ପୁଟିନଙ୍କ ବଡ ଘୋଷଣା । ମଧ୍ୟସ୍ଥି ପାଇଁ ଉପଯୁକ୍ତ ଦେଶ ମଧ୍ୟରେ ଭାରତ ।

Advertisment

ସଂଘର୍ଷ ଭିତରେ ଆନ୍ତରିକ ବୁଝାମଣା ଓ ସମାଧାନକୁ ଗୁରୁତ୍ବ । ୟୁକ୍ରେନ-ରୁଷ ମଧ୍ୟସ୍ଥି ପାଇଁ ଭାରତ ଏକମାତ୍ର ଉପଯୁକ୍ତ ଦେଶ ।

ସଂଘର୍ଷ ଭିତରେ ଆନ୍ତରିକ ବୁଝାମଣା ଓ ସମାଧାନକୁ ଗୁରୁତ୍ବ । ୟୁକ୍ରେନ-ରୁଷ ମଧ୍ୟସ୍ଥି ପାଇଁ ଭାରତ ଏକମାତ୍ର ଉପଯୁକ୍ତ ଦେଶ ।

୍ି୍ି୍ାା

କନକ ବ୍ୟୁରୋ: ଅଢେଇ ବର୍ଷର ଯୁଦ୍ଧ ଭିତରେ ପ୍ରଥମ ଥର ସମାଧାନ ଚାହୁଁଛନ୍ତି ପୁଟିନ୍‌। ରାଷ୍ଟ୍ରପତି ପୁଟିନ୍ କହିଛନ୍ତି ଭାରତ, ଚୀନ କିମ୍ବା ବ୍ରାଜିଲ୍ ମଧ୍ୟସ୍ଥତା କଲେ ୟୁକ୍ରେନ୍‌- ରୁଷିଆ ମଧ୍ୟରେ ଯୁଦ୍ଧର ସମାଧାନ ହୋଇ ପାରିବ । ଏତେ ଦିନ ପରେ ପୁଟିନ୍‌ ବୁଝି ପାରିଛନ୍ତି ଯେ, ଯୁଦ୍ଧରେ କାହାର ଲାଭ ହୁଏ ନାହିଁ । ରୁଷ୍‌-ୟୁକ୍ରେନ୍‌ ସମ୍ଭାବ୍ୟ ଶାନ୍ତି ଆଲୋଚନା ନେଇ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ଗୁରୁତ୍ବପୂର୍ଣ୍ଣ ଘୋଷଣ କରିଛନ୍ତି । ଏହି ଶାନ୍ତି ଆଲୋଚନାରେ ଭାରତ, ଚୀନ୍ ଓ ବ୍ରାଜିଲ୍  ମଧ୍ୟସ୍ଥି ଭାବେ କାର୍ୟ୍ୟ କରିପାରିବେ ଏବଂ ଏଥିପାଇଁ ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛୁ ବୋଲି ପୁଟିନ୍‌ ନିଜର ବୟାନ ଜାରି କରିଛନ୍ତି ।  ପୁଟିନ୍‌ କହିଛନ୍ତି ଯେ ଯୁଦ୍ଧର ପ୍ରଥମ ସପ୍ତାହରେ ଇସ୍ତାନବୁଲରେ ହୋଇଥିବା ଆଲୋଚନାରେ ରୁଷିଆ ଏବଂ ୟୁକ୍ରେନର ଆଲୋଚନାକାରୀଙ୍କ ମଧ୍ୟରେ ଏକ ପ୍ରାଥମିକ ଚୁକ୍ତି ହୋଇଥିଲା ।  ଆଗକୁ ହେବାକୁ ଥିବା ଶାନ୍ତି ଆଲୋଚନାରେ ଏହା ଏକ ଆଧାର ହୋଇପାରିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିକଟରେ ୟୁକ୍ରେନ ଗସ୍ତ କରିବାର କିଛିଦିନ ପରେ ପୁଟିନ୍‌ ଏହି ବୟାନ ଦେଇଥିବା ବେଳେ ଶାନ୍ତି ଆଲୋଚନା ନେଇ ନୂଆ ଆଶା ସଂଚାର ହୋଇଛି ।   

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe