୧୦୦ ପ୍ରତିଶତ ଲଗାଇବାକୁ କହୁଥିଲେ ୧୦ପ୍ରତିଶତ କମାଇଲେ: ଚୀନ୍ ଉପରୁ ୧୦ପ୍ରତିଶତ ଟାରିଫ୍ କମାଇଲେ ଟ୍ରମ୍ପ !

ଆଜି ଦକ୍ଷିଣ କୋରିଆରେ ଚୀନ ରାଷ୍ଟ୍ରପତି ଜିନପିଙ୍ଗ୍ ସହ ବୈଠକ ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚୀନ ଉପରେ ଫେଣ୍ଟାନିଲ୍ ସମ୍ବନ୍ଧୀୟ ଟାରିଫ୍ ୨୦ ପ୍ରତିଶତରୁ କମାଇ ୧୦ ପ୍ରତିଶତକୁ କରିବେ ।

31

trump-tariff-on-china-will-be-reduced Photograph: (KanakNews)

କନକ ବ୍ୟୁରୋ: ଜିନପିଙ୍ଗଙ୍କ ସହ ବୈଠକ ପରେ ୧୦ ପ୍ରତିଶତ ଟାରିଫ କମାଇଲେ ଟ୍ରମ୍ପ । ଆଜି ଦକ୍ଷିଣ କୋରିଆରେ ଚୀନ ରାଷ୍ଟ୍ରପତି ଜିନପିଙ୍ଗ୍ ସହ ବୈଠକ ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚୀନ ଉପରେ ଫେଣ୍ଟାନିଲ୍ ସମ୍ବନ୍ଧୀୟ ଟାରିଫ୍ ୨୦ ପ୍ରତିଶତରୁ କମାଇ ୧୦ ପ୍ରତିଶତକୁ କରିବେ । ଯୁକ୍ତରାଷ୍ଟ୍ର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଚୀନ ରାଷ୍ଟ୍ରପତି ଜିନପିଙ୍ଗ୍ ୨୦୧୯ ପରେ ପ୍ରଥମ ଥର ପାଇଁ ଗୁରୁବାର ବୁସାନରେ ମୁହାଁମୁହିଁ ଭାବେ ସାକ୍ଷାତ କରିଛନ୍ତି । ଟ୍ରମ୍ପ ପୂର୍ବରୁ ଫେଣ୍ଟାନିଲ୍ ଔଷଧର ରାସାୟନିକ ଉପାଦାନଗୁଡ଼ିକର ପ୍ରବାହକୁ ରୋକିବା ପାଇଁ ଚୀନ ସାମଗ୍ରୀ ଉପରେ ୨୦ ପ୍ରତିଶତ ଟାରିଫ୍ ଲଗାଇଥିଲେ । ଜିନପିଙ୍ଗଙ୍କ ସହ ଆଲୋଚନା ପରେ ଟ୍ରମ୍ପ ଟାରିଫକୁ ୧୦ ପ୍ରତିଶତକୁ କମାଇବାର ନିଷ୍ପତ୍ତି ନେଇଛନ୍ତି ।  

