କନକ ବ୍ୟୁରୋ : ପଦାର୍ଥ ବିଜ୍ଞାନ ପାଇଁ ଚଳିତବର୍ଷ ତିନିଜଣ ବୈଜ୍ଞାନିକ ନୋବେଲ ପୁରସ୍କାର ପାଇବେ । ଜନ୍ କ୍ଲାର୍କ, ମିସେଲ୍ ଏଚ୍. ଡେଭୋରେଟ୍ ଏବଂ ଜନ୍ ଏମ୍. ମାର୍ଟିନିସଙ୍କୁ ଏଥିପାଇଁ ରୟାଲ୍ ସ୍ୱିଡିସ୍ ଏକାଡେମୀ ଅଫ୍ ସାଇନ୍ସେସ୍ ମନୋନୀତ କରିଛି । କ୍ୱାଣ୍ଟମ୍ ମେକାନିକ୍ସ ଆବିଷ୍କାର ପାଇଁ ତିନି ଜଣଙ୍କୁ ନୋବେଲ ପୁରସ୍କାର ପ୍ରଦାନ କରାଯିବ ।
ଆସନ୍ତା ଡିସେମ୍ବର ମାସରେ ଏହି ପୁରସ୍କାର ବାବଦରେ ୧ ଦଶମିକ ୧୭ ମିଲିଅନ ଡଲାର ଏହି ତିନି ଜଣଙ୍କ ମଧ୍ୟରେ ସମାନ ଭାବରେ ବାଣ୍ଟି ଦିଆଯିବ । ସ୍ୱିଡେନର ରାଜା ସେମାନଙ୍କୁ ସ୍ୱର୍ଣ୍ଣପଦକ ମଧ୍ୟ ପ୍ରଦାନ କରିବେ । ଜନ୍ କ୍ଲାର୍କ ଏବେ ଆମେରିକାର ବର୍କିଲିସ୍ଥିତ ୟୁନିଭର୍ସିଟି ଅଫ୍ କାଲିଫର୍ଣ୍ଣିଆ, ମିସେଲ୍ ଏଚ୍ ଡେଭୋରେଟ୍ ୟେଲେ ୟୁନିଭର୍ସିଟି ଏବଂ ଜନ୍ ଏମ୍. ମାର୍ଟିନିସ ସାନ୍ତା ବର୍ବରାସ୍ଥିତ ୟୁନିଭର୍ସିଟି ଅଫ୍ କାଲିଫର୍ଣ୍ଣିଆରେ କାର୍ଯ୍ୟରତ ଅଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/10/07/nobel-prize-2025-10-07-20-34-33.jpeg)