କନକ ବ୍ୟୁରୋ : ଆମେରିକାରେ ସଟ୍ ଡାଉନ୍ । ସମସ୍ତ ସରକାରୀ କାର୍ଯ୍ୟ ଠପ୍ । ୨୦୧୯ ପରେ ପ୍ରଥମ ସରକାରୀ ସଟ୍ ଡାଉନ୍ । ଫଣ୍ଡିଂ ବିଲ୍ ପାସ୍ ନହୋଇ ପାରିବାରୁ ସଟ୍ ଡାଉନ୍ ହେଲା ସରାକରୀ ବ୍ୟବସ୍ଥା । ମଙ୍ଗଳବାର ରାତିରେ ଫଣ୍ଡିଂ ବିଲ୍ ଉପରେ ହୋଇଥିଲା ଭୋଟିଂ । ସିନେଟ୍ରେ ବିଲ୍ ପାସ୍ କରିବାରେ ବିଫଳ ହୋଇଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ।
ସୂଚନା ଅନୁସାରେ, ଟ୍ରମ୍ପଙ୍କ ରିପବ୍ଲିକାନ୍ ପାର୍ଟିର ଅନେକ ସାଂସଦ ବିଲ୍ ବିରୋଧରେ ଭୋଟ ଦେଇଛନ୍ତି । ଫଳରେ ଆମେରିକାରେ ସରକାରୀ କାର୍ଯ୍ୟ ସମ୍ପୂର୍ଣ୍ଣ ବନ୍ଦ ରହିଛି । ସଟ୍ ଡାଉନ୍ ହେବା ଦ୍ୱାରା ଆମେରିକା ସରକାର ପାଖରେ ଖର୍ଚ୍ଚ କରିବା ପାଇଁ ଅର୍ଥ ନାହିଁ । ସେଥିପାଇଁ ସିନେଟ୍ରେ ଫଣ୍ଡିଂ ବିଲ୍ ପାସ୍ ହେବା ନିହାତି ଜରୁରୀ । ଅକ୍ଟୋବର ୧ ତାରିଖରୁ ଆମେରିକାର ଆର୍ଥିକ ବର୍ଷ ଆରମ୍ଭ ହୁଏ । ତେଣୁ ଅକ୍ଟୋବର ୧ ପୂର୍ବରୁ ବିଲ୍ ପାସ୍ ହେବା ନିହାତି ଜରୁରୀ । ଆଜି ପୁଣିଥରେ ଫଣ୍ଡିଂ ବିଲ୍ ଉପରେ ଆଲୋଚନା ହେବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/10/01/shutdown-2025-10-01-11-25-54.jpg)