କନକ ବ୍ୟୁରୋ : ଡୋନାଲ୍ଟ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇସାରିଛନ୍ତି ଓ ଆଉ ୨୦ ତାରିଖରେ ଶପଥ ନେବା ପରେ ପୂରା ଦାୟିତ୍ୱ ସମ୍ଭାଳିବେ । ଏହା ପୂର୍ବରୁ ଆସିଛି ବଡ଼ ଖବର । ଶାସନ କ୍ଷମତା ଧରିବା ପରେ ଟ୍ରାନ୍ସଜେଣ୍ଡରଙ୍କୁ ସେନାରୁ ବାଦ ଦେଇପାରନ୍ତି । ଖୁବଶୀଘ୍ର ଏହି ସମ୍ବନ୍ଧିତ ଏକ ବଡ ଘୋଷଣା କରିପାରନ୍ତ ଟ୍ରମ୍ପ ।
ସୂଚନା ଅନୁସାରେ, ଟ୍ରମ୍ପ ଶାସନରେ ହେବ କଡ଼ା କଟକଣା । ଆମେରିକା ସେନାରେ ବର୍ତ୍ତମାନ ୧୫ହଜାର ଟ୍ରାନ୍ସଜେଣ୍ଡର ଅଛନ୍ତି । ସେନାରେ ବଡ ପଦରେ ରହିଛନ୍ତି ଏକ ହଜାରରୁ ଅଧିକ ଟ୍ରାନ୍ସଜେଣ୍ଡର । ନିଜ ପୂର୍ବ ଶାସନ ସମୟରୁ ଟ୍ରମ୍ପ ସେନାରେ ଟ୍ରାନ୍ସଜେଣ୍ଡରଙ୍କ ଭର୍ତ୍ତିକୁ ନେଇ ବିରୋଧ କରି ଆସୁଥିଲେ । ତେବେ ବାଇଡେନ ପ୍ରଶାସନ ଟ୍ରାନ୍ସଜେଣ୍ଡରଙ୍କୁ ମୌକା ଦେବା ସହ ସେନାରେ ଭର୍ତ୍ତି ସପକ୍ଷରେ ଥିଲେ । କେବଳ ସେନା ନୁହେଁ ଶିକ୍ଷା, ସ୍ୱାସ୍ଥ୍ୟସେବା, କ୍ରୀଡ଼ା କ୍ଷେତ୍ରରେ ମଧ୍ୟ କଟକଣା ଲଗାଇପାରନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2024/11/25/rO9qz6Aq0oMBcOYdZ8QE.jpg)