କନକ ବ୍ୟୁରୋ : ଫିଲିପାଇନ୍ସରେ ଘୂର୍ଣ୍ଣିଝଡ଼ କଲମାଏଗିର ତାଣ୍ଡବ । ଏଯାଏଁ ୨୪୧ ଜଣଙ୍କ ମୃତ୍ୟୁ ହୋଇଛି । ଜରୁରିକାଳୀନ ସ୍ଥିତି ଘୋଷଣା କରିଛନ୍ତି ରାଷ୍ଟ୍ରପତି । ଫିଲିପାଇନ୍ସରେ ଘୂର୍ଣ୍ଣିଝଡ଼ କଲମାଏଗି ଫିଲିପାଇନ୍ସକୁ ଛାରଖାର କରିଦେଇଛି । ପ୍ରାୟ ୨୪୧ ଜଣ ପ୍ରାଣ ଯାଇଥିବା ବେଳେ ଅନେକ ନିଖୋଜ ରହିଛି । ସେଠିକାର ପରିସ୍ଥିତି ଦେଖି ଫିଲିପାଇନ୍ସର ରାଷ୍ଟ୍ରପତି ଦେଶରେ ଆପତ୍‌କାଳୀନ ସ୍ଥିତି ଘୋଷଣା କରିଛନ୍ତି । ଦେଶର ପୂର୍ବ ପ୍ରାନ୍ତରେ ଥିବା ଲେଟେ ଓ କେବୁରେ ଘୂର୍ଣ୍ଣଝଢ଼ ଲ୍ୟାଣ୍ଡଫଲ୍ କରିଥିଲା । ପାଣିପାଗ ବିଭାଗର କହିବାନୁସାରେ, ଲ୍ୟାଣ୍ଡଫଲ ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୪୦ କିଲୋମିଟରରୁ ଅଧିକ ରହିଥିଲା । ପରେ ଏହା ୧୯୫ କିଲୋମିଟରକୁ ବୃଦ୍ଧି ପାଇଥିଲା । ଯେଉଁଥିରେ ଘର ଭାଙ୍ଗିବା ସହ ପ୍ରବଳ ବର୍ଷା ଯୋଗୁ ଅନେକ ଲୋକ ବନ୍ୟାରେ ଭାସି ଯାଇଛନ୍ତି  ।

Advertisment

ଆରଆଇ ପରୀକ୍ଷା ଆରମ୍ଭରୁ ବିଭ୍ରାଟ, ସର୍ଭର ଡାଉନ୍‌ ପାଇଁ ଅନେକ କେନ୍ଦ୍ରରେ ସମୟରେ ଆରମ୍ଭ ହୋଇପାରିଲାନି ପରୀକ୍ଷା

ଫିଲିପାଇନ୍ସରେ ଘୂର୍ଣ୍ଣିଧଝଡ଼ କଲମାଏଗିର ତାଣ୍ଡବ
ବଢ଼ିଚାଲିଛି ମୃତ୍ୟୁସଂଖ୍ୟା, ଏଯାଏଁ ୨୪୧ ମୃତ
ବାତ୍ୟା ଫିଲିପାଇନ୍ସକୁ ଛାରଖାର କରିଦେଇଛି
ଟାଇଫୁନ୍ କଲମାଏଗିର ପ୍ରଭାବରେ ଅନେକ ନିଖୋଜ
ଦେଶର ପୂର୍ବ ପ୍ରାନ୍ତ ଲେଟେ ଓ କେବୁରେ ବାତ୍ୟାର ଲ୍ୟାଣ୍ଡଫଲ୍  
ପବନର ବେଗ ଘଣ୍ଟା ପ୍ରତି ୧୪୦ କିଲୋମିଟରରୁ ଅଧିକ ରହିଥିଲା
ପରେ ଏହା ୧୯୫ କିଲୋମିଟରକୁ ବୃଦ୍ଧି ପାଇଥିଲା
ଘୂର୍ଣ୍ଣିଝଡ଼ ସହ ଦେଶରେ ବନ୍ୟା ସ୍ଥିତି ମଧ୍ୟ ଦେଖାଦେଇଛି