ଭାରତରେ ମତଦାନ ପାଇଁ ଟ୍ରମ୍ପ ଟଙ୍କା ଦେଇଥିବା କଥା ମିଛ, ନିଜ ଦୂତାବାସ ହିଁ ଖୋଲିଲା ପୋଲ୍

Advertisment

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟକୁ ଦେଇଥିବା ଜବାବରେ ଦୂତାବାସ କହିଛି ଯେ, ୨୦୧୪ରୁ ୨୦୨୪ ଆର୍ଥିକ ବର୍ଷ ମଧ୍ୟରେ ଭାରତରେ ଭୋଟ୍ ପ୍ରତିଶତ ବୃଦ୍ଧି ପାଇଁ ୟୁଏସଏଡ୍ ୨୧ ନିୟୁତ ଡଲାର ପାଣ୍ଠି ପ୍ରଦାନ କରିନାହିଁ କିମ୍ବା ଭାରତରେ ଭୋଟ୍ ପ୍ରତିଶତ ବୃଦ୍ଧି ସମ୍ବନ୍ଧୀୟ କୌଣସି କାର୍ଯ୍ୟକଳାପ କାର୍ଯ୍ୟକାରୀ କରିନାହିଁ ।

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟକୁ ଦେଇଥିବା ଜବାବରେ ଦୂତାବାସ କହିଛି ଯେ, ୨୦୧୪ରୁ ୨୦୨୪ ଆର୍ଥିକ ବର୍ଷ ମଧ୍ୟରେ ଭାରତରେ ଭୋଟ୍ ପ୍ରତିଶତ ବୃଦ୍ଧି ପାଇଁ ୟୁଏସଏଡ୍ ୨୧ ନିୟୁତ ଡଲାର ପାଣ୍ଠି ପ୍ରଦାନ କରିନାହିଁ କିମ୍ବା ଭାରତରେ ଭୋଟ୍ ପ୍ରତିଶତ ବୃଦ୍ଧି ସମ୍ବନ୍ଧୀୟ କୌଣସି କାର୍ଯ୍ୟକଳାପ କାର୍ଯ୍ୟକାରୀ କରିନାହିଁ ।

Trump

Trump Photograph: (KanakNews)

କନକ ବ୍ୟୁରୋ: ଫେବ୍ରୁଆରିରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ କହିଥିଲା ଯେ ଆମେରିକାର ବୈଦେଶିକ ସହାୟତା ଏଜେନ୍ସି ୟୁଏସ୍ଏଡ୍ ଭାରତରେ ମତଦାନ ପ୍ରତିଶତ ବୃଦ୍ଧି ପାଇଁ ୨୧ ନିୟୁତ ଡଲାର ଆବଣ୍ଟନ କରିଛି । ଏବେ ନିଜେ ନୂଆଦିଲ୍ଲୀସ୍ଥିତ ଆମେରିକୀୟ ଦୂତାବାସ ଏହି ଦାବିକୁ ଖଣ୍ଡନ କରିଛି । ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଏକ ପ୍ରଶ୍ନର ଉତ୍ତରରେ ଦୂତାବାସ କହିଛି ଯେ, ଏଜେନ୍ସି ତରଫରୁ ଏଭଳି କୌଣସି ସହାୟତା ପ୍ରଦାନ କରାଯାଇନାହିଁ ।

