କନକ ବ୍ୟୁରୋ : ଭାରତ ଉପରେ ଅତିରକ୍ତି ଟାରିଫ ଲଗାଇଲା ଆମେରିକା । ଭାରତ ଉପରେ ଟ୍ରମ୍ପ ଲଗାଇଲେ ୨୫ପ୍ରତିଶତ ଅତିରିକ୍ତ ଶୁଳ୍କ । ଏବେ ଭାରତ ଉପରେ ମୋଟ ୫୦ ପ୍ରତିଶତ ଶୁଳ୍କ ଲାଗିଲା । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ୨୫ ପ୍ରତିଶତ ଟାରିଫ୍ ଲଗାଇବା ପରେ ପୁଣି ବଡ଼ ଘୋଷଣା କରିଥିଲେ ଟ୍ରମ୍ପ । ଟ୍ରମ୍ପ କହିଥିଲେ, ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏହି ଟାରିଫ୍କୁ ଆହୁରି ବୃଦ୍ଧି କରାଯାଇପାରେ । ଟ୍ରମ୍ପ ଦାବି କରିଥିଲେ ଯେ ଭାରତ ଋଷିଆରୁ ତୈଳ ଓ ସାମରିକ ସାମଗ୍ରୀ କିଣୁଥିବା ଯୋଗୁ ଏହି ନିଷ୍ପତ୍ତି ନିଆଯାଇଛି । ଏହା ସହିତ ଟ୍ରମ୍ପ ଭାରତ ଉପରେ ଉଚ୍ଚ ଟାରିଫ୍ ନୀତି ଲାଗାଇପାରନ୍ତି ବୋଲି ସଙ୍କେତ ଦେଇଥିଲେ । ଆଉ ଏବେ ଟ୍ରମ୍ପ ୫୦ ପ୍ରତିଶତ ଟାରିଫ୍ ଭାରତ ଉପରେ ଲଗାଇଛନ୍ତି ।
କିଛି ଦିନ ଆଗରୁ ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋୟଲ କହିଥିଲେ, ସରକାର ଦେଶର ସ୍ୱାର୍ଥ ରକ୍ଷା ପାଇଁ ସମସ୍ତ ପଦକ୍ଷେପ ନେବେ । ଏହି ଟାରିଫ୍ ଭାରତର ଅର୍ଥନୀତି ଉପରେ ସାମାନ୍ୟ ପ୍ରଭାବ ପକାଇବ ବୋଲି ସରକାରୀ ସୂତ୍ରରୁ କୁହାଯାଇଛି । ତେବେ, ବିଶେଷଜ୍ଞମାନେ ଚେତାବନୀ ଦେଇଥିଲେ ଯେ ଟ୍ରମ୍ପ ଭାରତ ଉପରେ ଶୁଳ୍କ ପୁନଃ ବଢ଼ାଇଲେ ଭାରତର ଅର୍ଥନୀତି ପ୍ରଭାବିତ ହୋଇପାରେ…
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)
/kanak/media/media_files/2025/08/06/31-2025-08-06-20-35-12.jpg)