କନକ ବ୍ୟୁରୋ : ଡରିଗଲେ କି ଡୋନାଲ୍ଡ ଟ୍ରମ୍ପ୍ । ପ୍ରତିଦ୍ୱନ୍ଦୀ କମଳା ହାରିସଙ୍କ ସହ ଡିବେଟ କରିବାକୁ କଲେ ମନା । ଆମେରିକା ନିର୍ବାଚନ ଆଉ ମାତ୍ର ୮ ସପ୍ତାହ ବାକି ଥିବା ବେଳେ ଉଭୟ ଦଳର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଉଭୟ ରାଷ୍ଟ୍ରପତି ପ୍ରାର୍ଥୀ କମଳା ହାରିସ ଓ ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ମହାବିତର୍କ ଗତ ମଙ୍ଗଳବାର ଶେଷ ହୋଇଛି ।

ତେବେ ଏହା ପରେ ଆଉ ଏକ ରାଉଣ୍ଡ ମହାବିତର୍କ ପାଇଁ କମଳା ହାରିସ ଇଚ୍ଛୁକ ଥିବା ବେଳେ ଏହାକୁ ପ୍ରତ୍ୟାଖାନ କରିଛନ୍ତି ଡୋନାଲ୍ଡ ଟ୍ରମ୍ପ । ନିଜ ସୋଶାଲ ମିଡିଆ ପୋଷ୍ଟରେ ଟ୍ରମ୍ପ କହିଛନ୍ତି, ହାରିସ ଆଉ ଏକ ବିତର୍କ ପାଇଁ ଆଗ୍ରହୀ ଥିବାର ଅର୍ଥ ନିଜ ସେ ହାରି ଯାଇଛନ୍ତି । ଏବେ ସ୍ଥିତି ସୁଧାରିବାକୁ ସେ ପ୍ରୟାସ ଆରମ୍ଭ କରିଛନ୍ତି । ଟ୍ରମ୍ପଙ୍କ ଏଭଳି ଦାବିକୁ ନେଇ ଏବେ ଆମେରିକାରେ ରାଜନୀତି ଜୋର ଧରିଛି ।

ରିପବ୍ଲିକ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଟ୍ରମ୍ପ ଡେମୋକ୍ରାଟିକର କମଲା ହାରିସଙ୍କ ମଧ୍ୟରେ ନିକଟରେ ବାକଯୁଦ୍ଧ ଦେଖିବାକୁ ମିଳିଥିଲା । ଏହି ବିର୍ତକରେ ଅନେକ ପ୍ରସଙ୍ଗ ଉଠିଛି । ରୁଷ-ୟୁକ୍ରେନ, ଇସ୍ରାଏଲ-ହମାସ ଯୁଦ୍ଧ, ଗର୍ଭପାତ ନିୟମ, ଆମେରିକାର ଅର୍ଥନୀତି ଏଭଳି ଅନେକ କଥା ଉପରେ ଉଭୟ ନିଜର ମତାମତ ରଖିବା ସମୟରେ କଥା କଟାକଟି ମଧ୍ୟ ଦେଖିବାକୁ ମିଳିଥିଲା