ଯୁଦ୍ଧ ଭିତରେ ଆସିଲା ବଡ଼ ଖବର: ଗାଜା ମୁଖ୍ୟ ତଥା ହମାସ ନେତା ରାହି ମୁସତାଙ୍କ ସମେତ ତିନି ବରିଷ୍ଠ ହମାସ ନେତାଙ୍କ ମୃତ୍ୟୁ

Advertisment

ଇସ୍ରାଏଲ ସହ ମୁସଲିମ ଦେଶଙ୍କ ଯୁଦ୍ଧ ଭିତରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗାଜା ମୁଖ୍ୟ ତଥା ଆତଙ୍କବାଦୀ ସଙ୍ଗଠନ ହମାସ ନେତା ରାହି ମୁସତା, ହମାସର ସୁରକ୍ଷା ବିଭାଗ ଏବଂ ପଲିଟିକାଲ ବ୍ୟୁରୋ ସେମେହ-ଅଲ-ସିରାଜ ଏବଂ ହମାସ ସିକ୍ୟୁରିଟି ବିଭାଗର କମାଣ୍ଡର ସାମି କ୍ବେଦାଙ୍କ ମୃତ୍ୟୁ ହୋଇଛି।

khkk

କନକ ବ୍ୟୁରୋ: ଇସ୍ରାଏଲ ସହ ମୁସଲିମ ଦେଶଙ୍କ ଯୁଦ୍ଧ ଭିତରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗାଜା ମୁଖ୍ୟ ତଥା ଆତଙ୍କବାଦୀ ସଙ୍ଗଠନ ହମାସ ନେତା ରାହି ମୁସତା, ହମାସର ସୁରକ୍ଷା ବିଭାଗ ଏବଂ ପଲିଟିକାଲ ବ୍ୟୁରୋ ସେମେହ -ଅଲ-ସିରାଜ ଏବଂ ହମାସ ସିକ୍ୟୁରିଟି ବିଭାଗର କମାଣ୍ଡର ସାମି କ୍ବେଦାଙ୍କ ମୃତ୍ୟୁ ହୋଇଛି। ଏନେଇ ଆଜି ଇସ୍ରାଏଲ ପକ୍ଷରୁ ସୂଚନା ଦିଆଯାଇଛି। ତିନି ମାସ ତଳେ ଗାଜାରେ ଇସ୍ରାଏଲ କରିଥିବା  ଆକ୍ରମଣରେ ଏମାନଙ୍କ ମୃତ୍ୟୁ ହୋଇଥିବା ନେଇ ଗୁରୁବାର ସୂଚନା ଦେଇଛି ଇସ୍ରାଏଲ ଡିଫେନ୍ସ ଫୋର୍ସ। ଉତ୍ତର ଗାଜାରେ ସେମାନେ ଲୁଚିରହିଥିବା ବେଳେ ତାଙ୍କ ଆଡ୍ଡା ଉପରେ ଆକ୍ରମଣ କରିଥିଲା ଇସ୍ରାଏଲ ସେନା। ଗତ ଅକ୍ଟୋବର ୭ ତାରିଖରେ ଇସ୍ରାଏଲ ଉପରେ ଆତର୍କିତ ଆକ୍ରମଣ କରିଥିଲା। ଏଥିରେ ଇସ୍ରାଏଲର ୧୫୦୦ରୁ ଅଧିକ ନାଗରିକଙ୍କ ମୃତ୍ୟୁ ହୋଇଥିଲା। ପରେ ଇସ୍ରାଏଲ କରିଥିବା ଆକ୍ରମଣରେ ଗାଜାର ପ୍ରାୟ ୪୨ ଲୋକଙ୍କ ମୃତ୍ୟୁ ହୋଇଛି। ଗାଜାରେ ହମାସକୁ ସଫା କରିବା ପରେ ଲେବାନନରେ ହିଜବୁଲା ଉପରେ ଆକ୍ରମଣ ଜାରି ରଖିଛି ଇସ୍ରାଏଲ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe