ପ୍ରଧାନମନ୍ତ୍ରୀଙ୍କ ଘରେ ଉଚ୍ଚସ୍ତରୀୟ ବୈଠକ; ପ୍ରତିରକ୍ଷା ମନ୍ତ୍ରୀ, NSA, ସିଡିଏସ୍‌ ଉପସ୍ଥିତ

ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଉଚ୍ଚସ୍ତରୀୟ ବୈଠକ । ପ୍ରତିରକ୍ଷା ମନ୍ତ୍ରୀ, NSA, ସିଡିଏସ୍‌ ଉପସ୍ଥିତ । ୩ ସେନାର ମୁଖ୍ୟ ମଧ୍ୟ ଏହି ବୈଠକରେ ଉପସ୍ଥିତ ରହିଛନ୍ତି ।

Meeting At PM Modi Residence

Photograph: (kanak news)

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାସଭବନରେ ଉଚ୍ଚସ୍ତରୀୟ ବୈଠକ । ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଧ୍ୟ ସାମିଲ ରହିଛନ୍ତି । ରାଜନାଥଙ୍କ ସହ ଏନଏସଏ ଅଜିତ ଡୋଭାଲ, ସିଡିଏସ୍‌ ଓ ତିନି ସେନା ମୁଖ୍ୟ ମଧ୍ୟ ରହିଛନ୍ତି ।

ଜମ୍ମୁ-କାଶ୍ମୀରର ପହଲଗାଁମରେ ଆତଙ୍କବାଦୀ ଆକ୍ରମଣ ପରେ ଆକ୍ସନରେ କେନ୍ଦ୍ର ସରକାର । ପାକିସ୍ତାନ ଉପରେ ଅନେକ ପ୍ରତିବନ୍ଧକ ଲଗାଯିବା ପରେ ଆଗାମୀ ରଣନୀତି ସମ୍ପର୍କରେ ଆଲୋଚନା କରିବାକୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଛି । ମିଳିଥିବା ଖବର ଅନୁସାରେ, ଆକ୍ରମଣରେ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଜମ୍ମୁ-କାଶ୍ମୀରରେ ସୁରକ୍ଷା ଏଜେନ୍ସିଗୁଡିକୁ ହାଇଆଲର୍ଟରେ ରଖାଯାଇଛି । ଏହା ସହ ଅମରନାଥ ଯାତ୍ରା ଓ ଅନ୍ୟ ନାଗରିକଙ୍କ ସୁରକ୍ଷାରେ କୌଣସି ତ୍ରୁଟି ଦେଖାନଯାଏ ସେ ଉପରେ ଦୃଷ୍ଟି ଦେବାକୁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଓ ଚିଫ ଅଫ ଡିଫେନ୍ସ ଷ୍ଟାଫ ଜେନେରାଲ ଅନୀଲ ଚୌହ୍ବାନ ସାମିଲ ଥିଲେ । ବୈଠକରେ ୩ ସେନା ମୁଖ୍ୟ ବି ସାମିଲ ଥିଲେ । ଏଥିରେ ସୁରକ୍ଷା ସ୍ଥିତି, ଆତଙ୍କବାଦୀଙ୍କ ବିରୋଧରେ ଚାଲିଥିବା ଅପରେସନ ଓ ଭବିଷ୍ୟତର ରଣନୀତି ନେଇ ଆଲୋଚନା ହୋଇଛି । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଏହି ବୈଠକ ବସିଥିଲା । ପହଲଗାମ ଆକ୍ରମଣ ପରେ ଜମ୍ମୁ-କାଶ୍ମୀରରେ ସେନାର ଅପରେସନ ଜାରି ରହିଛି । ଆତଙ୍କବାଦୀଙ୍କୁ ଖୋଜାଯାଉଛି । ଭାରତ ମଧ୍ୟ ପାକିସ୍ତାନ ବିରୋଧରେ ଅନେକ ପ୍ରତିବନ୍ଧକ ଲଗାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe