ଟ୍ରମ୍ପଙ୍କ ଘୋଷଣାକୁ ମାନୁନି ଇରାନ : ସେନାକୁ ନେତାନ୍ୟାହୁଙ୍କ ଆକ୍ରମଣ ନିର୍ଦ୍ଦେଶ

ଇସ୍ରାଏଲ ଆକ୍ରମଣରେ ଇରାନର ଜଣେ ପରମାଣୁ ବୈଜ୍ଞାନିକଙ୍କ ସହ ୯ ଜଣଙ୍କ ମୃତ୍ୟୁ ହୋଇଛି । ମିସାଇଲ ମାଡ଼ରେ ଇରାନର ୧୫ଟି ଜେଟ୍ ଓ ହେଲିକପ୍ଟର ନଷ୍ଟ ହୋଇଥିବା ଇସ୍ରାଏଲ କହିଛି ।

IRAN

IRAN Photograph: (kanaknews)

କନକ ବ୍ୟୁରୋ : ୧୨ ଦିନର ଯୁଦ୍ଧ ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଯୁଦ୍ଧବିରତି ପ୍ରସ୍ତାବକୁ ସ୍ବୀକାର କରିଛନ୍ତି ଉଭୟ ଇସ୍ରାଏଲ ଓ ଇରାନ । କିନ୍ତୁ ଏହାର ଘଣ୍ଟାଏ ମଧ୍ୟରେ ଉଭୟ ତେହେରାନ ଏବଂ ତେଲ ଅଭିଭ୍ ପରସ୍ପର ପରସ୍ପରକୁ ଆକ୍ରମଣ କରିଛନ୍ତି । ଯାହାର ଭିଡିଓ ସାମ୍ନାକୁ ଆସିଛି । ଇସ୍ରାଏଲ ଆକ୍ରମଣରେ ଇରାନର ଜଣେ ପରମାଣୁ ବୈଜ୍ଞାନିକଙ୍କ ସହ ୯ ଜଣଙ୍କ ମୃତ୍ୟୁ ହୋଇଛି । ମିସାଇଲ ମାଡ଼ରେ ଇରାନର ୧୫ଟି ଜେଟ୍ ଓ ହେଲିକପ୍ଟର ନଷ୍ଟ ହୋଇଥିବା ଇସ୍ରାଏଲ କହିଛି । ଆଉ ଇରାନର ମିସାଇଲ ମାଡ଼ରେ ଅତି କମରେ ଇସ୍ରାଏଲର ୭ ଜଣଙ୍କ ମୃତ୍ୟୁ ହୋଇଛି । ଉତ୍ତର ଇସ୍ରାଏଲର ଜନବସତି ଅଞ୍ଚଳକୁ ଟାର୍ଗେଟ କରି ମିସାଇଲ ମାଡ଼ କରିଛି ଇରାନ । ଇରାନ ଯୁଦ୍ଧବିରତି ଉଲ୍ଲଙ୍ଘନ କରି ସାଧାରଣ ଲୋକଙ୍କୁ ଟାର୍ଗେଟ କରୁଥିବା ଅଭିଯୋଗ ଆଣିଛି ଇସ୍ରାଏଲ ।  ଆଉ ଏଥିପାଇଁ ପୂରା ବଳପ୍ରୟୋଗ କରି ଆକ୍ରମଣ କରିବାକୁ ଇସ୍ରାଏଲ ସେନାକୁ ନିର୍ଦ୍ଦେଶ ଦେଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ।

କତାରରେ ଥିବା ଆମେରିକା ଏୟାରବେସ୍ ଉପରେ ଇରାନର ମିସାଇଲ ଆକ୍ରମଣ ପରେ ଟ୍ରମ୍ପ ଯୁଦ୍ଧବିରତି ପାଇଁ ପ୍ରସ୍ତାବ ରଖିଥିଲେ । ଦୁଇ ଦେଶ ମଧ୍ୟରେ ୨୪ ଘଣ୍ଟିଆ ଯୁଦ୍ଧବିରତି ପାଇଁ ଟ୍ରମ୍ପଙ୍କ ପ୍ରସ୍ତାବକୁ ଇସ୍ରାଏଲ ସ୍ବୀକାର କରିଥିଲା ।  କିନ୍ତୁ ଇରାନ ପକ୍ଷରୁ ଯୁଦ୍ଧବିରତି ନେଇ କୌଣସି ସୂଚନା ମିଳିପାରିନାହିଁ । ଇରାନର ବୈଦେଶିକ ମନ୍ତ୍ରୀ କହିଛନ୍ତି ‘ବର୍ତ୍ତମାନ ପର୍ଯ୍ୟନ୍ତ ଯୁଦ୍ଧବିରତି କିମ୍ବା ସେନା କାର୍ଯ୍ୟାନୁଷ୍ଠାନ ବନ୍ଦ ହେବା ଉପରେ କୌଣସି ଚୁକ୍ତି ହୋଇନାହିଁ। ଇସ୍ରାଏଲ ଆକ୍ରମଣ ଜାରି ରଖିଥିବାରୁ ଏହା ଉପରେ କୌଣସି ପ୍ରତିକ୍ରିୟା ରଖିବାକୁ ଚାହୁନାହିଁ ।’ ସେପଟେ ଇସ୍ରାଏଲ ପରୀକ୍ଷାମୂଳକ ଭାବେ ଯୁଦ୍ଧବିରତି ଘୋଷଣା କରିଛି । ଯଦି ତେହେରାନ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଯୁଦ୍ଧବିରତି ଚୁକ୍ତି ପାଳନ କରେ ତେବେ ଇସ୍ରାଏଲ ଆକ୍ରମଣ କରିବ ନାହିଁ । ଇସ୍ରାଏଲ ଉପରେ ଆକ୍ରମଣକୁ ପ୍ରତ୍ୟାଖ୍ୟାନ କରିଛି ଇରାନର ରାଷ୍ଟ୍ରୀୟ ଗଣମାଧ୍ୟମ । ଏହାରି ଭିତରେ ଇହୁଦି ଦେଶ ଇସ୍ରାଏଲ ଏବଂ ମୁସଲିମ ଦେଶ ଇରାନ ଯୁଦ୍ଧବିରତି କେତେ କାର୍ଯ୍ୟକ୍ରମ ହେବ ତାକୁ ନେଇ ଦ୍ବନ୍ଦ୍ବ ଆରମ୍ଭ ହୋଇଛି । ତେବେ ଇସ୍ରାଏଲର ଆକ୍ରମଣକୁ ଟ୍ରମ୍ପ ନିନ୍ଦା କରିବା ସହ ଯୁଦ୍ଧବିରତି ଘୋଷଣା କରିବାକୁ ଉଭୟ ଦେଶ ଉପରେ ଚାପ ପକାଇଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe