କନକ ବ୍ୟୁରୋ: ପୁଣି ଟାରିଫ ଧମକ ଦେଲେ ଟ୍ରମ୍ପ । ବିଦେଶୀ ଔଷଧ ପରେ ଏବେ ବିଦେଶୀ ସିନେମା ଉପରେ ଟାରିଫ ଲଗାଇବାକୁ ଧମକ ଦେଇଛନ୍ତି । ଆମେରିକା ବାହାରେ ନିର୍ମାଣ ହେଉଥିବା ଫିଲ୍ମ ଉପରେ ଶତପ୍ରତିଶତ ଲଗାଇବାକୁ ଯାଉଛନ୍ତି । ଟ୍ରମ୍ପ ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଟ୍ରୁଥ ସୋସିଆଲ’ରେ ଏହି ସୂଚନା ଦେଇଛନ୍ତି । ଏଥିରେ ଲେଖିଛନ୍ତି, ଅନ୍ୟ ଦେଶମାନେ ଆମଠାରୁ ଆମେରିକୀୟ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଏମିତି ଛଡ଼ାଇ ନେଇଛନ୍ତି ଯେମିତି କେହି ଜଣେ ପିଲାଠାରୁ ଟଫି ଛଡ଼ାଇ ନେଇଛନ୍ତି । ତାଙ୍କର ଏହି ବୟାନ ଆମେରିକୀୟ ଫିଲ୍ମ ଇଣ୍ଡଷ୍ଟ୍ରି ପାଇଁ ଚିନ୍ତାର କାରଣ ପାଲଟିଛି, କାରଣ ହଲିଉଡର ଆୟର ଏକ ବଡ଼ ଅଂଶ ବିଦେଶରୁ ଆସିଥାଏ । ଯଦି ଏହି ନିଷ୍ପତ୍ତି ଲାଗୁ ହୁଏ, ତେବେ ଏହାର ପ୍ରଭାବ ସମଗ୍ର ବିଶ୍ବର ଫିଲ୍ମ ନିର୍ମାତା ଓ ଦର୍ଶକଙ୍କ ଉପରେ ପଡ଼ିବ । ବିଶେଷକରି ଏହାର ପ୍ରଭାବ ଚୀନ୍ ଓ ଭାରତ ଭଳି ବଡ଼ ବ୍ୟାବସାୟିକ ଭାଗିଦାରୀ ଉପରେ ପଡ଼ିବ। ଟ୍ରମ୍ପଙ୍କ ଏହି ନିଷ୍ପତ୍ତି ପରେ ହଲିଉଡର ବଡ଼ ବଡ଼ ଷ୍ଟୁଡିଓ ଏବଂ ଡିଜିଟାଲ ପ୍ଲାଟଫର୍ମ ଗୁଡ଼ିକ ପାଇଁ ଚିନ୍ତା ବଢ଼ିଯାଇଛି ।

Advertisment