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟକୁ ଦେଇଥିବା ଜବାବରେ ଦୂତାବାସ କହିଛି ଯେ, ୨୦୧୪ରୁ ୨୦୨୪ ଆର୍ଥିକ ବର୍ଷ ମଧ୍ୟରେ ଭାରତରେ ଭୋଟ୍ ପ୍ରତିଶତ ବୃଦ୍ଧି ପାଇଁ ୟୁଏସଏଡ୍ ୨୧ ନିୟୁତ ଡଲାର ପାଣ୍ଠି ପ୍ରଦାନ କରିନାହିଁ କିମ୍ବା ଭାରତରେ ଭୋଟ୍ ପ୍ରତିଶତ ବୃଦ୍ଧି ସମ୍ବନ୍ଧୀୟ କୌଣସି କାର୍ଯ୍ୟକଳାପ କାର୍ଯ୍ୟକାରୀ କରିନାହିଁ । ୧୬ ଫେବ୍ରୁଆରି ୨୦୨୫ରେ ଏଲନ୍ ମସ୍କଙ୍କ ନେତୃତ୍ଵରେ ଆମେରିକାର ଦକ୍ଷତା ବିଭାଗ (ଡିଓଜିଇ) ବିଶ୍ବବ୍ୟାପୀ ୪୮୬ ନିୟୁତ ଡଲାର ପାଣ୍ଠି ରଦ୍ଦ କରିବାକୁ ଘୋଷଣା କରି ଏକ ରିପୋର୍ଟ ପ୍ରକାଶ କରିଥିଲା । ତାଲିକାଭୁକ୍ତ ପ୍ରକଳ୍ପଗୁଡ଼ିକ ମଧ୍ୟରେ ‘ଭୋଟିଂ ଇନ୍ ଇଣ୍ଡିଆ’ ପାଇଁ ୨୧ ନିୟୁତ ଡଲାର ଆବଣ୍ଟନ ସୂଚିତ ଥିଲା । ତେବେ ଆମେରିକୀୟ ଏଜେନ୍ସି କେବେ ବି ଭାରତକୁ ଏଭଳି ପାଣ୍ଠି ଦେଇ ନ ଥିଲା । ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଫେବ୍ରୁଆରି ୨୮ରେ ଦୂତାବାସକୁ ଗତ ଏକ ଦଶନ୍ଧି ମଧ୍ୟରେ ଭାରତରେ ୟୁଏସ୍ଏଡ୍‌ର କାର୍ଯ୍ୟକଳାପର ସମ୍ପୂର୍ଣ୍ଣ ବିବରଣୀ ଏବଂ ଏନ୍‌ଜିଓ ଓ ଏହାର ଅଂଶୀଦାରଙ୍କ ତାଲିକା ମାଗିଥିଲା ।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ଭାଷଣରେ ବାରମ୍ବାର ଡିଓଜିଇ ରିପୋର୍ଟକୁ ଉଦାହରଣ ଦେଇ ଆମେରିକୀୟ ଟିକସଦାତାଙ୍କ ଟଙ୍କା । ନିର୍ବାଚନରେ କାହିଁକି ଖର୍ଚ୍ଚ କରାଯିବ ବୋଲି ପଚାରିଥିଲେ । ରିପବ୍ଲିକାନ୍ ଗଭର୍ଣ୍ଣର୍ସ ଆସୋସିଏସନ୍‌ର ଏକ ବୈଠକରେ ସେ କହିଥିଲେ, ଭାରତରେ ମତଦାନ ପାଇଁ ୨୧ ନିୟୁତ ଡଲାର ରହିଛି । ଭାରତର ମତଦାନକୁ ନେଇ ଆମେ କାହିଁକି ଚିନ୍ତିତ ? ଆମ ପାଖରେ ପୂର୍ବରୁ ଅନେକ ସମସ୍ୟା ରହିଛି ବୋଲି ସେ କହିଥିଲେ । ସେ ଏହାକୁ ଲାଞ୍ଚ ଯୋଜନା ବୋଲି କହିବା ସହ ଭାରତର ନିର୍ବାଚନକୁ ପ୍ରଭାବିତ କରିବା ପାଇଁ ଏହି ଟଙ୍କା ଦିଆଯାଇଥିବା କହିଛନ୍ତି । ପରେ ଏକ ଅନୁସନ୍ଧାନରୁ ଜଣାପଡିଛି ଯେ, ୨୧ ନିୟୁତ ଡଲାର ବାସ୍ତବରେ ଭାରତ ନୁହେଁ ବରଂ ବାଂଲାଦେଶର ପ୍ରକଳ୍ପ ସହିତ ଜଡିତ ହୋଇପାରେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe