ଟ୍ରମ୍ପ ସାଜିଲେ ଭଗାରୀ : ଭାରତ ଉପରେ ଲଗାଇଲେ ୫୦ପ୍ରତିଶତ ଟାରିଫ୍

Advertisment

ଭାରତ ଉପରେ ଅତିରକ୍ତି ଟାରିଫ ଲଗାଇଲା ଆମେରିକା । ଭାରତ ଉପରେ ଟ୍ରମ୍ପ ଲଗାଇଲେ ୨୫ପ୍ରତିଶତ ଅତିରିକ୍ତ ଶୁଳ୍କ ।

ଭାରତ ଉପରେ ଅତିରକ୍ତି ଟାରିଫ ଲଗାଇଲା ଆମେରିକା । ଭାରତ ଉପରେ ଟ୍ରମ୍ପ ଲଗାଇଲେ ୨୫ପ୍ରତିଶତ ଅତିରିକ୍ତ ଶୁଳ୍କ ।

31

କନକ ବ୍ୟୁରୋ : ଭାରତ ଉପରେ ଅତିରକ୍ତି ଟାରିଫ ଲଗାଇଲା ଆମେରିକା । ଭାରତ ଉପରେ ଟ୍ରମ୍ପ ଲଗାଇଲେ ୨୫ପ୍ରତିଶତ ଅତିରିକ୍ତ ଶୁଳ୍କ । ଏବେ ଭାରତ ଉପରେ ମୋଟ ୫୦ ପ୍ରତିଶତ ଶୁଳ୍କ ଲାଗିଲା । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ୨୫ ପ୍ରତିଶତ ଟାରିଫ୍‌ ଲଗାଇବା ପରେ ପୁଣି ବଡ଼ ଘୋଷଣା କରିଥିଲେ ଟ୍ରମ୍ପ । ଟ୍ରମ୍ପ କହିଥିଲେ, ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏହି ଟାରିଫ୍‌କୁ ଆହୁରି ବୃଦ୍ଧି କରାଯାଇପାରେ । ଟ୍ରମ୍ପ ଦାବି କରିଥିଲେ ଯେ ଭାରତ ଋଷିଆରୁ ତୈଳ ଓ ସାମରିକ ସାମଗ୍ରୀ କିଣୁଥିବା ଯୋଗୁ ଏହି ନିଷ୍ପତ୍ତି ନିଆଯାଇଛି । ଏହା ସହିତ ଟ୍ରମ୍ପ ଭାରତ ଉପରେ ଉଚ୍ଚ ଟାରିଫ୍‌ ନୀତି ଲାଗାଇପାରନ୍ତି ବୋଲି ସଙ୍କେତ ଦେଇଥିଲେ । ଆଉ ଏବେ ଟ୍ରମ୍ପ ୫୦ ପ୍ରତିଶତ ଟାରିଫ୍ ଭାରତ ଉପରେ ଲଗାଇଛନ୍ତି । 

କିଛି ଦିନ ଆଗରୁ ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋୟଲ କହିଥିଲେ, ସରକାର ଦେଶର ସ୍ୱାର୍ଥ ରକ୍ଷା ପାଇଁ ସମସ୍ତ ପଦକ୍ଷେପ ନେବେ । ଏହି ଟାରିଫ୍‌ ଭାରତର ଅର୍ଥନୀତି ଉପରେ ସାମାନ୍ୟ ପ୍ରଭାବ ପକାଇବ ବୋଲି ସରକାରୀ ସୂତ୍ରରୁ କୁହାଯାଇଛି । ତେବେ, ବିଶେଷଜ୍ଞମାନେ ଚେତାବନୀ ଦେଇଥିଲେ ଯେ ଟ୍ରମ୍ପ ଭାରତ ଉପରେ ଶୁଳ୍କ ପୁନଃ ବଢ଼ାଇଲେ ଭାରତର ଅର୍ଥନୀତି ପ୍ରଭାବିତ ହୋଇପାରେ…

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe