ଆମେରିକା ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ବଡ ବିତର୍କ । ବିଭିନ୍ନ ପ୍ରସଙ୍ଗରେ ଡୋନାଲ୍ଡ ଟ୍ରମ୍ପ ଓ କମଲା ହ୍ୟାରିସଙ୍କ ମଧ୍ୟରେ କଥା କଟାକଟି

Advertisment

ଆମେରିକା ରାଷ୍ଟ୍ରପତି ନିର୍ବାଚନ ବିତର୍କରେ ମୁହାଁମୁହିଁ କମଲା ହାରିସ ଓ ଡୋନାଲ୍ଡ ଟ୍ରମ୍ପ । ଫିଲାଡେଲଫିଆର ନ୍ୟାସନାଲ କନଷ୍ଟିଚ୍ୟୁସନ ସେଣ୍ଟରରେ ଚାଲିଛି ବାକଯୁଦ୍ଧ । ଆମେରିକା ନିର୍ବାଚନକୁ ଆଉ ୮ ସପ୍ତାହ ବାକି ରହିଥିବା ବେଳେ ପରମ୍ପରା ଅନୁଯାୟୀ ଦୁଇ ରାଷ୍ଟ୍ରପତି ପ୍ରାର୍ଥୀଙ୍କ ମଧ୍ୟରେ ବିତର୍କ ଆରମ୍ଭ ହୋଇଛି ।

ଆମେରିକା ରାଷ୍ଟ୍ରପତି ନିର୍ବାଚନ ବିତର୍କରେ ମୁହାଁମୁହିଁ କମଲା ହାରିସ ଓ ଡୋନାଲ୍ଡ ଟ୍ରମ୍ପ । ଫିଲାଡେଲଫିଆର ନ୍ୟାସନାଲ କନଷ୍ଟିଚ୍ୟୁସନ ସେଣ୍ଟରରେ ଚାଲିଛି ବାକଯୁଦ୍ଧ । ଆମେରିକା ନିର୍ବାଚନକୁ ଆଉ ୮ ସପ୍ତାହ ବାକି ରହିଥିବା ବେଳେ ପରମ୍ପରା ଅନୁଯାୟୀ ଦୁଇ ରାଷ୍ଟ୍ରପତି ପ୍ରାର୍ଥୀଙ୍କ ମଧ୍ୟରେ ବିତର୍କ ଆରମ୍ଭ ହୋଇଛି ।

Trump

କନକ ବ୍ୟୁରୋ : ଆମେରିକା ରାଷ୍ଟ୍ରପତି ନିର୍ବାଚନ ବିତର୍କରେ ମୁହାଁମୁହିଁ କମଲା ହାରିସ ଓ ଡୋନାଲ୍ଡ ଟ୍ରମ୍ପ । ଫିଲାଡେଲଫିଆର ନ୍ୟାସନାଲ କନଷ୍ଟିଚ୍ୟୁସନ ସେଣ୍ଟରରେ ଚାଲିଛି ବାକଯୁଦ୍ଧ । ଆମେରିକା ନିର୍ବାଚନକୁ ଆଉ ୮ ସପ୍ତାହ ବାକି ରହିଥିବା ବେଳେ ପରମ୍ପରା ଅନୁଯାୟୀ ଦୁଇ ରାଷ୍ଟ୍ରପତି ପ୍ରାର୍ଥୀଙ୍କ ମଧ୍ୟରେ ବିତର୍କ ଆରମ୍ଭ ହୋଇଛି । ଅର୍ଥନୀତି, ଅନୁପ୍ରବେଶ ନେଇ ରିପବ୍ଲିକ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଟ୍ରମ୍ପ କମଲା ହାରିସଙ୍କୁ ଘେରିଛନ୍ତି । ଆଉ ଗର୍ଭପାତ ନିୟମକୁ ନେଇ ଟ୍ରମ୍ପକୁ ସମାଲୋଚନା କରିଛନ୍ତି ଡେମୋକ୍ରାଟିକ ପାର୍ଟିର ପ୍ରାର୍ଥୀ କମଲା ହାରିସ । 

ବଡ଼ କଥା ହେଉଛି ବିତର୍କରେ ଋଷିଆ ଯୁଦ୍ଧ ଆଭିମୁଖ୍ୟକୁ ନେଇ ଦୁଇ ନେତାଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଛି । ଟ୍ରମ୍ପ ଋଷ-ୟୁକ୍ରେନ ଯୁଦ୍ଧ ଶେଷ କରିବାକୁ ଦାବି କରିବା ପରେ ପୁଟିନ ତୁମକୁ ଖାଇଦେବେ ବୋଲି କହିଛନ୍ତି ହାରିସ୍ । ହେଲେ ୮ ବର୍ଷ ପରେ ଦୁଇ ରାଷ୍ଟ୍ରପତି ପ୍ରାର୍ଥୀ ବିତର୍କ ପୂର୍ବରୁ ହାତ ମିଳାଇଛନ୍ତି । ଜୋ ବାଇଡେନ ଓ ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ବିବାଦ ଯୋଗୁଁ ଦୁଇ ପ୍ରାର୍ଥୀ ପୂର୍ବରୁ ହାତ ମିଳାଇ ନଥିଲେ। ତେବେ ଟ୍ରମ୍ପଙ୍କୁ ଟାର୍ଗେଟ କରି ହାରିସ କହିଛନ୍ତି, ଟ୍ରମ୍ପ କ୍ଷମତାକୁ ଆସିଲେ କୋଟିପତି ଏବଂ କର୍ପୋରେଟ ଟାକ୍ସ କମ୍ କରିଦେବେ। କିନ୍ତୁ ସେମାନେ ମଧ୍ୟବିତ୍ତ ପରିବାରଙ୍କ କାର୍ୟ୍ୟ କରୁଥିବା କହିଛନ୍ତି ହାରିସ । ସେହିପରି ଆମେରିକାରେ ଅନୁପ୍ରବେଶ ନେଇ ବାଇଡେନ ସରକାରକୁ କଡ଼ା ସମାଲୋଚନା କରିଛନ୍ତି । ଡୋନାଲ୍ଡ ଟ୍ରମ୍ପଙ୍କ ଭୁଲ ନୀତି  ଯୋଗୁ ଦେଶରେ ବେରୋଜଗାରୀ ବଢିଥିବା କହିଛନ୍ତି ହାରିସ । ତେବେ ଆସନ୍ତୁ ଜାଣିବା ବିତର୍କରେ କେଉଁ ପ୍ରସଙ୍ଗ ଉଠିଛି, ଏବେ କମଲା ଓ ଟ୍ରମ୍ପଙ୍କ ଆଭିମୁଖ୍ୟ କ'ଣ ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe