାସୁତୁରା , ନା ସ୍ବାସ୍ଥ୍ୟକର ମାହୋଲ .. ଆଉ ଏବେ ଚିକିତ୍ସାରେ ଅବହେଳା .. ଆଉ କେତେ ଅସୁବିଧା ଦେଖିବେ ରୋଗୀ? ଉତ୍ତରପ୍ରଦେଶ ସରକାର ବିଶ୍ବସ୍ତରୀୟ ସ୍ବାସ୍ଥ୍ୟ ସେବାର ଡିଣ୍ଡିମ ପିଟୁଛନ୍ତି କିନ୍ତୁ ବାସ୍ତବ ଚିତ୍ର ଏବେ ସମସ୍ତଙ୍କ ସାମ୍ନାରେ ।