କନକ ବ୍ୟୁରୋ : ଅଢ଼େଇ ବର୍ଷରୁ ଅଧିକ ସମୟ ଧରି ଚାଲିଆସୁଥିବା ରୁଷ-ୟୁକ୍ରେନ ଯୁଦ୍ଧ ଏବେ ନୂଆ ମୋଡ଼ରେ ପହଁଚିଛି । ରୁଷ ସହିତ ଯୁଦ୍ଧ ବନ୍ଦ କରିବାକୁ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ରାଜି ହୋଇଛନ୍ତି । ଏକ ଅନ୍ତର୍ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ସମୟରେ ଯୁଦ୍ଧବିରତି ନେଇ ସେ ସୂଚନା ଦେଇଛନ୍ତି । ଏଥିପାଇଁ ନାଟୋ ପକ୍ଷରୁ କୁଟନୈତିକ ସ୍ତରରେ ଆଲୋଚନା କରାଯିବା ଉଚିତ । ୟୁକ୍ରେନ ଅଧିକୃତ କରିଥିବା ଅଞ୍ଚଳ ଛାଡ଼ିବାକୁ ପ୍ରସ୍ତୁତ, ରୁଷ ସେନା ମଧ୍ୟ ପଛକୁ ହଟିଯାଉ । ଏମିତି ହେଲେ ଆପେ ଆପେ ଯୁଦ୍ଧ ସ୍ଥିତି ସ୍ୱାଭାବିକ ହେବ ବୋଲି ସେ କହିଛନ୍ତି ।

Advertisment

ଯୁଦ୍ଧ ବିରାମ ପାଇଁ ଜେ ଲେନସ୍କିଙ୍କ ସର୍ତ୍ତ

-ଅନ୍ତର୍ଜାତୀୟ ଗଣମାଧ୍ୟମକୁ ଜେଲେନସ୍କିଙ୍କ ବୟାନ
-ନାଟୋ ନିକଟରେ ସର୍ତ୍ତ ରଖିଲେ ୟୁକ୍ରେନ ରାଷ୍ଟ୍ରପତି
-‘ଯୁଦ୍ଧ ବନ୍ଦ କରିବାକୁ ଛାଡ଼ିଦେବୁ ଅଧିକୃତ ଅଞ୍ଚଳ’
-‘ରୁଷ ସେନା ମଧ୍ୟ ପଛକୁ ହଟିଯିବା ଉଚିତ୍’

ଇସ୍ରାଏଲ-ହିଜବୁଲ୍ଲା ପରେ ରୁଷ୍-ୟୁକ୍ରେନ ଲଢେଇରେ ଲାଗିବ ବ୍ରେକ୍ । ନାଟୋ ସମ୍ମୁଖରେ କିଛି ସର୍ତ୍ତ ରଖି ଯୁଦ୍ଧବିରତି ହେବାର ସମ୍ଭାବନାକୁ ଆଗକୁ ବଢାଇଲେ ଜେଲେନସ୍କି । ଆଲୋଚନା ଜରିଆରେ ଯୁଦ୍ଧ ବନ୍ଦ ନେଇ ଦେଲେ ସହମତି ।

ମଧ୍ୟପ୍ରାଚ୍ୟରେ ଇସ୍ରାଏଲ-ହିଜବୁଲ୍ଲାର ଯୁଦ୍ଧ ବିରତି ପରେ ଆଗକୁ ରୁଷ-ୟୁକ୍ରେନ ଯୁଦ୍ଧରେ ମଧ୍ୟ ବିରାମ ଲାଗିବା ନେଇ ଆଶା ଦେଖାଦେଇଛି । ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଲାଗି ରହିଥିବା ଯୁଦ୍ଧ ସ୍ଥିତିରେ ଲଗାମ ଲଗାଇବା ସହ ଶାନ୍ତି ଫେରାଇ ଆଣିବା ଦିଗରେ ଏହା ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସଫଳତା ବୋଲି କୁହାଯାଉଛି । ଅବସରପ୍ରାପ୍ତ ଜେନେରାଲ କିଥ୍ କେଲୋଗ୍‌ଙ୍କୁ ୟୁକ୍ରେନ ଏବଂ ରୁଷିଆ ବିବାଦ ଶେଷ ପାଇଁ ବିଶେଷ ଦୂତ ଭାବରେ ଟ୍ରମ୍ପ ନିଯୁକ୍ତ କରିଛନ୍ତି ।

ମଧ୍ୟପ୍ରାଚ୍ୟ ଉତ୍ତେଜନାକୁ କମ କରିବାକୁ ନିର୍ବାଚନ ଫଳାଫଳ ଦିନ ଘୋଷଣା କରିଥିଲେ । ଅନ୍ୟପଟେ ତାଙ୍କର ଏହି ହସ୍ତକ୍ଷେପ ଫଳରେ ୟୁକ୍ରେନ ରାଷ୍ଟ୍ରପତି ଯୁଦ୍ଧ ବିରାମ ଦିଗରେ ମନ ବଳାଇଥିବା ଚର୍ଚ୍ଚା ହେଉଛି ।