ପୁଲିସ ଏସଆଇ ପରୀକ୍ଷା ଜାଲିଆତି ଘଟଣା, ଜାମିନ ପାଇଥିବା ଛାତ୍ରଛାତ୍ରୀ ଆଜି ଜେଲରୁ ମୁକୁଳିବେ

ଟ୍ରମ୍ପ ଆହୁରି କହିଛନ୍ତି ଯେ ଚୀନ ଏବଂ ଯୁକ୍ତରାଷ୍ଟ୍ର ମଧ୍ୟରେ ଥିବା ବିବାଦ ସମାଧାନ ହୋଇଛି ।  ଟ୍ରମ୍ପ କହିଛନ୍ତି ୟୁକ୍ରେନରେ ଯୁଦ୍ଧ ସମାଧାନ କରିବାର ପ୍ରସଙ୍ଗରେ ଏକାଠି କାମ କରିବ ପାଇଁ ଜିନପିଙ୍ଗ ରାଜି ହୋଇଛନ୍ତି । ଟ୍ରମ୍ପ କହିଛନ୍ତି ଚୀନ ରାଷ୍ଟ୍ରପତି ଆମେରିକାକୁ ସାହାଯ୍ୟ କରିବେ ଏବଂ ୟୁକ୍ରେନ ବିଷୟରେ ଏକାଠି କାମ କରିବେ । ଜିନପିଙ୍ଗ୍ ସହିତ ତାଙ୍କ ବୈଠକକୁ ବଡ଼ ସଫଳତା ବୋଲି କହିଛନ୍ତି ଟ୍ରମ୍ପ । ଟ୍ରମ୍ପ ୨୦୨୬ ଏପ୍ରିଲରେ ଚୀନ ଗସ୍ତ କରିବେ ବୋଲି ସାମ୍ବାଦିକମାନଙ୍କୁ କହିଛନ୍ତି । ଗୁରୁବାର ଦୁଇ ନେତା ବୁସାନରେ ସାକ୍ଷାତ କରିବା ସମୟରେ ହାତ ମିଳାଇଥିଲେ ଏବଂ ହସିଥିଲେ, ଏବଂ କ୍ୟାମେରା ଆଗରେ ପୋଜ୍ ଦେଇଥିଲେ । 

ସର୍ଦ୍ଦାର ପଟେଲଙ୍କ ଜନ୍ମବାର୍ଷିକୀରେ ହେବ ପରେଡ୍ : ଘୋଷଣା କଲେ ଅମିତ ଶାହ

ଜିନପିଙ୍ଗଙ୍କ ସହ ବୈଠକ ପରେ ୧୦ ପ୍ରତିଶତ ଟାରିଫ କମାଇଲେ ଟ୍ରମ୍ପ
ଦକ୍ଷିଣ କୋରିଆ ବୁସାନରେ ଜିନପିଙ୍ଗ୍-ଟ୍ରମ୍ପ ଭେଟଘାଟ ହୋଇଛି
୨୦୧୯ ପରେ ପ୍ରଥମ ଥର ପାଇଁ ଦୁଇ ନେତାଙ୍କ ଭେଟଘାଟ
ଫେଣ୍ଟାନିଲ୍ ସମ୍ବନ୍ଧୀୟ ଟାରିଫ୍ ୨୦% କମାଇ ୧୦% କରିଛନ୍ତି ଟ୍ରମ୍ପ
ଫେଣ୍ଟାନିଲ୍ ଔଷଧର ରାସାୟନିକ ଉପାଦାନଗୁଡ଼ିକର ପ୍ରବାହ କମାଇବାକୁ ୨୦% ଟାରିଫ ଲଗାଇଥିଲେ
ଟ୍ଚୀନ ଏବଂ ଯୁକ୍ତରାଷ୍ଟ୍ର ମଧ୍ୟରେ ଥିବା ବିବାଦ ସମାଧାନ ହୋଇଛି:ଟ୍ରମ୍ପ
ୟୁକ୍ରେନରେ ଯୁଦ୍ଧ ସମାଧାନ ପ୍ରସଙ୍ଗରେ ଏକାଠି କାମ କରିବେ ଦୁଇ ନେତା
ୟୁକ୍ରେନ ପ୍ରସଙ୍ଗରେ ଚୀନ ରାଷ୍ଟ୍ରପତି ଆମେରିକାକୁ ସାହାଯ୍ୟ କରିବେ 
 ୨୦୨୬ ଏପ୍ରିଲରେ ଚୀନ ଗସ୍ତ କରିବେ ବୋଲି ସାମ୍ବାଦିକମାନଙ୍କୁ କହିଛନ୍ତି ଟ୍ରମ୍ପ
କିନ୍ତୁ ଦୁଇ ନେତାଙ୍କ ମଧ୍ୟରେ ତାଇୱାନ ପ୍ରସଙ୍ଗରେ କୌଣସି ଆଲୋଚନା ହୋଇନି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe